ଅନୁଗୋଳ (ବିଜୟ କୁମାର ଦେବତା): ଭାରତ ସରକାରଙ୍କ ନବରତ୍ନ ପ୍ରାପ୍ତ ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ (ନାଲକୋ) ଏହାର ଅନୁଗୁଳ ଠାରେ ସ୍ଥିତ ସ୍ପେକ୍ଟର ଓ ପାୱାର କପ୍ଲେକ୍ସ(ଏସ ଆଣ୍ଡ ପି) ତରଫରୁ ପାରିପାର୍ଶୀକ ଗ୍ରାମର ଯୁବକ ଓ ଯୁବତୀଙ୍କୁ ସ୍ଵାବଲମ୍ବି କରିବା ଦିଗରେ ଓ ଏକ ନିଶ୍ଚିତ କର୍ମଯୋଗାଣ ଉଦ୍ଦେଶ୍ୟରେ ସେମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ସରକାରଙ୍କ ଅନୁମୋଦିତ ଭୁବନେଶ୍ବର ସ୍ଥିତ ଦକ୍ଷତା ପ୍ରଶିକ୍ଷଣ ଅନୁଷ୍ଠାନ (ସ୍କିଲ ଡେଭେଲପମେକ୍ଟ ଇନ୍ସଟି ଚ୍ୟୁଟ)ରେ ତିନିମାସ ପାଇଁ ଟ୍ରେନିଂ ଗ୍ରହଣ ସକାଶେ ପଠେଇଛନ୍ତି। ଏସ ଆଣ୍ଡ ପି କମପ୍ଲେକ୍ସ ସ୍ଥିତ ଟ୍ରେନିଂ ସେକ୍ଟର ପ୍ରାଙ୍ଗଣରୁ କମ୍ପାନୀ ଦ୍ଵାରା ଏକ ବସ ଯୋଗେ ସମସ୍ତ ଯୁବକ-ଯୁବତୀଙ୍କୁ ପଠେଇବାର ବ୍ୟବସ୍ତା କରା ଯାଇଥିଲା I ଏକ ଉତ୍ସବରେ, କାର୍ଯ୍ୟନିର୍ବାହୀ ନିର୍ଦେଶକ (ଏସ ଆଣ୍ଡ ପି) ଶ୍ରୀ ସଚ୍ଚିଦାନନ୍ଦ ଜେନା ଓ ସିଜିଏମ (ଏଚଆର) ଶ୍ରୀ ହିମାଂଶୁ ଶେଖର ପ୍ରଧାନ ପତାକା ଦେଖାଇ ବସକୁ ଭୁବନେଶ୍ବର ଅଭିମୁଖେ ଯାତ୍ରାପାଇଁ ଶୁଭାରମ୍ଭ କରେଇଥିଲେ | ଏହି ଉତ୍ସବରେ ସମସ୍ତ ଅଭିଭାବକଙ୍କ ସମେତ ସିଏସଆର ବିଭାଗର ମୁଖ୍ୟ ଶ୍ରୀ ରାଜରାମ ମିଶ୍ର, ସମସ୍ତ କର୍ମଚାରୀ ଓ ନାଲକୋ ଫାଉକ୍ଳେଶନର କର୍ମକର୍ତ୍ତା ମାନେ ମଧ୍ୟ ଉପସ୍ଥିତ ଥିଲେ I
ଏଠାରେ ସୂଚନାଯୋଗ୍ୟ ଯେ, ନାଲକୋ ଏହାର ସିଏସଆର କାର୍ଯ୍ୟକ୍ରମ ଜରିଆରେ ପରିପାର୍ଶୀକ ଗ୍ରାମ ମାନଙ୍କରେ ଥିବା ଯୁବକ-ଯୁବତୀ ମାନଙ୍କୁ ସ୍ୱ।ବଲମ୍ବି କରାଇବା ଦିଗରେ ଚାକିରୀ ଭିଭିକ ନିଶୁଳ୍କ ଟ୍ରେନିଂ ବ୍ୟବସ୍ତା ଉପରୋକ୍ତ ଅନୁଷ୍ଠାନ ଠାରେ କରାଇଛି । ବର୍ତ୍ତମାନର ବ୍ୟାଚଙ୍କୁ ନିଜର ପ୍ର।ଥମିକତା ଅନୁଯାୟୀ ତିନିଟି ଟ୍ରେନିଂ କୋର୍ସରେ ତିନି ମାସ ଧରି କର୍ମ-କ୍ଷେତ୍ର ଉପଯୋଗୀ ଟ୍ରେନିଂର ବ୍ୟବସ୍ତା କରଯାଇଛି। ଟ୍ରେନିଂ ସାରିବା ପରେ ବିଭିନ୍ନ ସମ୍ମାନଷ୍ପଦ କମ୍ପାନୀ ମାନଙ୍କରେ ନିଶ୍ଚିତ-ଚାକିରୀର ବ୍ୟବସ୍ତା ମଧ୍ୟ କରାଯାଇଛି । ଗତ ସପ୍ତାହରେ ଉକ୍ତ ଅନୁଷ୍ଠାନ ତରଫରୁ ଏକ ଅନଲାଇନ ଟେଷ୍ଟ କରାଇ ଏହି ଟ୍ରେନିଂ ବ୍ୟବସ୍ତା ପାଇଁ ଯୁବକ-ଯୁବତୀଙ୍କୁ ଚୟନ କରଯାଇଥିଲା I
ଏହି ପ୍ରୋଜେକ୍ଟ ସମ୍ବନ୍ଧୀୟ ସମସ୍ତ ଆନୁଷଙ୍ଗିକ କାର୍ଯ୍ୟରେ ଏଜିଏମ (ପିଆର ଓ ସିଏସଆର) ଶ୍ରୀ ସମୀର ମାଝିଙ୍କ ସହ ଶ୍ରୀ ଶିବାନନ୍ଦ ସାହୁ, ଶ୍ରୀ ପ୍ରଭାସ ସିଂହ ଓ ଶ୍ରୀ ପ୍ରୀତମ ବିଶ୍ବାଳ ଓ ଅନ୍ୟ ସମସ୍ତେ ସହଯୋଗ କରିଥିଲେ I







