ଭାରତ ବିପକ୍ଷ ଓ୍ବାନଡେ ଏବଂ ଟି-୨୦ ସିରିଜ ଲାଗି ଘୋଷଣା ହେଲା ଦକ୍ଷିଣ ଆଫ୍ରିକା ଦଳ

 ଘୋଷଣା ହେଲା ଦକ୍ଷିଣ ଆଫ୍ରିକା ଦଳ

ନୂଆଦିଲ୍ଲୀ: ଭାରତ ବିପକ୍ଷ ଓ୍ବାନଡେ ଏବଂ ଟି-୨୦ ସିରିଜ ପାଇଁ ଦକ୍ଷିଣ ଆଫ୍ରିକା ତା’ର ଟିମ୍ ଘୋଷଣା କରିଛି । ପୂର୍ବ ବର୍ଷ ଟି-୨୦ ବିଶ୍ୱକପ୍ ଫାଇନାଲ ଖେଳିବା ପରେ ଏନରିକ ନର୍ଟେଜୀ ଟି ୨୦ ଟିମକୁ ଫେରିଛନ୍ତି । ଦିନିକିଆ ଟିମର ଅଧିନାୟକ ଟେମ୍ବା ବାବୁମା କରିବେ । ସେହିଭଳି ଟି-୨୦ ଟିମର ଅଧିନାୟକ ଏଡନ ମାର୍କରମ ହେବେ । କ୍ୱିଣ୍ଟନ୍ ଡି କକଙ୍କ ପ୍ରତ୍ୟାବର୍ତ୍ତନ ଯୋଗୁଁ ରାୟନ୍ ରିକିଲ୍ଟନଙ୍କ ଟି-୨୦ ଦଳରେ ଚୟନ କରାଯାଇନାହିଁ । ଡି କକ୍ ନିକଟରେ ପାକିସ୍ତାନ ବିପକ୍ଷ ଦିନିକିଆରେ ଶତକ ମାରି ଆସୁଛନ୍ତି।

ଡେଭିଡ୍ ମିଲର ଟି-୨୦ ଦଳକୁ ଫେରିଛନ୍ତି । ସେ ଶେଷ ଥର ପାଇଁ ଡିସେମ୍ବର ୨୦୨୪ରେ ଦକ୍ଷିଣ ଆଫ୍ରିକା ପାଇଁ ଖେଳିଥିଲେ । ଟେମ୍ବା ବାବୁମା ଏକଦିବସୀୟ ଦଳର ଅଧିନାୟକ ହେବେ। ଡି କକ୍ ଏହି ବର୍ଷ ଅବସରରୁ ଫେରିଛନ୍ତି ଏବଂ ସେବେଠାରୁ ପୂର୍ବ ଅପେକ୍ଷା ଭଲ ଫର୍ମରେ ଅଛନ୍ତି।

ଦକ୍ଷିଣ ଆଫ୍ରିକା ଦିନିକିଆ ସ୍କ୍ବାର୍ଡ଼ – ଟେମ୍ବା ବାବୁମା (ଅଧିନାୟକ), ଅଟନୀଲ ବାର୍ଟମ୍ୟାନ୍, କାର୍ବିନ ବୋଶ୍ଚ, ମାଥ୍ୟୁ ବ୍ରିତ୍ଜେକେ, ଡେୱାଲ୍ଡ ବ୍ରୋବିସ, ନାନ୍ଦ୍ରେ ବର୍ଗର, କ୍ୱିଣ୍ଟନ୍ ଡି କକ୍, ଟୋନି ଡି ଜୋରଜୀ, ରୁବିନ୍ ହରମନ, କେଶବ ମହାରାଜ, ମାର୍କୋ ଜାନସେନ୍, ଏଡେନ ମାର୍କରମ, ରାୟନ ରିକେଲଟନ୍, ପ୍ରେନେଲାନ୍ ସୁବ୍ରାୟନ,ଲୁଙ୍ଗି ଏନଗିଡି । ଦକ୍ଷିଣ ଆଫ୍ରିକା ଟି-୨୦ ସ୍କ୍ବାର୍ଡ଼ : ଏଡେନ ମାର୍କରମ (ଅଧିନାୟକ), ଅଟନିଲ ବାର୍ଟମ୍ୟାନ୍, କର୍ବିନ ବଶ, ଡେୱାଲ୍ଡ ବ୍ରୋବିସ, କ୍ୱିଣ୍ଟନ୍ ଡି କକ୍, ଟୋନୀ ଡି ଜୋରଜୀ, ଡୋନେବନ୍ ଫରେରା, ରିଜା କ୍ୟାଣ୍ଡ୍ରିକ୍ସ, ମାର୍କୋ ଜାନସେନ୍, ଜର୍ଜ ଲିଣ୍ଡେ, କ୍ୱେନା ମଫାକା, ଡେଭିଡ ମିଲର, ଲୁଙ୍ଗି ଏନଗିଡି, ଏନରିକ ନର୍ଟଜେ, ଟ୍ରିଷ୍ଟନ ଷ୍ଟବ୍ସ ।

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories