ବର୍ଦ୍ଧିତ ଭତ୍ତାରୁ ବଞ୍ଚିତ ବୃଦ୍ଧା, ସାମାଜିକ ସୁରକ୍ଷା ଆଇନ ହୋଇଛି ବାଟବଣା

ବର୍ଦ୍ଧିତ ଭତ୍ତାରୁ ବଞ୍ଚିତ ବୃଦ୍ଧା, ସାମାଜିକ ସୁରକ୍ଷା ଆଇନ ହୋଇଛି ବାଟବଣା

ହରଭଙ୍ଗା/ବୌଦ୍ଧ(ସର୍ବେଶ୍ୱର କ୍ଷେତି): ହରଭଙ୍ଗା ବ୍ଲକ ଅନ୍ତର୍ଗତ ହରଭଙ୍ଗା ଗ୍ରାମର ପୁଇନ ବେହେରା(୮୦) ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାରେ ବର୍ଦ୍ଧିତ ଭତ୍ତା ପାଇବାରୁ ବଞ୍ଚିତ ହେବା ଭଳି ଅଭାବନୀୟ ଖବର ସାମ୍ନାକୁ ଆସିଛି l ସାମାଜିକ ସୁରକ୍ଷା ଯୋଜନାରେ ବର୍ଦ୍ଧିତ ଭତ୍ତା ପାଇବା ପାଇଁ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ ବୋଲି ପୁଇନ କ୍ଷୋଭ ପ୍ରକାଶ କରିଛନ୍ତି l ତାଙ୍କୁ ଚଳିତ ବର୍ଷ ଜାନଆରୀ ୯ ତାରିଖରେ ୮୦ ବର୍ଷ ପୂରଣ ହୋଇଥିଲେ ସୁଦ୍ଧା ସାମାଜିକ ସୁରକ୍ଷା ଯୋଜନାରେ ବର୍ଦ୍ଧିତ ଭତ୍ତା ପାଇବାରୁ ବାଦ ପଡିବା ଭଳି ଅଭାବନୀୟ ଘଟଣା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଉତ୍ତରଦାୟିତ୍ୱ ଓ ସ୍ୱଚ୍ଛତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଥିବା ବେଳେ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ସରକାରୀ ଯୋଜନାର ସୁଫଳ ପହଞ୍ଚିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି?

ଅନ୍ୟପଟେ କୁଶଙ୍ଗ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତିରଡ଼ ଗ୍ରାମର ଲକ୍ଷ୍ମଣ ରାଉତ(୭୮) ଦୀର୍ଘ ୧ ବର୍ଷ ୨ ମାସ ଧରି ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ଥିବା ଖବର ହସ୍ତଗତ ହୋଇଛି l ଏନେଇ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରାଜିନ୍ଦ୍ର କିଷାନଙ୍କୁ ଯୋଗାଯୋଗ କରିବାରୁ ପ୍ରତ୍ୟେକ ମାସରେ ୮୦ ବର୍ଷରୁ ଉର୍ଦ୍ଧ୍ଵ ବୟସ୍କ ଲୋକଙ୍କ ଚିହ୍ନଟ ପ୍ରକ୍ରିୟା ଚାଲିଥିବା ବେଳେ ବିଭାଗ ପକ୍ଷରୁ ସରକାରଙ୍କ ପାଖକୁ ତଥ୍ୟ ପଠାଯାଉଛି l ରାଜ୍ୟ ସରକାରଙ୍କ ନୂଆ ଟାର୍ଗେଟ ଆସିଲେ କିମ୍ବା ବର୍ଦ୍ଧିତ ଭତ୍ତା ପାଉଥିବା ହିତାଧିକାରୀଙ୍କ ଯଦି ମୃତ୍ୟୁ ଘଟେ ତେବେ ଚିହ୍ନିତ ଯୋଗ୍ୟ ହିତାଧିକାରୀଙ୍କୁ ଦିଆଯିବ ବୋଲି ପ୍ରତିକ୍ରିୟା ରଖିଥିଲେ l ହରଭଙ୍ଗା ଯୁବ ବିଜେଡ଼ି ସଭାପତି ଜ୍ୟୋତିର୍ମୟ ଦାସ ବିଜେପି ସରକାର ମିଥ୍ୟାର ସୌଦାଗର ବୋଲି କଟାକ୍ଷ କରିବା ସହ ରାଜ୍ୟ ସରକାର ନିର୍ବାଚନୀ ପ୍ରତିଶ୍ରୁତି ପାଳନ କରନ୍ତୁ ବୋଲି ମତ ରଖିଛନ୍ତି l

ଅନ୍ୟଥା ଆଗାମୀ ଦିନରେ ଲୋକଙ୍କ ନ୍ୟାୟ ପାଇଁ ବିଜେଡ଼ି ରାଜରାସ୍ତାରେ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି l ତେଣୁ ଜିଲ୍ଲା ପ୍ରଶାସନ ଉକ୍ତ ସମ୍ବେଦନଶୀଳ ପ୍ରସଙ୍ଗ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ପୁଇନ ବେହେରାଙ୍କ ଭଳି ଯୋଗ୍ୟ ହିତାଧିକାରୀଙ୍କୁ ତୁରନ୍ତ ବର୍ଦ୍ଧିତ ଭତ୍ତା ଯୋଗାଇ ଦେବା ପାଇଁ ଯୁବ ନେତା ଜ୍ୟୋତିର୍ମୟ ଦାସ ପ୍ରଶାସନ ନିକଟରେ ଦାବି କରିଛନ୍ତି l

 

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories