ପାଣି ସିଙ୍ଗିଡା (Water Chest Nut ) ର ଚମତ୍କାରୀ ଗୁଣ… ଜାଣିଲେ ହୋଇଯିବେ ତାଜୁବ

ପାଣି ସିଙ୍ଗିଡା (Water Chest Nut ) ର ଚମତ୍କାରୀ ଗୁଣ

ପାଣି ସିଙ୍ଗଡା (Water Chest Nut) ଏକ ତ୍ରିକୋଣ ଆକାରର ଦୁଇଟି ଶିଙ୍ଗ ଥିବା ପୁଷ୍ଟିକର ଫଳ,ଯାହା ସାଧାରଣତଃ ପୋଖରୀ ଗୁଡ଼ିକ ରେ ହୋଇଥାଏ | ଶୀତ ଦିନରେ ଏହା ଅତି ସହଜରେ ମିଳିଥାଏ | ଏହି ଫଳ କୁ ଶିଶୁ ଠାରୁ ବୃଦ୍ଧା ପର୍ଯ୍ୟନ୍ତ ସମସ୍ତେ ଖାଇ ପାରିବେ | ଏହାକୁ ଆପଣ ଯେ କୌଣସି ଉପାୟ ରେ ଯେପରି କଞ୍ଚା, ସିଝାଇ, ରାନ୍ଧି କିମ୍ବା ଏଥିରେ ତିଆରି ଅଟାକୁ ଖାଇ ପାରିବେ।ଏଥିରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ଭରିରହିଛି, ଯାହା ଖାଇବା ଦ୍ୱାରା ଶରୀର କୁ ଅନେକ ଫାଇଦା ହୋଇଥାଏ।

ଆସନ୍ତୁ ଜାଣିବା ପାଣି ସିଙ୍ଗିଡା ରେ ଥିବା ପୋଷକ ତତ୍ତ୍ୱ ଏବଂ ଚମତ୍କାରୀ ଫାଇଦା

  • ୧୦୦ ଗ୍ରାମ ସିଙ୍ଗଡ଼ାରେ ରେ ୧୦ ଗ୍ରାମ ପ୍ରୋଟିନ ମିଳେ ଯାହା ମାଂସ ପେଶୀ ତିଆରି କରିବା ରେ ସାହାଯ୍ୟ କରେ |

  • ୧୦୦ ଗ୍ରାମ ରେ ୭ ରୁ ୯ ଗ୍ରାମ ଫାଇବାର ମିଳେ ଯାହା ପାଚନ ଶକ୍ତି ବୃଦ୍ଧି କରିବା ସହିତ କୋଷ୍ଠ କାଠିନ୍ୟ, ଅର୍ଶ ଓ ପେଟ ସମସ୍ୟା ଦୂର କରିଥାଏ |

  • ୭0-୭୫% ଜଳୀୟ ଅଂଶ ଥାଏ ଯାହା ଶରୀରର ଜଳୀୟ ଅଂଶ ମାତ୍ରା କୁ ସଠିକ ରଖିଥାଏ।

  • ଏହା କମ୍ କ୍ୟାଲୋରୀ, କମ୍ ଗ୍ଲାଇସେମିକ ଇଣ୍ଡେକ୍ସ, ବେଶୀ ଫାଇବର ଯୁକ୍ତ ହୋଇଥିବାରୁ ମଧୁମେହ(ଡାଇବେଟିସ) ନିୟନ୍ତ୍ରଣ କରିବା ରେ ମଧ୍ୟ ସାହାଯ୍ୟ କରିଥାଏ |

  • ଭିଟାମିନ B6, ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ |

  • ଆଣ୍ଟି ଅକ୍ସିଡେଣ୍ଟ, ବାର୍ଦ୍ଧକ୍ୟ କୁ ପ୍ରତିରୋଧ କରିବା ସହ ଅନେକ ଜଟିଳ ରୋଗ ରୁ ରକ୍ଷା କରେ |

  • ଆୟୋଡିନ, ଥାଇରଏଡ଼ ଥିବା ରୋଗୀଙ୍କ ପାଇଁ ଫଳପ୍ରଦ ଅଟେ |

  • ପୋଟାସିୟମ, ଉଚ୍ଚ ରକ୍ତଚାପ କୁ ପ୍ରତିରୋଧ କରିବା ସହ ହୃଦୟ କୁ ସୁସ୍ଥ ରଖିଥାଏ |

  • ଏହା କମ୍ କ୍ୟାଲୋରୀ, କମ୍ ଗ୍ଲାଇସେମିକ ଇଣ୍ଡେକ୍ସ, ବେଶୀ ଫାଇବର ଯୁକ୍ତ ହୋଇଥିବାରୁ, ମଧୁମେହ(ଡାଇବେଟିସ) ନିୟନ୍ତ୍ରଣ କରିବା ରେ ମଧ୍ୟ ସାହାଯ୍ୟ କରିଥାଏ |

  • ଗର୍ଭଧାରଣ ପାଇଁ ଏବଂ ବାରମ୍ବାର ଗର୍ଭପାତ ହେଉଥିବା ମହିଳାଙ୍କ ପାଇଁ ଏହା ବରଦାନ ଅଟେ।

  • ଅଳ୍ପ କ୍ୟାଲୋରୀ, ଅଳ୍ପ ଫେଟ, ଅଧିକ ଫାଇବର ଯୁକ୍ତ ହୋଇଥିବାରୁ, ଏହା ଓଜନ ସନ୍ତୁଳିତ ରଖିଥାଏ।

ପାଣିସିଙ୍ଗଡ଼ା ଖାଇବାର ଅନେକ ଫାଇଦା ରହିଛି। ତଥାପି କିଛି ଲୋକଙ୍କ ପାଇଁ ଏହା କୁପ୍ରଭାବ ପକାଇଥାଏ। ପାଚନ ଶକ୍ତି କମ ଥିବା, ଆଲର୍ଜି ଥିବା, ବାରମ୍ବାର ବୃକକ ରେ ପଥର ହେଉଥିବା ବ୍ୟକ୍ତିମାନେ ଏହାକୁ ଖାଇବା ଉଚିତ ନୁହେଁ। ତେଣୁ ସାବଧାନତା ଅବଲମ୍ବନ ଏହି ପାଣିସିଙ୍ଗଡ଼ାକୁ ନିଜ ଦୈନନ୍ଦିନ ଖାଇବାରେ ଯୋଡି, ନିଜକୁ ସ୍ୱାସ୍ଥ୍ୟବାନ ରଖନ୍ତୁ।

Mamata Debta
Author: Mamata Debta

Latest Stories