ତାଳଚେର(ବିଜୟ କୁମାର ଦେବତା): ତାଳଚେର ଓକିଲ ସଂଘ ପକ୍ଷରୁ ଆଜି ସଂଧ୍ୟାରେ ଆଇନ୍ ଦିବସ ପାଳିତ ହୋଇଛି। ତାଳଚେର ଓକିଲ ସଂଘର ସଭାପତି ସନ୍ତୋଷ କୁମାର ସାହୁ ଏଥିରେ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟଅତିଥି ଭାବେ ଓଡ଼ିଶା ହାଇକୋର୍ଟର ମାନ୍ୟବର ବିଚାରପତି ଆଦିତ୍ୟ କୁମାର ମହାପାତ୍ର ଯୋଗଦେଇ ଭାରତୀୟ ସମ୍ୱିଧାନ ଏକ ଜୀବନ୍ତ ଗ୍ରନ୍ଥ ବୋଲି ପ୍ରକାଶ କରିଥିଲେ। ସମସ୍ତ ସଭ୍ୟତାର ମୂଳମନ୍ତ୍ର ହେଉଛି ଲୋକମାନଙ୍କୁ ରକ୍ଷା କରିବା ଓ ଏହା ଆମ ସମ୍ୱିଧାନରେ ରହିଛି ବୋଲି କହିଥିଲେ। ଆଇନ୍ର ଶାସନ ଓ ସମ୍ୱିଧାନ ସମ୍ପର୍କରେ ବିଚାରପତି ମତବ୍ୟଚ୍ଛ କରିବା ସହ ଦେଶ ତୁଳନାରେ ସମ୍ୱିଧାନ ପାଇଁ ଆଜି ଆମେ ସୁରକ୍ଷିତ ବୋଲି ମତବ୍ୟଚ୍ଛ କରିଥିଲେ। ସମ୍ମାନିତ ଅତିଥି ଭାବେ ଓଡ଼ିଶା ବାର୍ କାଉନ୍ସିଲର ଅଧ୍ୟକ୍ଷ ଶୀତାଂଶୁ ମୋହନ ଦ୍ଵିବେଦୀ ଯୋଗଦେଇ ସମ୍ୱିଧାନ ହେଉଛି ଆଇନ୍ର ସର୍ବୋଚ୍ଚ ବୋଲି କହିଥିଲେ। ଏହି ଅବସରରେ ଏକ ସ୍ମରଣିକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ସାଧାରଣ ସମ୍ପାଦକ ମାନସ ରଞ୍ଜନ ବାଇ ବାର୍ଷିକ ବିବରଣୀ ପାଠ କରି ତାଳଚେର ଠାରେ ପରିବାର କୋର୍ଟ, ଭିଜିଲାନ୍ସ କୋର୍ଟ, ପୋକ୍ସୋକୋର୍ଟ, ରେଲ୍ୱେ କୋର୍ଟ ଓ ଇ-ଲାଇବ୍ରେରୀ ସ୍ଥାପନ ପାଇଁ ଦାବି କରିଥିଲେ।
ଏଥିରେ ଜିଲ୍ଲା ଦୌରାଜଜ୍ ଦାମୋଦର ରଥ, ଅତିରିଚ୍ଛ ଜିଲ୍ଲା ଦୌରାଜଜ୍ ସତ୍ୟନାରାୟଣ କର, ସିଭିଲ୍ ଜଜ୍ ସ୍ଵର୍ଣ୍ଣଲତା ନାୟକ, ସହକାରୀ ସିଭିଲ୍ ଜଜ୍ ମଧୁସ୍ମିତା ଜେନା, ଏସ୍ଡିଜେଏମ୍ ସୁଶାନ୍ତ କୁମାର ନାୟକ, ଜେଏମ୍ଏଫ୍ସି କୃଷ୍ଣା ସୁବୁଦ୍ଧି, ଜେଏମ୍ଏଫ୍ସି ମେଘ୍ନା ପଣ୍ଡା ଙ୍କ ସମେତ ବିଚାର ବିଭାଗୀୟ ଅଧିକାରୀ, ପ୍ରଶାସନିକ ପୁଲିସ ଅଧିକାରୀ ଓ ଆଇନ୍ଜୀବୀ ଉପସ୍ଥିତ ଥିଲେ। 50 ବର୍ଷ ଧରି ଓକିଲାତି କରିଥିବା ଓକିଲ ସଂଘର ବରିଷ୍ଠ ସଦସ୍ୟ ତଥା ପୂର୍ବତନ ସାଂସଦ ରବିନାରାୟଣ ପାଣି, 40 ବର୍ଷରୁ ଊର୍ଦ୍ଧ୍ୱ ସମୟ ଆଇନ୍ସେବା କରିଥିବା ବରିଷ୍ଠ ଆଇନ୍ଜୀବୀ ମୃତୁ୍ୟଞ୍ଜୟ ରଥ, ସନ୍ତୋଷ କୁମାର ରଥ, ଅନୁପ କୁମାର ସେନ୍ଗୁପ୍ତ, ଯଦୁମଣି ସାହୁ, କୁମୁଦ ରଞ୍ଜନ ମିଶ୍ର, ବିଶ୍ଵେଶ୍ଵର ମିଶ୍ର, ସନ୍ତୋଷ ପ୍ରସାଦ ମିଶ୍ର, ନାଗାର୍ଜୁନ ବିଦୁ୍ୟତ୍ କୁମାର ମିଶ୍ର ଓ ରାମଚନ୍ଦ୍ର ନନ୍ଦଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା ବେଳେ 25 ବର୍ଷ ଧରି ଓକିଲାତି କରିଥିବା ଶମ୍ଭୁନାଥ ବେହେରା, ସର୍ବେଶ୍ଵର ନାୟକ, ଅଶୋକ ମହାପାତ୍ର, ପ୍ରତାପ କୁମାର ଭୁଚ୍ଛା, ନିରଞ୍ଜନ ସାହୁ, ସୁଶାନ୍ତ କୁମାର ଜେନା, ପୁଷ୍ପକ ସ୍ଵାଇଁ, ପ୍ରଫୁଲ୍ଲ କୁମାର ନାୟକ ଓ ନିମାଇଁ ମହାନ୍ତିଙ୍କୁ ମାନପତ୍ର ଦେଇ ସମ୍ୱର୍ଦ୍ଧିତ କରାଯାଇଥିଲା।
ଚଳିତ ବର୍ଷ ପାଇଁ ପରମାନନ୍ଦ ମିଶ୍ର ଟ୍ରଷ୍ଟ ଆୱାର୍ଡ ଆଇନ୍ଜୀବୀ ହିମାଂଶୁ ଭୂଷଣ ବାରିକ ଓ ସୁଚିତ୍ରା ସାହୁଙ୍କୁ ପ୍ରଦାନ କରାଯାଇଥିଲା। ଉପସଭାପତି ପ୍ରମୋଦ ପ୍ରଧାନ ଧନ୍ୟବାଦ ଦେଇଥିଲେ। ଓକିଲ ସଂଘର ଯୁଗ୍ମ ସମ୍ପାଦକ ମାନସ କୁମାର ରାୟ, କୋଷାଧ୍ୟକ୍ଷ ତନୋଜ କୁମାର ପ୍ରଧାନ, ସାଂସ୍କୃତିକ ସମ୍ପାଦକ ରାଜେନ୍ଦ୍ର ସିଂହ, ସେମିନାର ସମ୍ପାଦକ କରୁଣାକର ନାୟକ ଓ ଅଡିଟର ଜଳଧର ବେହେରାଙ୍କ ସମେତ ସଂଘର ସଦସ୍ୟମାନେ ସକ୍ରିୟ ସହଯୋଗ କରିଥିଲେ।







