ବାରବାଟୀ T20 କାଉଣ୍ଟ ଡାଉନ୍, ଲୋକେ ଉତ୍ସାହିତ

 ବାରବାଟୀ T20 କାଉଣ୍ଟ ଡାଉନ୍

କଟକ: ଯେତେ ସମୟ ପାଖଉଛି ବାରବାଟୀରେ ଭାରତ ଦକ୍ଷିଣ ଆଫ୍ରିକା ମ୍ୟାଚ ଦେଖିବାକୁ ସେତିକି ଉତ୍କଣ୍ଠା ବଢୁଛି। ଡିସେମ୍ବର ୯ରେ ବାରବାଟୀ ଷ୍ଟାଡିୟମ ରେ ଟିମ ଇଣ୍ଡିଆ ଓ ଦକ୍ଷିଣ ଆଫ୍ରିକା ଟି ୨୦ ମ୍ୟାଚ୍। ଆରମ୍ଭ ହେଲାଣି ଆୟୋଜନ, ଜୋରଦାର ହେଲାଣି ପ୍ରସ୍ତୁତି। ଡିସେମ୍ବର ୧ରୁ ବିକ୍ର ହେବ ଅନଲାଇନ୍ ଟିକେଟ। ୩, ୪ରେ ଓସିଏ ଅନୁବନ୍ଧିତ ସଂସ୍ଥା ଓ କ୍ଳବଙ୍କୁ ଓସିଏ ଅଫିସରେ ଟିକେଟ ବିକ୍ରି କରାଯିବ। ଡିସେମ୍ବର ୫ରେ ସାଧାରଣ ଦର୍ଶକନି ପାଇଁ ୬ ଟି କାଉଣ୍ଟର ରେ ଟିକେଟ ବିକ୍ରି ହେବ। ମ୍ୟାଚକୁ ଶୃଙ୍ଖଳିତ କରିବା ପାଇଁ ଜିଲ୍ଲା ପ୍ରଶାସନ ଜୋରଦାର ପ୍ରସ୍ତୁତି ଚଳାଇଛି। ଏଠି ପାଇଁ ଷ୍ଟାଡିୟମ୍ ଯାଞ୍ଚ ଚାଲିଛି। ଭୁବନେଶ୍ୱ IIT ଷ୍ଟାଡିୟମର ସୁରକ୍ଷା ସାର୍ଟିଫିକେଟ ଦେବ। ମ୍ୟାଚ ବେଳେ ହେବ ଗ୍ରୀନ କରିଡର।

ବାଲିଯାତ୍ରା ତଳ ପଡିଆ କଟକ ଇଂନ କଟକରେ ଫ୍ୟାନ ପାର୍କ ବ୍ୟବସ୍ଥା ହୋଇଛି। ଷ୍ଟାଡିୟମ୍ ର କିଛି ଗ୍ୟାଲେରୀ କାମ ଚାଲୁଥିବାରୁ ଚଳିତବର୍ଷ ଟିକେଟ ସଂଖ୍ୟା କମ କରାଯିବା ନେଇ ଓସିଏ ପକ୍ଷରୁ ସୂଚନା ଦିଆଯାଇଛି। ଦର୍ଶକଙ୍କ ସୁରକ୍ଷା ଦୃଷ୍ଟିରୁ ଗ୍ୟାଲେରୀରେ ସିଟ ସଂଖ୍ୟା କମ କରାଯିବ ବୋଲି କୁହାଯାଇଛି। ଗତବର୍ଷର ଫ୍ଲଡଲାଇଟ ସମସ୍ୟା ଯେମିଟି ନ ହେବ, ତା ଉପରେ କଡା ନଜର ରଖିଛି ପ୍ରଶାସନ ଏବଂ OCA। ମ୍ୟାଚକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ପକ୍ଷରୁ ନିୟମିତ ସମୀକ୍ଷା କରାଯାଉଛି। ଷ୍ଟାଡିୟମ ସୁରକ୍ଷା ସାର୍ଟିଫିକେଟ ଉପରେ ଗୁରୁତ୍ୱ ଦିଆଯାଇଛି। IIT ଭୁବନେଶ୍ୱର ସେଫ୍ଟି ସାର୍ଟିଫିକେଟ ଦେବ, ପ୍ରଥମଥର ପାଇଁ ଗ୍ରୀନ କରିଡର ବ୍ୟବସ୍ଥା କରାଯାଇଛି। ମହାନଦୀ ପଠା ବାଲିଯାତ୍ରା ତଳ ପଡିଆ କଟକ ଇନ କଟକରେ ଫ୍ୟାନଙ୍କ ପାଇଁ ହେବ ପାର୍କ, ଗାଡ଼ି ପାଇଁ ହେବ ପାର୍କିଂ ବ୍ୟବସ୍ଥା।

ଏଥର ଟିକେଟ କାଉଣ୍ଟର ପାଇଁ ବାଉଁଶ ନୁହେ ଷ୍ଟିଲ ବ୍ୟାରିକେଡ଼ ବ୍ୟବସ୍ଥା କରୁଛି ପ୍ରଶାସନ। ସୂଚନା ଅନୁସାରେ କାଉଣ୍ଟର ନିକଟରୁ ପ୍ରାୟ ଏକ କିଲୋମିଟର ଯାଏ ଷ୍ଟିଲର ବ୍ୟାରିକେଡ଼ କରାଯିବ। ଦର୍ଶକଙ୍କ ସୁବିଧା ଓ ସୁରକ୍ଷାକୁ ନଜରରେ ରଖି ଏସବୁ ନିଷ୍ପତ୍ତି ନିଆଯାଇଛି। ତେବେ ମ୍ୟାଚ ଦିନ ଷ୍ଟାଡିୟମ୍ କୁ ସହଜ ଯାତାୟାତ ପାଇଁ ବସ ବ୍ୟବସ୍ଥା କରାଯାଉଛି। ବସଷ୍ଟାଣ୍ଡ ଓ ରେଳ ଷ୍ଟେସନରୁ ଷ୍ଟାଡିୟମ୍ ଯାଏ ଚାଲିବ ଆମବସ। ଏହାଦ୍ବାରା ଦର୍ଶକ ମାନେ ସୁବିଧାରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରିବେ। ଏଥର ବାରବାଟି t20 ମ୍ୟାଚକୁ ଉପ୍ଲଭୋଗ୍ୟ ଓ ସ୍ମରଣୀୟ କରିବାକୁ ଲାଗି ପଡିଛନ୍ତି oca କର୍ତ୍ତୃପକ୍ଷ ଓ କଟକ ଜିଲ୍ଲା ପ୍ରଶାସନ।

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories