ବନ ବିଭାଗର ଅପାରଗତା ଯୋଗୁଁ ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

ବନ ବିଭାଗର ଅପାରଗତା ଯୋଗୁଁ ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

ତାଳଚେର(ବିଜୟ କୁମାର ଦେବତା): ଦୁଇଦିନ ହେବ ଏକ ଦନ୍ତାହାତୀ ତାଳଚେର ଦକ୍ଷିଣପାଶ୍ୱର୍ କେନାଲରେ ପଡ଼ି ରହିଥିଲା । ସେ ସୁସ୍ଥ ହେବପରେ ଆଜି ସେଠାରୁ ବାହାରି ଧରମପୁର ପଂଚାୟତ ବରପଟ୍ଟା ଗ୍ରାମର ବାସ ଖଟୁଆ (୫୫) ଛେଳି ଚରାଇବାକୁ ନେଇଥିବା ବେଳେ ଅପରାହ୍ଣ ୨ଘଟିକା ସମୟରେ ସେହି ଦନ୍ତାହାତୀଟି ତାଙ୍କୁ ନୃସଂଶଭାବେ ଦଳିଚକଟି ମାରି ଦେଇଥିବା ଘଟଣା ତାଳଚେର ବନାଖଣ୍ଡ ଅଂଚଳରେ ଆତଙ୍କ ଖେଳାଇ ଦେଇଛି । ଯଦି ବନବିଭାଗ ପକ୍ଷରୁ ଉକ୍ତ ହାତୀଟିକୁ ରେସ୍କ୍ୟୁ କରାଯାଇ ଡ଼ାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର ପ୍ରସାର କରାଯାଇଥାଆନ୍ତା ତେବେ ଏଭଳି କାଣ୍ଡ ଘଟିନଥାନ୍ତା ବୋଲି ସେଠିକାର ଅଂଚଳବାସୀ ଏହା ଦୁଃଖର ସହ ପ୍ରକାଶ କରିଛନ୍ତି ।

ତାଳଚେର ବନାଚଂଳ କାର୍ଯ୍ୟାଳୟ ପକ୍ଷରୁ ମୃତ ମହିଳାଙ୍କୁ ଉଦ୍ଧାରକରି ତାଳଚେର ମଣ୍ଡାପାଳ ଡ଼କାକ୍ତରଖାନା ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଉକ୍ତ ମହିଳାଙ୍କ ଶୁଦ୍ଧକାର୍ଯ୍ୟ ପାଇଁ ୧ଲକ୍ଷ ଓ ସମସ୍ତ ତଥ୍ୟ ପ୍ରଦାନ କଲାପରେ ବାକି ୯ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ଦିଆଯିବ ବୋଲି କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି ଏବଂ ମୃତ ମହିଳାଙ୍କ ପୁଅଙ୍କୁ ସେହି କାର୍ଯ୍ୟକାଳୟରେ ସୁରକ୍ଷାକର୍ମୀଭାବେ ନିଯୁକ୍ତି ଦିଆଯିବାର ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି । ବର୍ତମାନ ସୁଦ୍ଧା ବନାଚଂଳର ଫରେଷ୍ଟର ସିଦ୍ଧାର୍ଥ ଅନୁରାଗ ପରିଡ଼ା, ସୁରକ୍ଷାକର୍ମୀ ମିନତୀ ଦେହୁରୀ ଓ ଓ ଅନ୍ୟାନ୍ୟ କର୍ମଚାରୀମାନେ ଦୁର୍ଘଟଣା ସ୍ଥାନରେ ରହି ଡ଼୍ରୋନ କ୍ୟାମେରା ସାହାଯ୍ୟରେ ହାତୀର ଗତିବିଧି ଉପରେ ନଜର ରଖିବା ସହ ହାତୀଟି ସେହି ନିକଟସ୍ଥ ହରିହରପୁର ଜଙ୍ଗଲରେ ରହିଥିବା ଜଣାପଡ଼ିଛି ।

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories