ରୁପି ଏକ ସାଧାରଣ ଶୁଷ୍କ ଚର୍ମ ଜନିତ ସମସ୍ୟା। ଶୀତ ଦିନରେ ଏହି ସମସ୍ୟା ଅଧିକାଂଶ ଲୋକମାନଙ୍କ ଠାରେ ଦେଖିବାକୁ ମିଳିଥାଏ। ଚର୍ମର ଶୁଷ୍କତା,ଫଙ୍ଗଲ ଇନଫେକ୍ସନ (fungal infection )ଏବଂ ସଫା ସୁତୁରା ଅଭାବ କାରଣରୁ ରୁପି ସମସ୍ୟା ହୋଇଥାଏ। ଏହାଦ୍ୱାରା କେଶ ଶୁଷ୍କ ଏବଂ ନିଷ୍କ୍ରିୟ ଦେଖାଯାଏ। ତେବେ ବଜାର ରେ ମିଳୁଥିବା କେମିକାଲ ସେମ୍ପୋ ବଦଳରେ ରୁପି ଦୂର କରିବା ପାଇଁ ଘରୋଇ ଉପଚାର ଅଵଲମ୍ବନ କରିବା ଉଚିତ। ଆପଣ ଘରୋଇ ଜିନିଷ ବ୍ୟବହାର କରି ଅତି କମ ଖର୍ଚ୍ଚ ରେ ଅତି ସହଜ ଉପାୟରେ ଏହାକୁ ପ୍ରସ୍ତୁତ କରି ପାରିବେ।
ଏଥିପାଇଁ ଆପଣଙ୍କୁ ଦରକାର ନଡ଼ିଆ ତେଲ, ଲେମ୍ବୁ ଏବଂ ଘି କୁଆଁରୀ।ନଡ଼ିଆ ତେଲ ରେ ଆଣ୍ଟି ଫଙ୍ଗଲ ଏବଂ ମଶ୍ଚରାଇଜିଙ୍ଗ ଗୁଣ ଥାଏ। ଏହା ଅତି ସହଜରେ ଚର୍ମ ମଧ୍ୟରେ ପ୍ରବେଶ କରି ତ୍ୱଚା କୁ ଶୁଷ୍କ ହେବାରୁ ବଞ୍ଚିତ କରେ ଏବଂ ଫଙ୍ଗାଲ ସଂକ୍ରମଣ କୁ ରୋକିବାରେ ସାହାଯ୍ୟ କରେ।ଲେମ୍ବୁ ରସରେ ଥାଏ ସାଇଟ୍ରିକ ନାମକ ଏସିଡ, ଯାହା ଶୁଷ୍କ ରୁପି ଗୁଡିକୁ ତ୍ୱଚା ଉପରୁ ସଫା କରିବାରେ ସାହାଯ୍ୟ କରେ। ଘିକୁଆଁରୀ ରେ ଥିବା ଏନଜାଇମ ଏବଂ ଭିଟାମିନ, ତ୍ୱଚା ରେ ହୋଇଥିବା ଘା ଗୁଡିକୁ ଠିକ କରିବା ସହ ତ୍ୱଚାକୁ ଚିକ୍କଣ କରିଥାଏ।
କିପରି ତିଆରି ଏବଂ କେମିତି ପ୍ରୟୋଗ କରିବେ:
ଏହି ଘରୋଇ ଉପଚାରି ମିଶ୍ରଣ ତିଆରି କରିବା ପାଇଁ,ଏକ କାଚ ପାତ୍ରରେ ୨ ବଡ ଚାମଚ ନଡ଼ିଆ ତେଲ, ୧ ବଡ ଚାମଚ ଲେମ୍ବୁ ରସ, ୧ ବଡ ଚାମଚ ଘି କୁଆଁରୀ ନେଇ ଭଲ ଭାବରେ ମିଶାନ୍ତୁ।ଏହି ମିଶ୍ରଣ କୁ ଆଙ୍ଗୁଠି ସାହାଯ୍ୟ ରେ ଆପଣଙ୍କ ମୁଣ୍ଡର ଖପୁରୀରେ ଲଗାଇ,୫-୧୦ ମିନିଟ ହାଲୁକା ହାତରେ ମାଲିଶ କରନ୍ତୁ ଏବଂ ଅଧ ଘଣ୍ଟା ଛାଡିଦିଅନ୍ତୁ। ଅଧ ଘଣ୍ଟା ପରେ ହାଲକା ଉଷୁମ ପାଣି କିମ୍ବା କେମିକାଲ ନ ଥିବା ସେମ୍ପୁ ବ୍ୟବହାର କରି ଧୋଇ ଦିଅନ୍ତୁ। ଏହି ମିଶ୍ରଣ କୁ ସପ୍ତାହରେ ୨ଥର ପ୍ରୟୋଗ କରନ୍ତୁ। ପ୍ରଥମ ବ୍ୟବହାର କରିବା ପରେ ହିଁ ଏହାର ଫାଇଦା ଦେଖିପାରିବେ।
ଏହି ଘରୋଇ ଉପଚାର, ପ୍ରାକୃତିକ ରୂପରେ ଅତି କମ ଖର୍ଚ୍ଚ ରେ ଆପଣଙ୍କର ରୁପିକୁ ଭଲଭାବରେ ସଫା କରିବ ଏବଂ ଆପଣଙ୍କୁ ଏକ ନରମ, ଚମକଦାର, ରୁପି ବିହୀନ ଚୁଟି ପ୍ରଦାନ କରିବ।








