ବ୍ୟଞ୍ଜନ ଦ୍ଵାଦଶୀ: ଭଗବାନ କୃଷ୍ଣଙ୍କୁ ୧୭ ପ୍ରକାର ଅନ୍ନ, ୫୧ ପ୍ରକାର ତରକାରୀ, ୩୧୫ ଚଟଣୀ ଅର୍ପଣ

ବ୍ୟଞ୍ଜନ ଦ୍ଵାଦଶୀ: ଭଗବାନ କୃଷ୍ଣଙ୍କୁ ୧୭ ପ୍ରକାର ଅନ୍ନ, ୫୧ ପ୍ରକାର ତରକାରୀ, ୩୧୫ ଚଟଣୀ ଅର୍ପଣ

ପୁରୀ: ପୁରୀର ଗୌରବିହାର ଆଶ୍ରମରେ ବ୍ୟଞ୍ଜନ ଦ୍ୱାଦଶୀ । ମହାପ୍ରଭୁ ଶ୍ରୀକୃଷ୍ଣଙ୍କୁ ଅର୍ପଣ ହେଲା ୮୭୫ ପ୍ରକାର ସୁସ୍ୱାଦୁ ବ୍ୟଞ୍ଜନ । ବ୍ୟଞ୍ଜନ ଦ୍ୱାଦଶୀରେ ଶ୍ରୀରାଧାକୃଷ୍ଣଙ୍କ ଦର୍ଶନ ସହ ବ୍ୟଞ୍ଜନ ସେବନ କରିଛନ୍ତି ଶତାଧିକ ଶ୍ରଦ୍ଧାଳୁ । ଏଗିଥିଲା ଗହଳି। ଆଉ ବଙ୍ଗୀୟ ଓ ଓଡିଶା ଭକ୍ତଙ୍କ ସମନ୍ୱୟରେ ସମର୍ପିତ ହୋଇ ପରଶିଦେଇଛନ୍ତି ବିଭିନ୍ନ ବ୍ୟଞ୍ଜନ। ପୁରାଣ ଅନୁସାରେ ଦ୍ବାପର ଯୁଗର ପରମ୍ପରାକୁ ଉଜ୍ଜୀବିତ କରିବାକୁ ପାଳନ ହୋଇଛି ବ୍ୟଞ୍ଜନ ଦ୍ବାଦଶୀ । ଗୌଡ଼ୀୟ ବୈଷ୍ଣବଙ୍କ ଦ୍ବାର ପାଳନ ହେଉଛି ବ୍ୟଞ୍ଜନ ଦ୍ବାଦଶୀ । ଦ୍ବାପରରେ ମା ଯଶୋଦା ଶ୍ରୀକୃଷ୍ଣଙ୍କ ପାଇଁ ଏହି ଦିନ ନାନା ସୁସ୍ବାଦୁ ବ୍ୟଞ୍ଜନ ତିଆରି କରିଥିଲେ। ଏହାକୁ ବଞ୍ଚାଇ ରଖିଛନ୍ତି ବୈଷ୍ଣବ ଗୌଡ଼ୀୟମାନେ।

ଏହାକୁ ଅଧିକ ଉଜ୍ଜୀବିତ କରିବାକୁ ବ୍ୟଞ୍ଜନ ଦ୍ବାଦଶୀ ଅବସରରେ ଚାରି ଶହ କି ପାଞ୍ଚ ଶହ ପ୍ରକାରର ନୁହେଁ ୮୭୫ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରିଛନ୍ତି ଭକ୍ତ । ଏଥିପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲା ସମେତ ପଶ୍ଚିମବଙ୍ଗରୁ ମଠକୁ ଭକ୍ତଙ୍କ ସୁଅ ଛୁଟେ । ଗଞ୍ଜାମ, ଗଜପତି, ପୁରୀ, ଆଖାପାଖ କିଛି ଜିଲ୍ଲା ସମେତ ପଶ୍ଚିମବଙ୍ଗର ବହୁ ଭକ୍ତ ରୀତିନୀତି ଅନୁସାରେ ବ୍ୟଞ୍ଜନ ପ୍ରସ୍ତୁତରେ ଲାଗିପଡ଼ନ୍ତି । ଆଉ ସବୁ ପ୍ରତ୍ସୁତ ପରେ ଭକ୍ତି ଓ ଶ୍ରଦ୍ଧାର ସହ ଶ୍ରୀକୃଷ୍ଣଙ୍କୁ ଅର୍ପଣ କରାଯାଏ । ଏହା ପରେ ସ୍ବତନ୍ତ୍ର ପତ୍ରରେ ଶ୍ରଦ୍ଧାଳୁମାନେ ବ୍ୟଞ୍ଜନ ସେବନ କରିଥାନ୍ତି । ଏବର୍ଷ ତିଆରି ହୋଇଛି ୮୭୫ ପ୍ରକାରର ସ୍ବାଦିଷ୍ଟ ବ୍ୟଞ୍ଜନ । ବ୍ୟଞ୍ଜନ ଭିତରେ ଖେଚୁଡି, ଘିଅ ଅନ୍ଲ୍, ସାଦା କାନିକା, ମିଠା କାନିକା ପରି ୧୭ ପ୍ରକାର ଅନ୍ନ, ୫୧ ପ୍ରକାର ତରକାରି, ୧୮ ପ୍ରକାର ଖିରି, ଚଟଣି ୩୧୫ ପ୍ରକାର ତିଆରି ହୋଇଛି । ସେହିପରି ଦହିବରା, ଦହି ବାଇଗଣ, ମୁଗ, ରସା, ପାମ୍ପଡ, ରାଇତା, କ୍ଷୀରି ଓ ବିଭିନ୍ନ ଶାଗ ପ୍ରସ୍ତୁତ କରିଥିଲେ ଶ୍ରଦ୍ଧାଳୁ । ଏଥିପାଇଁ ଦିନକ ପୂର୍ବରୁ ହୋଇଥିଲା ପ୍ରସ୍ତୁତି । ୨୦ରୁ ଅଧିକ ଚୁଲିରେ ବ୍ୟଞ୍ଜନ ପ୍ରସ୍ତୁତିରେ ଲାଗିଥିଲେ ମହିଳା ଓ ପୁରୁଷ ଭକ୍ତ ।

ଗୁପ୍ତ ବୃନ୍ଦାବନରେ ବ୍ୟଞ୍ଜନ ଦ୍ବାଦଶୀର ପରମ୍ପାରା ଅତ୍ୟନ୍ତ ନିଆରା । ଭଗବାନ ଶ୍ରୀକୃଷ୍ଣଙ୍କ ପାଇଁ ଅତ୍ୟନ୍ତ ଶ୍ରଦ୍ଧାର ସହ ବ୍ୟଞ୍ଜନ ତିଆରି କରନ୍ତି ଭକ୍ତ । ବ୍ୟଞ୍ଜନ ତିଆରିବେଳେ ଥାଏ ମାଆ ଯଶୋଦାଙ୍କ ଭାବନା । ମାଆ ଯଶୋଦାଙ୍କୁ ସ୍ମରଣ କରି କୃଷ୍ଣଙ୍କ ପାଇଁ ବ୍ୟଞ୍ଜନ ତିଆରି କରନ୍ତି । ଭଗବାନଙ୍କୁ ଅର୍ପଣ ପରେ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହ ଭକ୍ତଙ୍କ ମଧ୍ୟରେ ପ୍ରସାଦ ବାଣ୍ଟି ଦିଆଯାଏ । କାହିଁ କେଉଁ କାଳରୁ ରହି ଆସିଥିବା ଏହି ପର୍ବରେ ସାମିଲ ହେବା ଅତ୍ୟନ୍ତ ଭାଗ୍ୟର କଥା ବୋଲି ଭକ୍ତ କହିଛନ୍ତି । ସେପଟେ ଭଗବାନ କୃଷ୍ଣଙ୍କ ପାଇଁ ବ୍ୟଞ୍ଜନ ପ୍ରସ୍ତୁତି ନିଜକୁ ସାମିଲ କଲେ ପୂଣ୍ୟ ମିଳେ ବୋଲି ବିଶ୍ବାସ ରହିଛି ।

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories