ଏକାମ୍ର ଓ୍ଵାକ୍ସରେ ଯୋଡ଼ି ହେଲା ଦୁଇ ନୂଆ ଟ୍ରେଲ୍ ; ମନ ମୋହିବ ଓଡ଼ିଆ ଭାଷାର ଗୌରବ ଗାଥା

ଏକାମ୍ର ଓ୍ଵାକ୍ସରେ ଯୋଡ଼ି ହେଲା ଦୁଇ ନୂଆ ଟ୍ରେଲ୍

ଭୁବନେଶ୍ୱର: ଭୁବନେଶ୍ୱରର ଐତିହ୍ୟ, ସାଂସ୍କୃତିକ, ପ୍ରାକୃତିକ, ଆଧ୍ୟାତ୍ମିକତା, କଳା, ପରିବେଶର ହୃଦୟସ୍ପର୍ଶୀ ରୂପକୁ ଜାଣିବା ପାଇଁ ଭୁବନେଶ୍ୱର ମହାନଗର ନିଗମର ମିଳିତ ଆନୁକୁଲ୍ୟରେ ଆରମ୍ଭ ହୋଇଥିବା ‘ଏକାମ୍ର ଓ୍ଵାକ୍ସ’ରେ ‘ଓଡିଆ ଭାଷାର ଗୌରବ ଗାଥା ’ ଏବଂ ‘ଉତ୍କୃଷ୍ଟ କଳାର ଅନ୍ଢରାଳେ-ଉତ୍କଳ – ଓଡ଼ିଆ ଫିଲ୍ମ ପ୍ୟାନୋରାମା’ ଭଳି ଦୁଇଟି ନୂଆ ଟ୍ରେଲ୍ ଯୋଡ଼ି ହୋଇଛି । ଆସନ୍ତା ୨୩ ନଭେମ୍ବର ୨୦୨୫ରୁ ‘କଳା ଭୂମି’ଠାରେ ଏହି ଦୁଇ ଟ୍ରେଲ୍ ଆରମ୍ଭ ହେବ । ଏହି ଟ୍ରେଲ୍ ମାଧ୍ୟମରେ ଦର୍ଶକ ଓ ପର୍ଯ୍ୟଟକମାନେ ଓଡ଼ିଆ ସାହିତ୍ୟର ମହାନ୍ ସ୍ରଷ୍ଟାମାନଙ୍କ ସହ ଜଡ଼ିତ ସ୍ମୃତି ଓ କାହାଣୀକୁ ଜାଣିବାକୁ ପାଇବେ। ଅନ୍ୟପକ୍ଷରେ, ଓଡ଼ିଆ ଫିଲ୍ମ ପ୍ୟାନୋରାମା ଟ୍ରେଲ୍‌ରେ ଓଡ଼ିଆ ସିନେମାର ଐତିହ୍ୟ, ନିର୍ମାତା, କଳାକାର ଓ ସହ କଥୋପକଥନର କରିପାରିବେ।

ଭାଷା, କଳା ଓ ଅଭିବ୍ୟକ୍ତିର ଜୀବନ୍ତ ଯାତ୍ରା ଉପରେ ଆଧାରିତ ‘ଓଡିଆ ଭାଷାର ଗୌରବ ଗାଥା ଟ୍ରେଲ୍’ ‘କଳା ଭୂମି’ ଠାରେ ପୂର୍ବାହ୍ନ ୧୧ଟା ୩୦ରେ ଅନୁଷ୍ଠିତ ହେବ । ଏହା ଓଡ଼ିଆ ଭାଷାର ବିକାଶ ଯାତ୍ରାକୁ ଏକ ରଙ୍ଗୀନ ଓ ଜୀବନ୍ତ ଅନୁଭବ ପ୍ରଦାନ କରିବ । ଏକାମ୍ର ଓ୍ଵାକ୍ସର ୨୩ ନଭେମ୍ବର ୨୦୨୫ରୁ ଆରମ୍ଭ ହେବାକୁ ଥିବା ଅନ୍ୟ ଏକ ଟ୍ରେଲରେ ‘ଉତ୍କୃଷ୍ଟ କଳାର ଅନ୍ଢରାଳେ-ଉତ୍କଳ – ଓଡ଼ିଆ ଫିଲ୍ମ ପ୍ୟାନୋରାମା’ରେ ପ୍ରତି ରବିବାର କଳା ଭୂମିରେ ହେବ ଓଡ଼ିଆ ସିନେମାର ମହକ୍‌ । ଏହା ‘କଳା ଭୂମି’ର ଖୋଲା ଆକାଶ ତଳେ ଥିବା ଥିଏଟରରେ ପ୍ରତି ରବିବାର ସମୟ ସନ୍ଧ୍ୟା ୫:୩୦ରୁ ରାତି ୮:୩୦ ପର୍ଯ୍ୟନ୍ତ ଆୟୋଜିତ ହେବ।

ଏଠାରେ ପୁରୁଣା ଓ ଐତିହାସିକ ଓଡ଼ିଆ ଚଳଚ୍ଚିତ୍ରଗୁଡ଼ିକ ବଡ଼ ପରଦାରେ ପ୍ରଦର୍ଶନ, ଚଳଚ୍ଚିତ୍ର ଇତିହାସ, ନିର୍ଦ୍ଦେଶକ ଓ ସାଂସ୍କୃତିକ ପୃଷ୍ଠଭୂମି ବିଷୟରେ ସୁନ୍ଦର ପରିଚୟ, ଚଳଚ୍ଚିତ୍ର ବିଶେଷଜ୍ଞ, ସିନେପ୍ରେମୀ ଓ ସାଂସ୍କୃତିକ କର୍ମୀଙ୍କ ସହ ଖୋଲା କଥାବାର୍ତ୍ତା ସହିତ ସାଙ୍ଗମାନଙ୍କ ସହ ଆସି ଓଡ଼ିଆ ସିନେମା, ହସ୍ତଶିଳ୍ପ ଓ ସଂସ୍କୃତିର ଏକ ଅଦ୍ଭୁତ ମିଶ୍ରଣକୁ ଉପଭୋଗ କରିପାରିବେ। ଆଗାମୀ ପ୍ରତି ରବିବାର ସନ୍ଧ୍ୟା କଳା ଭୂମିରେ ଓଡ଼ିଆ ଚଳଚ୍ଚିତ୍ରର ମହକ ଓ ଆଲୋକରେ ରଙ୍ଗିନ ହୋଇଉଠିବ । ଏହି ଦୁଇ ଟ୍ରେଲର ସୁନ୍ଦର ଅନୁଭୂତି ପାଇବା ପାଇଁ ଇଛୁକ କଳାପ୍ରେମୀ ଓ ଦର୍ଶକ ଆଗୁଆ Ekamra-Walks.comରେ ପଞ୍ଜିକରଣ କରିବେ ବୋଲି ଆୟୋଜକ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି।

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories