ବାରବାଟୀ ଟି୨୦ କାଉଣ୍ଟଡାଉନ, ଜଗନ୍ନାଥଙ୍କୁ ପ୍ରଥମ ଟିକେଟ ଅର୍ପଣ

ବାରବାଟୀ ଟି୨୦ କାଉଣ୍ଟଡାଉନ, ଜଗନ୍ନାଥଙ୍କୁ ପ୍ରଥମ ଟିକେଟ ଅର୍ପଣ

କଟକ: କାଲିଠୁ ଟିକେଟ ପ୍ରସ୍ତୁତି ଜୋରାଦାର ଦିନ ଗଡୁଛି, ଉତ୍କଣ୍ଠା ବଢୁଛି । ସଜେଇ ହେଲାଣି ଐତିହାସିକ ବାରବାଟୀ ଷ୍ଟାଡିୟମ । ଚଳଚଞ୍ଚଳ ହେଲାଣି କଟକ ସହର । ପ୍ରସ୍ତୁତି ପଥେ ପ୍ରଶାସନ । ସବୁଠି ତନାଘନା । ନିର୍ଦ୍ଧରିତ ସମୟ ପୂର୍ବରୁ କେମିତି ସରିବ ସବୁ କାମ । ପ୍ରସ୍ତୁତି ଜୋରଦାର । ଏତେସବୁ ପ୍ରସ୍ତୁତି ଭାରତ-ଦକ୍ଷିଣ ଆଫ୍ରିକା ବାରବାଟୀ ଟି 20 ମ୍ୟାଚ ପାଇଁ । ସୋମବାର ଅନଲାଇନରେ ହେଵ ଟିକେଟ ବିକ୍ରି । ଷ୍ଟାଡିୟମ ଓ ଦର୍ଶକଙ୍କ ସୁରକ୍ଷାକୁ ନଜରରେ ରଖି ପୂର୍ବ ଅପେକ୍ଷା ଏଥର କମିବ ଟିକେଟ ସଂଖ୍ୟା । ମ୍ୟାଚ ପୂର୍ବରୁ ପୁରୀ ଯାଇ ଶ୍ରୀଜିଉଙ୍କ ଆଶୀର୍ବାଦ ନେଇଛନ୍ତି ଓସିଏ ସଭାପତି ସଞ୍ଜୟ ବେହେରା । ଶ୍ରୀଜଗନ୍ନାଥଙ୍କୁ ପ୍ରଥମ ଟିକେଟ ଅର୍ପଣ କରିଛନ୍ତି ଓସିଏ ସଭାପତି । ସିଂହଦ୍ବାର ସାମ୍ନାରେ ଶ୍ରୀମନ୍ଦିର ସେବାୟତଙ୍କୁ ଟିକେଟ ଦେଇଛନ୍ତି ଓସିଏ ସଭାପତି ।

ପୂର୍ବରୁ ୪୪ହଜାର ୫ଶହ ଦର୍ଶକଙ୍କ ପାଇଁ ବ୍ୟବସ୍ଥା କରାଯାଇଥିଲା । ଏଥର ଅଢେଇ ହଜାର ଟିକେଟ କମ କରିବାକୁ ନିଷ୍ପତ୍ତି ନିଆଯାଇଛି । ସେହି ଅନୁସାରେ ୪୨ହଜାର ଦର୍ଶକଙ୍କ ପାଇଁ ବ୍ୟବସ୍ଥା ହୋଇଛି । ୨୩ହଜାର ଟିକେଟ ବିକ୍ରି ପାଇଁ ନିଷ୍ପତ୍ତି ହୋଇଛି । ଏଥିରୁ ୧୧ହଜାର ଟିକେଟ ଓସିଏ ଅନୁବନ୍ଧିତ ସଂସ୍ଥାକୁ ବିକ୍ରି କରାଯିବ । ଅନଲାଇନରେ ଦୁଇ ହଜାର ଟିକେଟ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି ଓସିଏ କର୍ତ୍ତୃପକ୍ଷ । । ବାକି ୧୦ହଜାର ଟିକେଟ କାଉଣ୍ଟରରେ ବିକ୍ରି ହେବା ନେଇ ସୂଚନା ଦେଇଛନ୍ତି ଓସିଏ କର୍ତ୍ତୃପକ୍ଷ । ସୋମବାର ଅପରାହ୍‌ଣରୁ ଅନଲାଇନ ଟିକେଟ ବିକ୍ରି ହେବ । ଜୋମାଟୋରେ ବି ଅନଲାଇନ ଟିକେଟ ବୁକ କରିପାରିବେ ଦର୍ଶକ ।ଡିସେମ୍ବର ୩ ଓ ୪ତାରିଖରେ OCA ସହିତ ଅନୁବନ୍ଧିତ ସଂସ୍ଥା ପାଇଁ ବିକ୍ରି ହେବ ଟିକେଟ । ଓସିଏ କନଫରେନ୍ସ ହଲରେ ଅନୁବନ୍ଧିତ ସଂସ୍ଥାକୁ ଦିଆଯିବ ଟିକେଟ ।

୫ତାରିଖରେ ସାଧାରଣ ଦର୍ଶକଙ୍କ ପାଇଁ ଅଫଲାଇନ ବା କାଉଣ୍ଟରରେ ଟିକେଟ ବିକ୍ରି ହେବ । ତେବେ ଏଥର ସାଧାରଣ ଦର୍ଶକଙ୍କ ପାଇଁ ମାତ୍ର ୧୦ହଜାର ଟିକେଟ ବିକ୍ରି ହେବ । ସେଥିପାଇଁ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି । ଏଥର ବାଉଁଶ ବ୍ୟାରିକେଡ ମ୍ୟାଚ୍‌କୁ ତ୍ରୁଟିଶୂନ୍ୟ କରିବାକୁ ସ୍ବତନ୍ତ୍ର ପଦକ୍ଷେପ ନେଉଛି ପ୍ରଶାସନ। ଖେଳାଳି ଆସିବାଠାରୁ ଯିବା ପର୍ଯ୍ୟନ୍ତ ସବୁଠି କଡ଼ା ନଜର ରଖିଛି ପୋଲିସ ।ବିମାନବନ୍ଦରରୁ ହୋଟେଲ ଓ ଷ୍ଟାଡିୟମ ଯାଏ ସୁରକ୍ଷା ବ୍ୟବସ୍ଥା କାଡ଼ାକଡ଼ି କରାଯାଇଛି । ଏମିତିକି ଭୁବନେଶ୍ବରରୁ କଟକ ରାସ୍ତାର ବିଭିନ୍ନ ସ୍ଥାନରେ ରାଜ୍ୟ କଳା, ସଂସ୍କୃତିର ସ୍ଥାନ ପାଇବ । ମ୍ୟାଚ୍ ପ୍ରସ୍ତୁତି ନେଇ ବରିଷ୍ଠ ଅଧିକାରୀମାନେ ସମୀକ୍ଷା କରିଛନ୍ତି । କେନ୍ଦ୍ରାଞ୍ଚଳ ଆରଡିସି, ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିଦେ, ଡିସିପିଙ୍କ ସମେତ ବରିଷ୍ଠ ଅଧିକାରୀ ଏବଂ ଓସିଏ କର୍ମକର୍ତ୍ତା ଆଲୋଚନା କରିଛନ୍ତି । ତେବେ ବାରବାଟୀ ମ୍ୟାଚ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ବଢୁଥିବାବେଳେ ଏଥର ଟିକେଟ ସଂଖ୍ୟା କମିବାକୁ ନେଇ ଚର୍ଚା ଚାଲିଛି ।

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories