ତାଳଚେର(ବିଜୟ କୁମାର ଦେବତା): ତାଳଚେର ପୋଲିସ୍ ହାତୀ ଆତଙ୍କ ଖବର ପାଇ ଲୋକଙ୍କୁ ସଚେତନତା କରାଇବା ପାଇଁ ଯାଉଥିବା ସମୟରେ ସ୍କଟଲାଣ୍ଡପୁର ଠାରେ ମାଫିଆମାନେ ଚୋରା ଡ଼ିଜେଲ କାରବାର କରୁଥଲେ । ଏହି ସମୟରେ ପୋଲିସ୍ ଗାଡ଼ିକୁ ଦେଖି ସେମାନେ ଭୟଭିତ ହୋଇ ଦୌଡ଼ି ପଳାଇଥିଲେ । ପୋଲିସର ସନ୍ଦେହ ହେବାରୁ ସେଠାରେ ପଂହଚି ତଦନ୍ତ କରି ୭ଟି ଡ଼୍ରମରେ ଥିବା ପ୍ରାୟ ୧୪ଶହ ଲିଟର୍ ସହ ୧୦ଟି ଜାରକିନ୍ରେ ପ୍ରାୟ ୫ଶହ ଲିଟର ଚୋରା ଡ଼ିଜେଲ ଜବତ କରି ଥାନାକୁ ଆଣିଥିଲା । । ତେବେ ଏତେଶୟ ଚୋରା ଡ଼ିଜେଲ କେଉଁଠୁ ଓ କିପରିଭାବେ ଆସିଲା ତାହା ସନ୍ଦେହ ଘେରରେ ରହିଥିବା ବେଳେ ଏଠାରେ ଦିନରେ ଏପରି କାରବାର ଚାଲିଥିଲା ତାହା ତଦନ୍ତ ସାପେକ୍ଷ । ପୁନଶ୍ଚ ଏଠାରେ କୋଇଲା ଖଣି ଗୁଡ଼ିକରୁ ମାଫିଆମାନେ ଦିନଦ୍ୱିପ୍ରହରେ ବିଭିନ୍ନ ଗାଡିରୁ ଚୋରା ଡ଼ିଜେଲ, ମୋବିଲ ଏପରିକି ଯନ୍ତ୍ରାଂଶମାନ ଚୋରି କରୁଥିବା ଦୃଷ୍ଟାନ୍ତମାନ ରହିଥିବା ବେଳେ ଏଥିରେ କିଏ ରୋକ୍ ଲଗାଇବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।







