ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବେନିଜଙ୍କ ଦ୍ୱିତୀୟ ବିବାହକୁ ନେଇ ସବୁଠି ଚର୍ଚ୍ଚା । ଆଲବେନିଜ ପିଏମ୍ କାର୍ଯ୍ୟାଳୟରେ ବିବାହ କରି ବିଶ୍ୱର ଦ୍ୱିତୀୟ ଏବଂ ଅଷ୍ଚ୍ରେଲିଆ ର ପ୍ରଥମ ପ୍ରଧାନମନ୍ତ୍ରୀ ପାଲଟିଛନ୍ତି । ତାଙ୍କ ପୂର୍ବରୁ ଅନ୍ୟ କୌଣସି ଅଷ୍ଟ୍ରେଲିୟ ପ୍ରଧାନମନ୍ତ୍ରୀ ଅଫିସରେ ବାହା ହୋଇନଥିଲେ । କିନ୍ତୁ ଦୀର୍ଘ 200 ବର୍ଷ ପରେ ବିଶ୍ୱର ପ୍ରଥମ ନେତା ଭାବେ ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ବୋରିସ ଜନସନ 2021ରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ବିବାହ କରିଥିଲେ । ତେବେ ଏସବୁ ପ୍ରଧାନମନ୍ତ୍ରୀ ପଦବୀ ପାଇବା ପରେ 60 ବର୍ଷ ପରେ ଦ୍ୱିତୀୟ ବିବାହ କରିଛନ୍ତି । କେବଳ ଆଲବେନିଜ କି ବୋରିସ ଜନସନ ନୁହଁନ୍ତି, ବିଶ୍ୱର କେତେକ ପ୍ରମୁଖ ପ୍ରଧାନମନ୍ତ୍ରୀୀ ଅଛନ୍ତି, ଯେଉଁମାନେ ପ୍ରଥମ ପତ୍ନୀଙ୍କଠୁ ଛାଡ଼ପତ୍ର ନେଇଛନ୍ତି । ସେମାନେ କିଏ, ଜାଣନ୍ତୁ…
ଭ୍ଲାଦିମିର ପୁଟିନ
2015ରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପତ୍ନୀଙ୍କ ଠାରୁ ଛାଡ଼ପତ୍ର ନେଇଥିଲେ । ଦୀର୍ଘ 20 ବର୍ଷର ସମ୍ପର୍କ ପରେ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇଥିବା ନେଇ ଘୋଷଣା କରିଥିଲେ ରାଷ୍ଟ୍ରପତି ପୁଟିନ ।
ରାଷ୍ଟ୍ରପତି ନିକୋଲାସ୍ ସାର୍କୋଜି, ଫ୍ରାନ୍ସ
ପତ୍ନୀଙ୍କୁ ଛାଡ଼ପତ୍ର ଦେବାରେ ନିକୋଲାସ୍ ସାର୍କୋଜି ପ୍ରଥମ ଫ୍ରାନ୍ସ ରାଷ୍ଟ୍ରପତି କଳାଦାଗ ଲଗାଇଥିଲେ । ସେ ୨୦୦୭ରେ ପତ୍ନୀ ସେସିଲିଆଙ୍କଠାରୁ ଅଲଗା ହୋଇଥିଲେ। ବିଚ୍ଛେଦର ମାତ୍ର ଗୋଟିଏ ବର୍ଷ ପରେ ଗାୟକ-ଗୀତକାର ଏବଂ ପୂର୍ବତନ ମଡେଲ କାର୍ଲା ବ୍ରୁନିଙ୍କୁ ବିବାହ କରିଥିଲେ । ଉଭୟ ହେବା ଏକାଠି ଅଛନ୍ତି ।
ପ୍ରଧାନମନ୍ତ୍ରୀ ସିଲଭିଓ ବର୍ଲୁସ୍କୋନି, ଇଟାଲୀ
ଛାଡ଼ପତ୍ର ଦେଇଥିବା ତାଲିକାରେ ଇଟାଲୀ ପ୍ରଧାନମନ୍ତ୍ରୀ ସିଲଭିଓ ବର୍ଲୁସ୍କୋନଙ୍କ ନାଁ ଅଛି । ସେ ପ୍ରଧାନମନ୍ତ୍ରୀ ପଜରେ ଥିବାବେଳେ 2011ରେ ପତ୍ନୀ ସାଣ୍ଡ୍ରା ଟୋରେସଙ୍କୁ ଛାଡ଼ପତ୍ର ଦେଇଥିଲେ ।
ରାଷ୍ଟ୍ରପତି ନେଲସନ୍ ମାଣ୍ଡେଲା, ଦକ୍ଷିଣ ଆଫ୍ରିକା
ବର୍ଣ୍ଣବୈଷମ୍ୟ ନୀତି ବିରୁଦ୍ଧରେ ଲଢେଇ କରି ବିଶ୍ୱରେ ଚର୍ଚ୍ଚା ସାଉଁଟି ଥିବା ତତ୍କାଳୀୟ ରାଷ୍ଟ୍ରପତି ନେଲସନ୍ ମାଣ୍ଡେଲ୍ ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ଦେବା ପରେ ଦୁଇ ଥର ବିବାହ କରିଥିଲେ । ନେଲସନ୍ ମାଣ୍ଡେଲା ଏବଂ ତାଙ୍କ ପତ୍ନୀ ୱିନିଙ୍କ ମଧ୍ୟରେ 38 ବର୍ଷର ବୈବାହିକ ଜୀବନ ଥିଲା । ମାତ୍ର ବର୍ଣ୍ଣବୈଷମ୍ୟରୁ ବଞ୍ଚି ରହିଥିଲେ, କିନ୍ତୁ ଜେଲରୁ ମୁକ୍ତ ହେବାର ଛଅ ବର୍ଷ ପରେ ଉଭୟଙ୍କ ଛାଡ଼ପତ୍ର ହୋଇଥିଲା ।
ରାଷ୍ଟ୍ରପତି ହୁଗୋ ଚାଭେଜ୍, ଭେନେଜୁଏଲା
ଏକାଧିକ ପ୍ରେମିକା ଥିବା ରାଷ୍ଟ୍ରପତି ଭାବେ ଜଣାଶୁଣା ଥିଲେ ହୁଗୋ ଚାଭେଜ୍ । କିନ୍ତୁ ସେ କେବଳ ଦୁଇଥର ବିବାହ କରିଥିଲେ । ସେ 2004 ମସିହାରେ ତାଙ୍କର ଦ୍ୱିତୀୟ ପତ୍ନୀ, ଭେନେଜୁଏଲା ରେଡିଓ ସାମ୍ବାଦିକ ମାରିସାବେଲ୍ ରୋଡ୍ରିଗ୍ୱେଜଙ୍କୁ ଛାଡପତ୍ର ଦେଇଥିଲେ । ମାରିସାବେଲ୍ ତାଙ୍କ ସହ ବିଶ୍ୱାସ ଘାତକତା କରିଥିବା ଅଭିଯୋଗ କରିଥିଲେ ହୁଗୋ ।
ପ୍ରଧାନମନ୍ତ୍ରୀ ଆନ୍ଦ୍ରିଆସ୍ ପାପାଣ୍ଡ୍ରେଉ, ଗ୍ରୀସ୍
ଆନ୍ଦ୍ରିଆସ୍ ପାପାଣ୍ଡ୍ରେଉ ପଦାଧିକାରୀ ହେବା ପୂର୍ବରୁ, ଗ୍ରୀସ୍ରେ ବ୍ୟଭିଚାର ଏକ ଅପରାଧ ଥିଲା । ସେ ତୁରନ୍ତ ସେହି ଆଇନକୁ ଉଚ୍ଛେଦ କରିଥିଲେ, ଏବଂ ଆଶ୍ଚର୍ଯ୍ୟଜନକ ଭାବରେ, 1989 ମସିହାରେ ତାଙ୍କ 38 ବର୍ଷ ବୟସର ପତ୍ନୀ ମାର୍ଗାରେଟଙ୍କୁ ଛାଡପତ୍ର ଦେଇ ତାଙ୍କଠାରୁ 30 ବର୍ଷରୁ ଅଧିକ ବୟସର ଜଣେ ଏୟାର ଷ୍ଟେୱାର୍ଡସ୍ ଡିମିତ୍ରା ଲିଆନିଙ୍କୁ ବିବାହ କରିଥିଲେ ।








