ଶିକ୍ଷକଙ୍କ ନିଆରା ଉଦ୍ୟମ, ସୁନ୍ଦର ପରିବେଶ ସାଙ୍ଗକୁ ପାଳନ ହୁଏ ସବୁ ଛାତ୍ରଛାତ୍ରୀଙ୍କ ଜନ୍ମଦିନ

ଶିକ୍ଷକଙ୍କ ନିଆରା ଉଦ୍ୟମ

ସୁବର୍ଣପୁର: କଥାରେ ଅଛି ଗାଁ ପରିମଳ ଜଣାପଡ଼େ ଗାଧୁଆ ତୁଠରୁ । ଅର୍ଥାତ ଗାଁର ପରିବେଶ କେତେ ସ୍ବଚ୍ଛ ଏଇଠୁ ଜଣାପଡ଼େ । ପରିବେଶ ସୂଚାଇ ଦିଏ ଲୋକଙ୍କ ସ୍ବଭାବ । ଆଜିକାଲି ପିଲାଙ୍କୁ ପାଠ ପଢ଼ାଇବା ପାଇଁ ବାପାମାଆ ମାନେ ଦିନରାତି ଚିନ୍ତା କରନ୍ତି । ଇଣ୍ଟରନେଟ ସର୍ଚଠାରୁ ନିକଟ ସମ୍ପର୍କୀୟ ସମସ୍ତଙ୍କୁ ପଚାରି ବୁଝନ୍ତି ପିଲାଙ୍କୁ କେଉଁ ସ୍କୁଲରେ ପାଠ ପଢ଼ାଇବେ । ଆଜି କାଲି ଘରୋଇ ସ୍କୁଲ ପ୍ରତି ଅଭିଭାବକଙ୍କ ଉତ୍ସାହ ବଢୁଥିବାବେଳେ ଏମିତି ସରକାରୀ ସ୍କୁଲ ଅଛି ଯାହାକି ଘରୋଇ ସ୍କୁଲଠାରୁ କେଉଁ ଗୁଣରେ କମ୍‌ ନୁହେଁ । ଯାହା ଯୋଗାଇଥାଏ ଛାତ୍ରଛାତ୍ରୀଙ୍କ ଭିତରେ ଉତ୍କଣ୍ଠା । ବିଦ୍ୟାଳୟ ହେବ ତ ଏମିତି । ଏଠି ଦିଆଯାଉଛି ପାଠ ସହ ମାନବୀୟ ମୂଲ୍ୟବୋଧର ଶିକ୍ଷା । ଆନୁଷଙ୍ଗିକ ବ୍ୟବସ୍ତା କରିଛନ୍ତି ଶିକ୍ଷକ ।

ସ୍କୁଲ ପରିସରରେ ଲାଗିଛି ଔଷଧୀୟ ବୃକ୍ଷ, ଫୁଲ ଗଛ, ଓ କିଚେନ୍ ଗାର୍ଡେନ । ମଧ୍ୟାହ୍ନ ଭୋଜନ ପାଇଁ ଏଇଠି ମିଳେ ପରିବା, ଜୈବିକ ପଦ୍ଧତିର ଚାଷ କରାଯାଏ । ସ୍କୁଲ କାନ୍ଥରେ ଲାଗିଛି ସିକ୍ଷଣୀୟ ଫଟୋ ଓ ଲେଖା । ସ୍କୁଲକୁ ଦେଖିଲେ ସମସ୍ତେ ଖୁସି ହୋଇଯିବ । ବିଜ୍ଞାନାଗାର, କମ୍ପ୍ୟୁଟର, ଲାଇବ୍ରେରୀ ଆଦି ଛାତ୍ରଛାତ୍ରୀ ମାନଙ୍କ ପାଇଁ ରହିଛି । ଏମିତି ଏକ ନିଆରା ସ୍କୁଲ ହେଉଛି ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକର ପ୍ରତାପପୁର ସରକାରୀ ଉଚ ପ୍ରାଥମିକ ବିଦ୍ୟାଳୟ । ଏଠାକାର ଶିକ୍ଷାଦାନ ପ୍ରଣାଳୀ ପାଇଁ ଏବେ ଛାତ୍ରଛାତ୍ରୀ ବେସ ଖୁସି ଅନୁଭବ କରିଛନ୍ତି ।

ବିଦ୍ୟାଳୟରେ ବହି ପାଠ ବ୍ୟତୀତ ଦିଆଯାଉଛି ମାନବୀୟ ମୂଲ୍ୟବୋଧର ଶିକ୍ଷା । ଶିକ୍ଷା ଦାନରେ ସୀମିତ ନରହି ପାରମ୍ପରିକ ଜିନିଷ ସହ ଗାଁରେ ସାଧାରଣ ଚାଲିଚଳନକୁ ନେଇ ବିଭିନ ସାମଗ୍ରୀ ମାଧ୍ୟମରେ ଦିଆଯାଉଛି ଶିକ୍ଷା । ଆଉ ଗୋଟିଏ ନିଆରା କାର୍ଯ୍ୟ ହେଲା ସ୍କୁଲରେ ଛାତ୍ରଛାତ୍ରୀଙ୍କ ଜନ୍ମଦିନ ପାଳନ କରା୍ଯାଏ l । ପିଲାମାନେ ଶାନ୍ତି ଶ୍ରୁଙ୍ଖଳା ସହିତ ବିଦ୍ୟାଳୟ ପ୍ରବେଶ କଲା ଠାରୁ ପାଠ ପଢା ସହ ବିଭିନ୍ନ ପ୍ରକାର କାର୍ଯକ୍ରମ ସବୁ କରାଯାଇଥାଏ । ଏସବୁ ପାଇଁ ସରକାରୀ ବ୍ୟବସ୍ତା ନଥିଲେ ବି ନିଜସ୍ୱ ଉଦ୍ୟମରେ ଏସବୁ କରିଛନ୍ତି ଶିକ୍ଷକମାନେ । ଯାହାକୁ ନେଇ ବେସ ଖୁସି ଛାତ୍ରଛାତ୍ରୀ ଓ ଅଭିଭାବକ। ଭଳିକି ଭଳି ଔଷଧୀୟ ବୃକ୍ଷ, ଫୁଲ ବଗିଚା, ପାକଶାଳାରେ ଲାଗିଛି ବିଭିନ୍ନ ପ୍ରକାର ପନିପରିବା ତାହା ପିଲା ମାନେ ମଧ୍ୟାହ୍ନ ଭୋଜନ ରେ ସବୁଜ ପନିପରିବା ଖାଇଥାନ୍ତି l ବିଭିନ୍ନ ନାଚ ଗୀତ ଗାଁ ଲୋକ ନୃତ୍ୟ ସହିତ ଓଡ଼ିଶାର କଳା ସଂସ୍କୃତି ମାଧ୍ୟମରେ ନାଚ ଖେଳ ଖେଳି ବିଭିନ୍ନ ସ୍ଥାନରେ ଉଲ୍ଲେଖନିୟ ପ୍ରଦର୍ଶନ କରିଛନ୍ତି ଛାତ୍ରଛାତ୍ରୀ l ପ୍ରତାପପୁର ସ୍କୁଲ ଶିକ୍ଷକଙ୍କ ଏମିତିଁ ନିଆରା ଉଦ୍ୟମ ପାଇଁ ଜିଲ୍ଲା ପ୍ରଶାସନ ଠୁ ସାଧାରଣ ଲୋକେ ସମସ୍ତେ ପ୍ରଶଂସା କରୁଛନ୍ତି ।

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories