ଶିଶୁଙ୍କ ମସ୍ତିଷ୍କ ବିକାଶ ପାଇଁ ଦିଅନ୍ତୁ ଏହି ସୁପର ଫୁଡ

ଶିଶୁଙ୍କ ମସ୍ତିଷ୍କ ବିକାଶ ପାଇଁ ଦିଅନ୍ତୁ ଏହି ସୁପର ଫୁଡ

ଆପଣମାନେ ଜାଣିଛନ୍ତି କି ଗୋଟିଏ ଶିଶୁର ମସ୍ତିଷ୍କ ବିକାଶ ପାଇଁ ଶିଶୁର ଜନ୍ମଠାରୁ ୫ ବର୍ଷ ବୟସ ପର୍ଯ୍ୟନ୍ତ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ସମୟ ହୋଇଥାଏ। ଏହି ସମୟରେ ଶରୀର ପରି ମସ୍ତିଷ୍କ ମଧ୍ୟ ବହୁତ ଦ୍ରୁତ ଗତିରେ ବିକାଶ ହୋଇଥାଏ । ଜନ୍ମ ଠାରୁ ୨ ବର୍ଷ ପର୍ଯ୍ୟନ୍ତ ମସ୍ତିଷ୍କର ପ୍ରାୟ ୮୦% ଏବଂ ୨ବର୍ଷ ରୁ ୫ବର୍ଷ ପର୍ଯ୍ୟନ୍ତ ମସ୍ତିଷ୍କର ପ୍ରାୟ ୯୦% ଭାଗ ବିକଶିତ ହୋଇଥାଏ । ତେଣୁ ଶିଶୁଙ୍କ ପାଇଁ ଏହି ସମୟ ବଡ ସମ୍ବେଦନଶୀଳ ଥାଏ । ଏହି ସମୟରେ ଶିଶୁଙ୍କ ସହିତ କଥାବାର୍ତା କରିବା, ଖେଳିବା, ବିଭିନ୍ନ ଏକ୍ଟିଭିଟି କରିବା ଦ୍ୱାରା ମସ୍ତିଷ୍କର କାର୍ଯ୍ୟକରିବା କ୍ଷମତା ବଢିଥାଏ । ଏହାସହିତ ଶିଶୁଙ୍କୁ ମା କ୍ଷୀର ଏବଂ ପ୍ରୋଟିନ,ଆଇରନ, ଆଣ୍ଟି ଅକ୍ସିଡେଣ୍ଟ, ଭିଟାମିନ B, ଭିଟାମିନ K, ଓମେଗା 3 ଇତ୍ୟାଦି ପୋଷକତତ୍ତ୍ୱ ଭରା ଖାଦ୍ୟ ଦେବା ବହୁତ ଜରୁରୀ ଅଟେ ।

ଆସନ୍ତୁ ଜାଣିବା ଶିଶୁଙ୍କ ମସ୍ତିଷ୍କ ବିକାଶ ପାଇଁ ଦରକାରୀ ସୁପରଫୁଡ:

ବାଦାମ (walnut ): ବାଦାମରେ ଓମେଗା 3 ନାମକ ଗୁଡ଼ଫେଟ୍ସ ରହିଛି ଯାହା ସ୍ମରଣ ଶକ୍ତି ବଢାଏ ଏବଂ ମସ୍ତିଷ୍କରେ ଇନଫ୍ଲାମେଶନକୁ କମ କରିଥାଏ। ରାତିରେ ଏହାକୁ ବତୁରାଇ ସକାଳେ ଖାଇବାକୁ ଦିଅନ୍ତୁ।

ଦେଶି ଘିଅ(ghee): ଦେଶି ଘିଅ ରେ ଓମେଗା 3, ଓମେଗା 6 ରହିଛି ଯାହା ମସ୍ତିଷ୍କ ବିକାଶରେ ସାହାଯ୍ୟ କରିଥାଏ ଏବଂ ଏଥିରେ ଥିବା ଆଣ୍ଟି ଅକ୍ସସିଡେଣ୍ଟ,ଭିଟାମିନ A, D, E, K ମସ୍ତିଷ୍କର ସେଲ କୁ ନଷ୍ଟ ହେବାରୁ ରକ୍ଷା କରିଥାଏ।

ମାଣ୍ଡିଆ (ragi): ମାଣ୍ଡିଆ ରେ ଆଇରନ ରହିଛି।ଏହା ଶରୀରରେ ହିମୋଗ୍ଲୋବିନ ତିଆରି କରିଥାଏ ଏବଂ ରକ୍ତରେ ଆରବିସି (RBC) ମାତ୍ରା କୁ ବଢ଼ାଇଥାଏ। ଏହି ରକ୍ତ, ଶରୀରର ବିଭିନ୍ନ ଅଙ୍ଗ ସହିତ ମସ୍ତିଷ୍କକୁ ଅମ୍ଳଜାନ (oxygen) ପହଞ୍ଚାଇଥାଏ। ଫଳରେ ମସ୍ତିଷ୍କ ସୁସ୍ଥ ରହିଥାଏ ଏବଂ ବିକଶିତ ହୋଇଥାଏ।

ସିଟ୍ରସ (citrus): ଫଳ :ଲେମ୍ବୁ, କମଳା, ଅଁଳା ଆଦି ସିଟ୍ରସ ଫଳ ରେ ଭିଟାମିନ C ରହିଛି।ଏହା ଆଣ୍ଟି ଅକ୍ସସିଡେଣ୍ଟ ହୋଇଥିବାରୁ ଏହା ଖରାପ ଫ୍ରି ରେଡିକାଲ ସହ ଲଢେଇ କରି ମସ୍ତିଷ୍କ ସେଲ ଗୁଡିକୁ ନଷ୍ଟ ହେବାରୁ ରକ୍ଷା କରିଥାଏ ଏବଂ ମସ୍ତିଷ୍କ ବିକାଶ ରେ ସହାୟତା କରିଥାଏ।

ଅଣ୍ଡା (eggs): ଅଣ୍ଡାରେ କୋଲିନ (choline) ରହିଛି।ଏହା ମସ୍ତିଷ୍କର ବିକାଶ, ସ୍ମୃତି ଶକ୍ତି, ବୁଦ୍ଧି ପାଇଁ ଜରୁରୀ ନିଉଟ୍ରିଏଣ୍ଟ ଅଟେ ।

ମାଛ: ଏଥିରେ ବହୁତ ପରିମାଣରେ ଓମେଗା 3 ରହିଛି ଯାହା ମସ୍ତିଷ୍କର ସେଲ ଗୁଡିକୁ ଗଠନ କରିଥାଏ ଏବଂ ମସ୍ତିଷ୍କ ବିକାଶରେ ସାହାଯ୍ୟ କରିଥାଏ ।

ପାଳକ ଶାଗ ( spinach): ଏଥିରେ ଆଇରନ, ଫୋଲେଟ, ଆଣ୍ଟି ଅକ୍ସସିଡେଣ୍ଟ ଭିଟାମିନ K ରହିଛି। ଆଇରନ ରକ୍ତରେ ଆରବିସି (RBC ) ମାତ୍ରାକୁ ବଢ଼େଇଥାଏ । ଏହି ରକ୍ତ ପ୍ରତ୍ୟେକ ଅଙ୍ଗ ସହ ମସ୍ତିଷ୍କ କୁ ଅମ୍ଳଜାନ ପହଞ୍ଚାଇଥା । ଏହା ମସ୍ତିଷ୍କକୁ ସୁସ୍ଥ ରଖିଥାଏ। ଆଣ୍ଟି ଅକ୍ସସିଡେଣ୍ଟ ନଷ୍ଟ ହୋଇଥିବା ବ୍ରେନସେଲ (brain cell) ଗୁଡିକୁ ଠିକ କରିଥାଏ । ଫୋଲେଟ ମସ୍ତିଷ୍କର ସମସ୍ତ ପ୍ରକାର ବିକାଶ ପାଇଁ ସାହାଯ୍ୟ କରିଥାଏ ।

ଦହି(curd): ଏହା ଏକ ଡାୟରୀ ପ୍ରଡକ୍ଟ( diary product) ଯେଉଁଥିରେ ପ୍ରୋଟିନ,ଆୟୋଡିନ, ଭିଟାମିନ B12 ରହିଛି ଯାହା ଜ୍ଞାନ ଓ ବୁଦ୍ଧି କୁ ବଢ଼େଇବା ସହିତ ଇମୋସନ, ଏଞ୍ଜାଇଟି, ଡିପ୍ରେସନ କୁ ନିୟନ୍ତ୍ରଣ କରିଥା।

ବିନ୍ସ (beans): ଏଥିରେ ବହୁତ ପରିମାଣରେ ଓମେଗା ଫେଟ୍ଟୀ ଏସିଡ ରହିଛି ଯାହା ସ୍ମରଣଶକ୍ତି ବଢ଼ାଇଥାଏ। ବିନ୍ସ ମସ୍ତିଷ୍କ ବିକାଶ ପାଇଁ ସର୍ବୋତ୍ତମ ଖାଦ୍।

ସେଓ (apple): ଏହା ଏସିଟୋକୋଲିନ ତିଆରି କରିବାରେ ସାହାଯ୍ୟ କରିଥାଏ ଯାହା ମସ୍ତିଷ୍କ ନର୍ଭ ଗୁଡିକ ମଧ୍ୟରେ କୌଣସି ସୂଚନା ପଠାଇବାରେ ସାହାଯ୍ୟ କରିଥା।

ଆପଣମାନେ ଏହି ସବୁ ଖାଦ୍ୟ ଗୁଡିକୁ ୬ ମାସରୁ ଉର୍ଦ୍ଧ ଶିଶୁମାନଙ୍କୁ ଦେଇପାରିବେ। ପ୍ରଥମରୁ ଏଗୁଡିକୁ ବହୁତ ଅଳ୍ପ ମାତ୍ରାରେ ଦେବା ଆରମ୍ଭ କରନ୍ତୁ ଏବଂ ଧୀରେ ଧୀରେ ବୟସ ଅନୁସାରେ ମାତ୍ରା ବଢ଼ାନ୍ତୁ ।

Disclaimer: ଏଠାରେ ଉଲ୍ଲେଖ କରାଯାଇଥିବା ବିଷୟଟି ଏକ ସାଧାରଣ ସୂଚନା ପାଇଁ ଦିଆଯାଇଛି । ନୂଆ ଖାଦ୍ୟ ବା ଉପଚାର ଦେବା ପୂର୍ବରୁ ଶିଶୁ ଡାକ୍ତରଙ୍କ ପରମର୍ଶ ନିଅନ୍ତୁ ।

Mamata Debta
Author: Mamata Debta

Latest Stories