ଅଧିକ ଗୁଡ଼ ଖାଉଥିଲେ ସାବଧାନ! ହୋଇପାରେ ଏହି ସବୁ ସ୍ୱାସ୍ଥ୍ୟ ସମସ୍ୟା

ଅଧିକ ଗୁଡ଼ ଖାଉଥିଲେ ସାବଧାନ! ହୋଇପାରେ ଏହି ସବୁ ସ୍ୱାସ୍ଥ୍ୟ ସମସ୍ୟା

ଗୀତାରେ ଏକ ବାଣୀ ଅଛି, ‘ଅତି ସର୍ବତ୍ର ଗରୀଆନ’ ଅର୍ଥାତ୍ ଅତି ସବୁଠି ଖରାପ, ସେ ଭଲ ହେଉନା କାହିଁକି ଅତିଠୁ ଦୂରେଇ ରହିବା ଉଚିତ୍ । ସେଥିପାଇଁ ଆମ ସ୍ୱାସ୍ଥ୍ୟ ପାଇଁ କିଛି ଭଲ ଖାଦ୍ୟ ହେଲେ ମଧ୍ୟ ତାହା ଅତ୍ୟଧିକ ଖାଇବା ହାନୀକାରକ ହୋଇପାାରେ, ଯେମିତି ଗୁଡ଼ । ଆଜ୍ଞା ହଁ, ଅଧିକ ଗୁଡ଼ ଖାଇବା କ୍ଷତିକାରକ ହୋଇପାରେ । ଏହା ଦ୍ୱାରା କି କି ସ୍ୱାସ୍ଥ୍ୟ ସମସ୍ୟାା ହୁଏ, ଜାଣନ୍ତୁ…

ଅତ୍ୟଧିକ ଗୁଡ଼ ଖାଇଲେ କଣ ହଏ?

ଶର୍କରା ସ୍ଥର ବଢିପାରେ – ଗୁଡ଼ରେ ପ୍ରାୟ 70-75% ପ୍ରାକୃତିକ ଶର୍କରା ଥାଏ । ତେଣୁ, ଏହାକୁ ଅଧିକ ପରିମାଣରେ ଖାଇବା ମଧୁମେହ ରୋଗୀ କିମ୍ବା ରକ୍ତ ଶର୍କରା ସ୍ତର କମ୍-ବେଶୀ ହେଉଥିବା ଲୋକଙ୍କ ପାଇଁ ବିପଦଜନକ ହୋଇପାରେ ।

ଓଜନ ବୃଦ୍ଧିର କାରଣ – 100 ଗ୍ରାମ ଗୁଡ଼ରେ ପ୍ରାୟ 380 କ୍ୟାଲୋରୀ ଥାଏ । ତେଣୁ, ଏହାକୁ ଅଧିକ ପରିମାଣରେ ଖାଇବା ଦ୍ୱାରା କ୍ୟାଲୋରୀ ବୃଦ୍ଧି କାରଣରୁ ଓଜନ ବଢିପାରେ ।

ବ୍ଲଡ୍ ସୁଗାର ବୃଦ୍ଧି – ଚିନି ତୁଳନାରେ ଗୁଡ଼ର ଗ୍ଲାଇସେମିକ୍ ଇଣ୍ଡେକ୍ସ କମ୍ ହେବା ସତ୍ତ୍ୱେ ଇନସୁଲିନ୍ ପ୍ରତିରୋଧକତା ଥିବା ଲୋକଙ୍କ କ୍ଷେତ୍ରରେ ରକ୍ତ ଶର୍କରା ସ୍ତର ବଢାଇପାରେ ।

ହଜମ ସମସ୍ୟା – ଅଧିକ ପରିମାଣରେ ଗୁଡ଼ ଖାଇବା ଦ୍ୱାରା ଗ୍ୟାସ୍, ପେଟ ଫୁଲିବା ଏବଂ ଡାଇରିଆ ଭଳି ସମସ୍ୟା ହୋଇପାରେ କାରଣ ଏହା ଅନ୍ତନଳୀରୁ ପାଣି ଶୋଷଣ କରିଥାଏ ।

ଆଲର୍ଜିକ୍ ରିଆକ୍ସନ – ଗୁଡ଼ ଖାଇବା ପରେ କିଛି ଲୋକଙ୍କର କୁଣ୍ଡେଇ ହେବା, ଚର୍ମ ଫୋଡ଼ି ଫୋଡ଼ି ହେବା କିମ୍ବା ନିଶ୍ୱାସ ନେବାରେ ସମସ୍ୟା ଅନୁଭବ କରିପାରନ୍ତି ।

ଦନ୍ତ ସ୍ୱାସ୍ଥ୍ୟ ଉପରେ ପ୍ରଭାବ – ଗୁଡ଼ ଖାଇଲେ ଅଧିକାଂଶ ସମୟରେ ଏହା ଦାନ୍ତରେ ଲାଗିଯାଇଥାଏ । ଫଳରେ ଦାନ୍ତ ନଷ୍ଟ ହୋଇପାରେ ।

ସଂକ୍ରମଣର ଆଶଙ୍କା – ବଜାରରେ ବିକ୍ରି ହେଉଥିବା ଗୁଡ଼ କେତେକ ସମୟରେ ଅସ୍ୱାସ୍ଥ୍ୟକର ଅବସ୍ଥାରେ ପ୍ରସ୍ତୁତ କରାଯାଏ କିମ୍ବା ଏଥିରେ ଏପରି ରାସାୟନିକ ପଦାର୍ଥ ଥାଏ ଯାହା ଶରୀର ପାଇଁ କ୍ଷତିକାରକ ହୋଇପାରେ । ଯଦି ଗୁଡ଼ ପରିସ୍କାର ନଥିବ, ତେବେ ଏହାକୁ ଖାଇଲେ ସଂକ୍ରମଣ ହୋଇପାରେ ।

ଗୁଡ଼ ଖାଇବାର ସଠିକ୍ ଉପାୟ

ଗୁଡ଼ କେବଳ ସେତେବେଳେ ଲାଭଦାୟକ ହୁଏ ଯେତେବେଳେ ସନ୍ତୁଳିତ ପରିମାଣରେ ସେବନ କରାଯାଏ । ଜଣେ ସୁସ୍ଥ ବ୍ୟକ୍ତି ଦୈନିକ 10-15 ଗ୍ରାମ ପର୍ଯ୍ୟନ୍ତ ଗୁଡ଼ ସେବନ କରିପାରିବେ । ଶୀତଦିନେ ଏହାକୁ କ୍ଷୀର, ଚା କିମ୍ବା ଲଡୁ ଭାବରେ ଖାଇପାରିବେ । ମିଶ୍ରଣ ଏବଂ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସର୍ବଦା ଶୁଦ୍ଧ ଏବଂ ଜୈବିକ ଗୁଡ଼ ଖାଆନ୍ତୁ । ମଧୁମେହ, ମେଦବହୁଳତା କିମ୍ବା ଦାନ୍ତ ସମସ୍ୟା ଥିବା ଲୋକମାନେ ଗୁଡ଼ ସେବନ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ।

Disclaimer: ଏହି ଆଲେଖ୍ୟଟି ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ୱାସ୍ଥ୍ୟଗତ ଟିପ୍ପଣୀ ପାଇଁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

Debibandita Barick
Author: Debibandita Barick

ଭାରତୀୟ ଜନ ସଂଚାର ସଂସ୍ଥାନ(IIMC) ଢେଙ୍କାନାଳରୁ ସାମ୍ବାଦିକତା ପାଠ୍ୟକ୍ରମ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାନରେ କାମ କରିଛନ୍ତି। ରାଜନୀତି, ବିଜ୍ଞାନ, କ୍ରୀଡା, ମନୋରଞ୍ଜନ ଓ ସ୍ପେଶଲ ଷ୍ଟୋରୀ ଲେଖିବାରେ ବିଶେଷ ରୁଚି ଓ ଅଭିଜ୍ଞତା ରହିଛି।

Latest Stories