ଜାତୀୟ ରାଜପଥ ପାଲଟିଛି ପାକିଂ ଜୋନ୍ : ବେଆଇନ୍ ଟ୍ରକ୍ ପାକିଂ ଯୋଗୁଁ ବଢୁଛି ଦୁର୍ଘଟଣା

ଜାତୀୟ ରାଜପଥ ପାଲଟିଛି ପାକିଂ ଜୋନ୍

ତାଳଚେର (ବିଜୟ କୁମାର ଦେବତା): ତାଳଚେର ନିକଟବର୍ତ୍ତୀ ପେଟ୍ରୋଲ ପମ୍ପ ସମ୍ମୁଖରେ ବେଆଇନ ଭାବେ ଜାତୀୟ ରାଜପଥ କଡ଼ରେ ଟ୍ରକ ଗୁଡ଼ିକ ପାର୍କିଙ୍ଗ କରାଯାଉଥିବା ଯୋଗୁଁ ଅନେକ ସମୟରେ ଛୋଟବଡ଼ ଦୁର୍ଘଟଣା ଘଟୁଛି। ଅକାଳ ଧନଜୀବନ ହାନି ହେଉଥିବା ଅଭିଯୋଗ ହେଉଛି। ଜାତୀୟ ରାଜପଥ ନିୟମ ଅନୁସାରେ ରାଜପଥ ଯା’ଆସ କରୁଥିବା ଟ୍ରକ ଗୁଡ଼ିକ ମନଇଛା ରାସ୍ତା କଡ଼ରେ ପାର୍କି ନ କରିବା ନେଇ ଗାଇଡଲାଇନ ରହିଥିବା ସତ୍ତ୍ୱେ ପେଟ୍ରୋଲ ପମ୍ପ ସମ୍ମୁଖରେ କୋଇଲା ବୋଝଇ ଟ୍ରକ ରାଜପଥକୁ ଅବରୋଧ କରି ପାର୍କିଙ୍ଗ କରାଯାଉଥୁବା ଦେଖୁବାକୁ ମିଳୁଛି। ତାଳଚେର ଅଂଚଳରେ ଥିବା ପେଟ୍ରୋଲ ପମ୍ପକୁ ଆସୁଥିବା ଟ୍ରକ୍ ଗୁଡ଼ିକ ରାସ୍ତା କଡ଼ରେ ପାକିଂ କରୁଥିବା ଜଣେ ଟ୍ରକ ଡ୍ରାଇଭର କହିଛନ୍ତି। ଯାହାଫଳରେ ଜାତୀୟ ରାଜପଥରେ ଆସୁଥିବା ସମସ୍ତ ଯାନବାହାନ ଚଳାଚଳରେ ଅସୁବିଧା ହେଉଥିବା ଅଭିଯୋଗ ହେଉଛି।

ପୁଲିସ ପକ୍ଷରୁ ମଧ୍ୟ ଏନେଇ କୌଣସି ଆଖିଦୃଶିଆ କାର୍ଯାନୁଷ୍ଠାନ ଗ୍ରହଣ କରୁଥିବାରୁ ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ପ୍ରତିଦିନ ଜାତୀୟ ରାଜପଥ ପେଟ୍ରାଲିଂ ଦାୟିତ୍ୱରେ ରହୁଥିବା ପୁଲିସ ମଧ୍ୟ ଏହାକୁ ଦେଖି କି ଅଣଦେଖା କଲାଭଳି ଟ୍ରକ ଗୁଡ଼ିକୁ ସେଠାରେ ପାର୍କିଙ୍ଗ କରିବାକୁ ସୁଯୋଗ ଦେବା ମଧ୍ୟ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯଦି ଏପରି ସ୍ଥିତି ରହିଥାଏ ତାହାହେଲେ ପେଟ୍ରୋଲ ପମ୍ପ ପରିସରରେ ଟ୍ରକ ଗୁଡ଼ିକୁ ରଖାଯିବା ପରିବର୍ତ୍ତେ ଜାତୀୟ ରାଜପଥ କଡ଼ରେ ରଖିବା ବେଆଇନ ହୋଇଥିବା ବେଳେ ଟ୍ରକ ଗୁଡ଼ିକୁ ଜାତୀୟ ରାଜପଥ କଡ଼ରେ ପାକିଂ ନକରିବାକୁ ସାଧାରଣରେ ଦାବି ହେଉଛି।

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories