କଟକ: ଅଭିଯୋଗକୁ ଅଣଦେଖା କରି ହରଡ଼ଘଣାରେ ଅଧିକାରୀ। ଏମିତି ସରକାରୀ ଅଧିକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ସରକାର। ଲୋକଙ୍କ ଅଭିଯୋଗନର ସମାଧାନ ଦିଗରେ ପଦକ୍ଷେପ ନେଉ ନଥିବା ଅଭିଯୋଗରେ କଟକ ଜିଲ୍ଲାର ୩୬ ସରକାରୀ ଅଧିକାରୀଙ୍କ ଦରମା ବନ୍ଦ କହିଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ଜନଶୁଣାଣୀର ଅଭିଯୋଗ ଅଣଦେଖା କରିବା ଅଭିଯୋଗରେ କଟକରେ ୩୬ ଜଣ ସରକାରୀ ଅଧିକାରୀଙ୍କ ଦରମା ବନ୍ଦ ଅତିରିକ୍ତ ଜିଲ୍ଲାପାଳ। ଏଥିରେ ଅଛନ୍ତି କଟକ ଡିସିପି ଓ ଗ୍ରାମାଞ୍ଚଳ SP ଙ୍କ ଭଳି ବଡ଼ ଅଧିକାରୀ। ଏମିତି କି CMC କମିଶନର ଙ୍କ ଦରମା ମଧ୍ୟ ବନ୍ଦ କରାଯାଇଛି। ଦରମା ବନ୍ଦ ତାଲିକା ରେ ଅଛନ୍ତି ୧୦ ବିଡିଓ ଏବଂ ୧୨ ତହସିଲଦାର। ନଭେମ୍ବର ମାସ ଦରମା ବନ୍ଦ ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି କଟକ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶିବ ଟପ୍ପୋ।। ଲୋକଙ୍କ ଅଭିଯୋଗ ନଶୁଣିବାରୁ ଦରମା ବନ୍ଦ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସିଥିଲା ଅଭିଯୋଗ। ପ୍ରଦର୍ଶନ ସ୍ବାଭାବିକ ନହେବା ଯାଏ ଦରମା ବନ୍ଦ ରହିବ ବୋଲି କୁହାଯାଇଛି।
ସୂଚନା ଅନୁଯାୟୀ, କିଛିଦିନ ହେବ, ଜନଶୁଣାଣି କାର୍ଯ୍ୟରେ ଅନେକ ଅଧିକାରୀ ସମୟରେ ଉପସ୍ଥିତ ନହେବା କିମ୍ବା ସେମାନଙ୍କ ଦାୟିତ୍ୱ ସଠିକ୍ ଭାବେ ତୁଲାଇବାରେ ବିଫଳ ହେଉଥିବା ଅଭିଯୋଗ ଆସୁଥିଲା। ଏହି ଅବହେଳାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଟପ୍ପୋ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛନ୍ତି। ସେ କହିଛନ୍ତି ଯେ ସରକାର ଲୋକମାନଙ୍କ ସେବା ପାଇଁ ଅଧିକାରୀଙ୍କୁ ନିଯୁକ୍ତ କରିଛନ୍ତି ଏବଂ ଜନଶୁଣାଣି ହେଉଛି ଲୋକଙ୍କ ସମସ୍ୟା ସମାଧାନ କରିବାର ସିଧାସଳଖ ମାଧ୍ୟମ। ଏଥିରେ କୌଣସି ପ୍ରକାରର ଖାମଖିଆଲି ମନୋଭାବକୁ ବରଦାସ୍ତ କରାଯିବ ନାହିଁ।
ADMଙ୍କ କାର୍ଯ୍ୟାନୁଷ୍ଠାନ ତାଲିକାରେ ଥିବା ପ୍ରମୁଖ ଅଧିକାରୀମାନେ: କଟକ ମହାନଗର ନିଗମ (CMC) କମିଶନର, କଟକ ଏସପି (SP), କଟକ ସବ୍-କଲେକ୍ଟର, କଟକ ସିଡିଏମଓ (CDM&PHO), କଟକ ଡିଇଓ (DEO), କଟକ ଡିସିପି (DCP), ଏହା ସହିତ ବାରଙ୍ଗ, ବଡ଼ମ୍ବା, ମାହାଙ୍ଗା, ନିଆଳି ଏବଂ ସାଲେପୁର ଭଳି ପ୍ରମୁଖ ଅଞ୍ଚଳର ତହସିଲଦାରମାନେ ମଧ୍ୟ ଏହି ତାଲିକାରେ ଅଛନ୍ତି। ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ତୁରନ୍ତ ଏହି ଦରମା ବନ୍ଦ ଆଦେଶକୁ ଜିଲ୍ଲା ଟ୍ରେଜେରୀ ଅଫିସରଙ୍କ ନିକଟକୁ ପଠାଯାଇଛି ଏବଂ ୩୬ ଜଣ ଅଧିକାରୀଙ୍କ ନଭେମ୍ବର ମାସର ଦରମା ରୋକିବା ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି। ପ୍ରଶାସନର ଏହି କଠୋର ପଦକ୍ଷେପ ସମଗ୍ର ଜିଲ୍ଲା ପ୍ରଶାସନିକ ମହଲରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଲୋକାଭିମୁଖୀ କାର୍ଯ୍ୟକ୍ରମରେ ସହଯୋଗ ନକଲେ କୌଣସି ଅଧିକାରୀଙ୍କୁ ଛାଡ଼ ଦିଆଯିବ ନାହିଁ ବୋଲି ପ୍ରଶାସନ ସ୍ପଷ୍ଟ କରିଛି। ଆଗାମୀ ଦିନରେ ଏହି ଅଧିକାରୀମାନେ ସନ୍ତୋଷଜନକ ଉତ୍ତର ଦାଖଲ ନକଲେ ଅନ୍ୟାନ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ସମ୍ଭାବନା ରହିଛି।








