ଗୋଡ ନାହିଁ, ଦୁଇ ହାତର ଆଙ୍ଗୁଠି ନାହିଁ ତଥାପି ଚାମ୍ପିଅନ । ଅନ୍ୟ କୌଣସିରେ ନୁହେଁ ପହଁରା ଓ ପାରାସେଲିଂ ପ୍ରତିଯୋଗିତାରେ ରାଜ୍ୟପାଇଁ ଆଣିଛନ୍ତି ଗୌରବ । ଖୁବଶୀଘ୍ର ବିଶ୍ବ ଚାମ୍ପିଅନସିପରେ ଭାରତ ପାଇଁ ପ୍ରତିନିଧିତ୍ବ କରିବେ ଓଡ଼ିଆ ଝିଅ । ଗୋଡ଼ ନାହିଁ ଓ ହାତ ଆଙ୍ଗୁଠି ନଥିବା ଜଣେ ଗାଉଁଲି ଝିଏ ନିଜ ଗାଁ, ଜିଲ୍ଲା, ରାଜ୍ୟ ପରେ ଏବେ ଦେଶକୁ ସଫଳତାର ଶୀର୍ଷପରେ ପହଞ୍ଚାଇଛନ୍ତି । ଏମିତି ଜଣେ ଝିଅ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାର ମୋନାଲି ସ୍ବାଇଁ । ତାଙ୍କୁ ଦିବ୍ୟାଙ୍କ କହିବାକୁ ବିବେକ ବାଧା ଦିଏ। ମୋନାଲି ଏବେ ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି।ସମସ୍ତଙ୍କ ପାଇଁ ମାର୍ଗ ସାଜିଛନ୍ତି । ଜନ୍ମରୁ ଗୋଟିଏ ଗୋଡ ଓ ହାତର ଆଙ୍ଗୁଠି ନଥିଲେ ବି ହାରି ନାହାନ୍ତି ମୋନାଲି ।
କୃତିମ ଗୋଡ଼ରେ ପହଁରୁଛନ୍ତି, ନୌକା ବି ଚଳାଉଛନ୍ତି। ଜଳକ୍ରୀଡା ରେ ପାରଙ୍ଗମ ମୋନାଳି। ରାଜ୍ୟ ପାଇଁ ଆଣିଛନ୍ତି ଅନେକ ଗୌରବ। ମୋନାଲିଙ୍କ ପରିଶ୍ରମ ଯିଏ ବି ଦେଖିବ ତାଯୁବ ହୋଇଯିବ। ମହାନଦୀରେ ଚଳାଇଛନ୍ତି ଅଭ୍ୟାସ। ନିକଟରେ ଓମାନରେ ହେବାକୁ ଥିବା ୱାର୍ଲଡ଼ ସେଲିଂ ଚମ୍ପିୟାନସିପରେ ଭାରତକୁ ପ୍ରତିନିଧିତ୍ଵ କରିବେ ମୋନାଳୀ । ଏଥିପାଇଁ ସେ ମହାନଦୀରେ ଅଭ୍ୟାସ ଚଳାଇଛନ୍ତି। ପୂର୍ବରୁ ସେ କର୍ଣ୍ଣାଟକ ସମେତ ବିଭିନ୍ନ ରାଜ୍ୟ ଓ ଦେଶ ବାହାରେ ଅଭ୍ୟାସ କରିଛନ୍ତି ମୋନଳି । ଏଠି ସହ ପଦକ ଜିତି ରାଜ୍ୟ ଓ ଦେଶ ପାଇଁ ଆଣିଛନ୍ତି ଗୌରବ। ଆଗାମୀ ପ୍ରତିଯୋଗିତା ପାଇଁ ଓଡିଶା କ୍ରୀଡା ବିଭାଗ ସହଯୋଗରେ ମହାନଦୀରେ ଅଭ୍ୟାସ ଚଳାଇଛନ୍ତି।
ପହଁରା ଓ ନୌକା ଚାଳନାର କୌଶଳ ଶିଖୁଛନ୍ତି। ଓମାନ ୱାର୍ଲଡ଼ ଚମ୍ପିୟାନସିପରୁ ଦେଶ ପାଇଁ ପଦକ ଆଣିବା ଲକ୍ଷ୍ୟରେ ଦିନ ରାତି ଏକ କରି ଦେଇଛନ୍ତି ମୋନଳୀ । କେବଳ ଏତିକିରେ ଅଟକି ନାହାନ୍ତି ବରଂ ପାରା ଅଲମ୍ପିକ ଯିବାକୁ ଲକ୍ଷ୍ୟ ରଖିଛନ୍ତି। ଜାତୀୟ ସ୍ଵିମିଙ୍ଗ, ଏସିଆନ ସେଲିଂରେ ପଦକ ଆଣିଥିବା ମୋନାଲି ବିଶ୍ୱ ନୌକା ଚାଳନା ପ୍ରତିଯୋଗିତାରେ ରାଜ୍ୟ ଓ ଦେଶ ପାଇଁ ବିଜୟର ବାନା ଉଡ଼ାଇବା ଲକ୍ଷ୍ୟରେ ମୋନାଲୀ। ବାଧା ବିଘ୍ନ ସତ୍ତ୍ୱେ ମୋନାଳୀଙ୍କ ସଫଳତା ସମସ୍ତଙ୍କ ପାଇଁ ଉଦାହରଣ ହୋଇଛି।







