୨୪ ବର୍ଷ ପରେ ଏଣ୍ଟ୍ରି ମାରିଲା Tata Sierra, ଏହି ସବୁ ବ୍ରାଣ୍ଡକୁୁ ଦେବ ଟକ୍କର

୨୪ ବର୍ଷ ପରେ ଏଣ୍ଟ୍ରି ମାରିଲା Tata Sierra

ଭାରତୀୟ ବଜାରରେ ଲଞ୍ଚ ହୋଇଛି ବହୁ ପ୍ରତିକ୍ଷିତ ଟାଟା ମୋଟର୍ସର ପ୍ରତିଷ୍ଠିତ Tata Sierra। ନୂତନ ଡିଜାଇନ୍, ମଡର୍ନ ଟେକ୍ନଲୋଜି ଏବଂ ହାଇ ସେଫ୍ଟି ଫିଚର୍ସ ସହ ଲଞ୍ଚ ହୋଇଛି ଏହି ମଡେଲ୍ । ଏହି ମଡେଲ୍ ୧୯୯୩ରୁ ୨୦୦୧ ମଧ୍ୟରେ ବିକ୍ରି ହୋଇଥିବା ଟାଟା ସିଏରାର ପୁରୁଣା ମେମୋରି ସହ ଡିଜାଇନ୍ କରାଯାଇଛି । ବର୍ଷ ବର୍ଷ ଧରି ବଜାରରୁ ଦୂରେଇ ରହିବା ପରେ ଏବେ ଗ୍ରାଣ୍ଡ୍ ଏଣ୍ଟ୍ରି କରିଛି ଟାା ସିଏରା । ଲଞ୍ଚ୍ ପରେ ସିଏରା SUV କିଆ ସେଲଟୋସ୍, ହୁଣ୍ଡାଇ କ୍ରେଟା ଏବଂ ମାରୁତି ସୁଜୁକି ଭିକ୍ଟୋରିସ୍ ସହ କଡା ଟକ୍କର ଦେବ ବୋଲି କୁହାଯାଉଛି ।

ଟାଟା ଏହି ମଡେଲକୁ C-ସେଗମେଣ୍ଟରେ ଲଞ୍ଚ କରିଛି । Tata Sierra ର  ପ୍ରାରମ୍ଭିକ ଏକ୍ସ-ଶୋରୁମ୍ ମୂଲ୍ୟ ୧୧.୪୯ ଲକ୍ଷ ଟଙ୍କା । ଏଥିରେ ଆଉ କି କି ଫିଚର୍ସ ରହିଛି ଏବଂ କାହିଁକି ମାର୍କେଟରେ Tata Sierra ଡିଜାଇନ ଉପରେ ଚର୍ଚ୍ଚା ହେଉଛି, ନଜର ପକାନ୍ତୁ ।

Tata Sierra ନୂତନ AWD-ପ୍ରସ୍ତୁତ ARGOS ପ୍ଲାଟଫର୍ମରେ ତିଆରି କରାଯାଇଛି । ଏଥିରେ ୨୦୫ mm ଗ୍ରାଉଣ୍ଡ କ୍ଲିୟରାନ୍ସ ଏବଂ ୬୨୨ ଲିଟର ବୁଟ୍ ସ୍ପେସ୍ ଅଛି । FWD ଭର୍ସନ ସତ୍ତ୍ୱେ Tata Sierra ଅଫ୍-ରୋଡ୍ ପାଇଁ ଉପଯୁକ୍ତ ।

ଟାଟାର ଏହି ନୂଆ ମଡେଲରେ ପୁରୁଣା ସିଏରାର ଆଲପାଇନ୍ ୱିଣ୍ଡୋ ଷ୍ଟାଇଲକୁ ନୂଆ ରୂପରେ ଡିଜାଇନ୍ କରାଯାଇଛି । SUV ଭଳି ୧୯-ଇଞ୍ଚ ଆଲୟ ଚକ ଦିଆଯାଇଛି । ଏଥିରେ ସବୁଠାରୁ ପତଳା ୧୭ mm ଯୁକ୍ତ LED ହେଡଲାଇଟ୍, LED DRL, LED ଫଗ୍ ଲ୍ୟାମ୍ପ, କନେକ୍ଟେଡ୍ LED ଟେଲ ଲାଇଟ୍, ୧୯-ଇଞ୍ଚ ଆଲୟ ଚକ, ଫ୍ଲସ୍ ଡୋର୍ ହ୍ୟାଣ୍ଡେଲ୍, ମସ୍କୁଲାର ଡିଜାଇନ୍, କର୍ଣ୍ଣରିଂ ଫଗ୍ ଲ୍ୟାମ୍ପ ସହ SUV ଷ୍ଟାନ୍ସ ରହିଛି ।

୧୬ ଡିସେମ୍ବର ୨୦୨୫ରୁ ସିଏରା SUV ପାଇଁ ବୁକିଂ ଆରମ୍ଭ ହେବ ଏବଂ ୧୫ ଜାନୁଆରୀ ୨୦୨୬ରୁ ଡେଲିଭରି ଆରମ୍ଭ ହେବ। ଏଥିରେ ୭ଟି ବିସ୍ତୃତ ଭାରିଆଣ୍ଟ ଅଛି, ଯଥା – ସ୍ମାର୍ଟ ପ୍ଲସ୍, ପିଓର୍, ପିଓର୍ ପ୍ଲସ୍, ଆଡଭେଞ୍ଚର୍, ଆଡଭେଞ୍ଚର୍ ପ୍ଲସ୍, ଏକମ୍ପ୍ଲିଶଡ୍ ଏବଂ ଏକମ୍ପ୍ଲିଶଡ୍ ପ୍ଲସ୍ । ସମସ୍ତ ଭାରିଆଣ୍ଟର ମୂଲ୍ୟ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନଥିଲେ ମଧ୍ୟ, ୫-ଡୋର୍ SUVର ପ୍ରାରମ୍ଭିକ ମୂଲ୍ୟ ଏକ୍ସ-ଶୋରୁମରେ ୧୧.୪୯ ଲକ୍ଷ ଟଙ୍କା ରଖାଯାଇଛି।

Debibandita Barick
Author: Debibandita Barick

ଭାରତୀୟ ଜନ ସଂଚାର ସଂସ୍ଥାନ(IIMC) ଢେଙ୍କାନାଳରୁ ସାମ୍ବାଦିକତା ପାଠ୍ୟକ୍ରମ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାନରେ କାମ କରିଛନ୍ତି। ରାଜନୀତି, ବିଜ୍ଞାନ, କ୍ରୀଡା, ମନୋରଞ୍ଜନ ଓ ସ୍ପେଶଲ ଷ୍ଟୋରୀ ଲେଖିବାରେ ବିଶେଷ ରୁଚି ଓ ଅଭିଜ୍ଞତା ରହିଛି।

Latest Stories