Miss Universe 2025: ମେକ୍ସିକୋ ମୁଣ୍ଡରେ ମିସ୍ ୟୁନିଭର୍ସ ମୁକୁଟ

Miss Universe 2025

ଘୋଷଣା ହେଲା ମିସ୍ ୟୁନିଭର୍ସ 2025 ବିଜେତାଙ୍କ ନାମ। ଚଳିତ ବର୍ଷ ସମସ୍ତଙ୍କୁ ପଛରେ ପକାଇ ବାଜି ମାରି ନେଇଛନ୍ତି ମେକ୍ସିକୋର ବ୍ରହ୍ମାଣ୍ଡ ସୁନ୍ଦରୀ ଫାତିମା ବୋଶ୍ଚ। ୧୩୦ ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ମିସ୍ ୟୁନିଭର୍ସ କ୍ରାଉନ ପିନ୍ଧିବାର ସୌଭାଗ୍ୟ ଅର୍ଜନ କରିଛନ୍ତି ଫାତିମା। ୭୩ତମ ମିସ୍ ଯୁନିଭର୍ସ ଡେନମାର୍କର ଭିକ୍ଟୋରିଆ କଜାଏର ଥେଲଭିଗ୍ ତାଙ୍କୁ ମୁକୁଟ ପିନ୍ଧାଇଛନ୍ତି।

ଫାତିମା ୫ ବର୍ଷ ପରେ ମେକ୍ସିକୋ ପାଇଁ ଗୌରବ ଆଣିଛନ୍ତି। ତାଙ୍କ ପୂର୍ବରୁ ୨୦୨୦ରେ ଆଣ୍ଡ୍ରିଆ ମେଜା ମିସ୍ ୟୁନିଭର୍ସ୍ ହୋଇଥିଲେ। ଫାତିମା ବୋଶ୍ଚ ଫର୍ନାଣ୍ଡିଜ୍ ୧୯ ମେ’ ୨୦୦୦ ମସିହାରେ ମେକ୍ସିକୋର ଟାବାସ୍କୋରେ ଜନ୍ମ ହୋଇଥିଲେ। ସେ ଫ୍ୟାଶନ୍ ଏବଂ ଆପାରେଲ୍ ଡିଜାଇନରେ ଡିଗ୍ରୀ ହାସଲ କରିଛନ୍ତି। ଫାତିମାଙ୍କର ଡିସଲେକ୍ସିଆ, ADHD ଏବଂ ହାଇପରଆକ୍ଟିଭିଟି ରୋଗ ଚିହ୍ନଟ ହୋଇଥିଲେ ମଧ୍ୟ ସମସ୍ତ ପ୍ରତିବନ୍ଧକକୁ ଏଡାଇ ମିସ୍ ୟୁନିଭାସ ଟାଇଟଲ ହତେଇବାରେ ସଫଳ ହୋଇ ପାରିଛନ୍ତି। ମାତ୍ର ୨୫ ବର୍ଷ ବୟସରେ ଏପରି ସୌଭଗ୍ଯ ଅର୍ଜନ କରିବା ଅନ୍ୟମାନଙ୍କ ପାଇଁ ପ୍ରେରଣା।

ବ୍ୟାଙ୍କକରେ ୭୪ତମ ମିସ୍ ୟୁନିଭର୍ସ ପ୍ରତିଯୋଗିତା ଅନୁଷ୍ଠିତ ହେଉଥିଲା। ଏଥିରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ ରାଜସ୍ଥାନର ମଡେଲ ମନିକା ବିଶ୍ୱକର୍ମା। ସେ ଟପ୍ ୩୦ରେ ସ୍ଥାନ ବଜାୟ ରଖି ପାରିଥିଲେ। ମାତ୍ର ଟପ୍ ୧୨ରୁ ବାଦ୍ ପଡ଼ି ଯାଇଥିଲେ। ଶୁକ୍ରବାର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ଫାତିମା ୱିନର ହୋଇ ଥିବାବେଳେ ପ୍ରଥମ ରନର୍ସ-ଅପ୍ ହୋଇଛନ୍ତି ଥାଇଲ୍ୟାଣ୍ଡର ପ୍ରବୀଣର ସିଂହ। ସେହିପରି ଦ୍ୱିତୀୟ ରନର୍ସ-ଅପ୍ ମିସ୍ ଭେନେଜୁଏଲା ଏବଂ ତୃତୀୟ ରନର୍ସ-ଅପ୍ ହୋଇଛି ମିସ୍ ଫିଲିପାଇନ୍ସ।

 

Debibandita Barick
Author: Debibandita Barick

ଭାରତୀୟ ଜନ ସଂଚାର ସଂସ୍ଥାନ(IIMC) ଢେଙ୍କାନାଳରୁ ସାମ୍ବାଦିକତା ପାଠ୍ୟକ୍ରମ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାନରେ କାମ କରିଛନ୍ତି। ରାଜନୀତି, ବିଜ୍ଞାନ, କ୍ରୀଡା, ମନୋରଞ୍ଜନ ଓ ସ୍ପେଶଲ ଷ୍ଟୋରୀ ଲେଖିବାରେ ବିଶେଷ ରୁଚି ଓ ଅଭିଜ୍ଞତା ରହିଛି।

Latest Stories