ପ୍ରଦ୍ୟୁଷିତ ଓ ରାସ୍ତାଘାଟ ଜନିତ ସମସ୍ୟାରେ ଲୋକେ ଦହଗଞ୍ଜ

ପ୍ରଦ୍ୟୁଷିତ ଓ ରାସ୍ତାଘାଟ ଜନିତ ସମସ୍ୟାରେ ଲୋକେ ଦହଗଞ୍ଜ

ତାଳଚେର(ବିଜୟ କୁମାର ଦେବତା) ତାଳଚେର ରେ ବର୍ଷବର୍ଷ ଧରି ପ୍ରଦ୍ୟୁଷିତ ଓ ରାସ୍ତାଘାଟ ଜନିତ ସମସ୍ୟା ରହିଥିଲେ ସୁଦ୍ଧା ତାହାର ନିରାକରଣ ଅଦ୍ୟାବଧି ହୋଇ ନପାରିବା ଏକ ଉଦବେଗ ବିଷୟ ପାଲଟିଛି । ତାଳଚେର ବ୍ଲକର ତାଳବେଡ଼ା ଠାରୁ ଚାଇଁପାଳ ଦେଇ ବଅଁରପାଳ ଯାଇଥିବା ଜାତୀୟ ରାଜପଥରେ ଯାତାୟତ କରିବା ଯମଯନ୍ତ୍ରଣା ପାଲଟିଛି । ରାସ୍ତା ପାଶ୍ୱର୍ରେ ରହିଥିବା ଗ୍ରାମାଚଂଳ ଓ ସହରାଚଂଳ ଲୋକେ ଦୀର୍ଘବର୍ଷ ହେବ ରାସ୍ତାରୁ ଉଡ଼ୁଥିବା ପ୍ରଚୁର କୋଇଲା ଗୁଣ୍ଡ ମିଶ୍ରିତ ଧୂଳିଧୂଆଁରେ ଅଣନିଶ୍ୱାସୀ ହେବା ସହିତ ଦୈନନ୍ଦିନ ଦୁର୍ଘଟଣା ଶୀକାର ହେଉଥିବା ଘଟଣା ଅଂଚଳବାସୀଙ୍କୁ ବ୍ୟଥିତ କରୁଛି । ଏଠାରେ ପୂର୍ବରୁ ଅନୁଗୋଳ ଜିଲ୍ଳାପାଳ ଜନସାଧାରଣଙ୍କ ସ୍ୱାର୍ଥକୁ ନିଜର ରଖି ଧୂଳିଧୂଆଁ ଟ୍ରାଫିକ ବ୍ୟବସ୍ଥା ନେଇ ନୋ ଏଂଟ୍ରି ଓ ଭାରୀଯାନ ଗୁଡ଼ିକ ୨୦ କିମି ବେଗରେ ଯିବାରୁ ସ୍ପଷ୍ଟଭାବେ ନିର୍ଦ୍ଦେଶ ଦେଇଥିଲେ । ଯାହା ଫଳରେ କି, ଲୋକମାନଙ୍କୁ ସେହି ନୋ ଏଂଟ୍ରି ସମୟରେ ଯାତାୟତ କରିବାକୁ ସୁବିଧା ହେଉଥିଲା । ମାତ୍ର ବର୍ତମାନ ପରିସ୍ଥିତିରେ ଏହାକୁ ହେୟ ଜ୍ଞାନ ମନେକରି ଟ୍ରକ ଗୁଡ଼ିକୁ ଦ୍ରୁତଗତିରେ ଏହି ଜାତୀୟ ରାଜପଥରେ ଚଳପ୍ରଚଳ କରିବାର ଦେଖିବାକୁ ମିଳିଛି । ତେଲ ପକାଇବା ତଥା ମରାମତି କରିବା ନାମରେ ରାଜପଥ ପାଶ୍ୱର୍ରେ ମନଇଚ୍ଛା ରଖିବାକୁ ଯୋଗୁଁ ରାସ୍ତା ସଙ୍କୁଚିତ ହେବା ଯୋଗୁଁ ଦୁର୍ଘଟଣା ମାତ୍ରା ବୃଦ୍ଧି ପାଉଛି ।

ଦୈନିକ ଶହଶହ ଟ୍ରକ ଯାତାୟତ ଯୋଗୁଁ ତାଳଚେର ଟ୍ରାଫିକ୍ ବ୍ୟବସ୍ଥା ବିର୍ଯ୍ୟସ୍ତ ସାଙ୍ଗକୁ ୧୩ କିମି ରାସ୍ତାକୁ ଅତିକ୍ରମ କରିବାକୁ ପ୍ରାୟ ୪ରୁ ୫ ଘଂଟା ଲାଗିାଯାଉଛି । ବେଳେ ବେଳେ ଜରୁରୀକାଳୀନ ଗାଡ଼ି ଆମ୍ବୁଲାନ୍ସ, ଜନନୀ ଏକ୍ସପ୍ରେସ୍‌, ଅଗ୍ନିଶମ ଗାଡ଼ି ଗୁଡ଼ିକ ମଧ୍ୟ ଏହି ରାସ୍ତାରେ ଯାଇ ନପାରି ଦୀର୍ଘ ସମୟଧରି ଅପେକ୍ଷା କରୁଥିବା ଲକ୍ଷ ।

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories