ଗହଣା କିଣିବା ପୂର୍ବରୁ ସୁନାର ଆଜିର ଦର ଉପରେ ନଜର ପକାଇବା ଗ୍ରାହକମାନଙ୍କ ପାଇଁ ନିହାତି ଜରୁରୀ। ଯଦି ଆପଣ ଆଜି ସୁନା କିଣିବାକୁ ଯୋଜନା କରିଛନ୍ତି, ତେବେ ଭାରତୀୟ ବଜାରରେ ଏବଂ ଦେଶର ପ୍ରମୁଖ ସହରମାନଙ୍କରେ ସୁନା ଏବଂ ରୁପା ଦର କେତେ ରହିଛି, ତାହା ପ୍ରଥମେ ଜାଣି ନିଅନ୍ତୁ।
ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧,୩୦,୨୦୦ ଟଙ୍କା ରହିଛି। ସେହିପରି, ୨୨ କ୍ୟାରେଟ୍ ସୁନା ଦର ୧,୧୯,୩୫୦ ଟଙ୍କାରେ ପହଞ୍ଚିଛି। ଅନ୍ତର୍ଜାତୀୟ ବଜାରର ଚାହିଦା ଏବଂ ଭାରତୀୟ ମୁଦ୍ରାର ବିନିମୟ ମୂଲ୍ୟ ଅନୁଯାୟୀ ସୁନାର ଏହି ମୂଲ୍ୟ ନିର୍ଦ୍ଧାରିତ ହୋଇଛି। ଗତ କିଛି ଦିନ ହେବ ଦାମୀ ଧାତୁ ବର୍ଗରେ ଦର ସାମାନ୍ୟ ସ୍ଥିର ରହିଥିଲେ ମଧ୍ୟ ଏହା ଏକ ଉଚ୍ଚ ସ୍ତରରେ ରହିଛି, ଯାହା ନିବେଶକ ଏବଂ ଗ୍ରାହକ ଉଭୟଙ୍କ ପାଇଁ ଗୁରୁତ୍ୱ ବହନ କରେ।
ଦେଶର ବିଭିନ୍ନ ପ୍ରମୁଖ ସହରରେ ଆଜି ୧୦ ଗ୍ରାମ ସୁନା ଦରରେ କିଛିଟା ଆଞ୍ଚଳିକ ପାର୍ଥକ୍ୟ ଦେଖିବାକୁ ମିଳିଛି। ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୩୦,୨୦୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧,୧୯,୩୫୦ ଟଙ୍କା ରହିଛି। ଠିକ୍ ସେହିପରି, ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ମଧ୍ୟ ୨୪ କ୍ୟାରେଟ୍ ଓ ୨୨ କ୍ୟାରେଟ୍ ସୁନା ମୂଲ୍ୟ ଯଥାକ୍ରମେ ୧,୩୦,୨୦୦ ଟଙ୍କା ଓ ୧,୧୯,୩୫୦ ଟଙ୍କା ରହିଛି। ପୂର୍ବ ଭାରତର ଆଉ ଏକ ପ୍ରମୁଖ ସହର କଲିକତା ରେ ମଧ୍ୟ ଦର ସମାନ ରହିଛି। ଅପରପକ୍ଷରେ, ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନା ୧,୩୦,୩୫୦ ଟଙ୍କା ଓ ୨୨ କ୍ୟାରେଟ୍ ସୁନା ୧,୧୯,୫୦୦ ଟଙ୍କା ରହିଥିବା ବେଳେ ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ଏହି ଦର ସବୁଠାରୁ ଅଧିକ ରହିଛି, ଯାହା ୨୪ କ୍ୟାରେଟ୍ ପାଇଁ ୧,୩୧,୩୫୦ ଟଙ୍କା ଓ ୨୨ କ୍ୟାରେଟ୍ ପାଇଁ ୧,୨୦,୪୦୦ ଟଙ୍କା ରହିଛି।
ସୁନା ସହିତ, ଆଜି ରୁପା ମୂଲ୍ୟରେ ମଧ୍ୟ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି। ଆଜି ରୁପା ମୂଲ୍ୟ କିଲୋଗ୍ରାମ ପିଛା ୧, ୮୮,୦୦୦ ଟଙ୍କା ହୋଇଛି। ଶିଳ୍ପ ଏବଂ ନିବେଶ କ୍ଷେତ୍ରର ଚାହିଦା ଅନୁଯାୟୀ ରୁପାର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି।








