ମାନବଜାତିର ସ୍ୱପ୍ନ ଚନ୍ଦ୍ରକୁ ପୁଣିଥରେ ପହଞ୍ଚିବା ଏବେ ଏକପ୍ରକାର ସାକାର ହେବାକୁ ଯାଉଛି । ଏବେ ନିଜ ନାମକୁ ଚାନ୍ଦକୁ ପଠାଇପାରିବେ । NASA ର Artemis II ମିଶନ, ଯାହା ୫୦ ବର୍ଷ ପରେ ପ୍ରଥମ ମାନବ-ଯାନ ଚନ୍ଦ୍ର ପରିକ୍ରମା କରିବ, ସେଥିରେ ସାଧାରଣ ଲୋକଙ୍କୁ ମଧ୍ୟ ଅଂଶୀଦାର କରାଯାଉଛି । NASA ଏହି ମିଶନରେ Send Your Name to the Moon ନାମରେ ଏକ ବିଶେଷ ଅଭିଯାନ ଆରମ୍ଭ କରିଛି, ଯାହାରେ ଯେକୌଣସି ଲୋକ ନିଜର ନାମ ଅନଲାଇନ୍ରେ ଦାଖଲ କରିପାରିବେ ।
କିପରି ଚାନ୍ଦଡକୁ ଯିବ ନାଁ- NASA ର ଓରିୟନ ସ୍ପେସକ୍ରାଫ୍ଟରେ ରେ ଏକ SD କାର୍ଡ ସ୍ଥାପିତ ହେବ, ଯେଉଁଥିରେ ସମସ୍ତ ନାମ ସଂରକ୍ଷିତ ହେବ । ଏହି SD କାର୍ଡ ସହିତ ଆପଣଙ୍କ ନାମ ଚନ୍ଦ୍ର ପର୍ଯ୍ୟନ୍ତ ପହଞ୍ଚିବ। ଏହା ପାଇଁ ନାସା ର ସରକାରୀ ୱେବସାଇଟରେ ଯାଇ, ନାମ ଓ ତଥ୍ୟ ଦାଖଲ କରିବାକୁ ପଡ଼ିବ । ପରେ NASA ଆପଣଙ୍କୁ ଏକ ଡିଜିଟାଲ ବୋର୍ଡିଂ ପାସ ଦେବ, ଯାହା ସ୍ମୃତିଚିହ୍ନ ଭାବେ ଡାଉନଲୋଡ୍ କରିପାରିବେ ।
ନାମ ଦାଖଲ କରିବାର ଶେଷ ତାରିଖ: ୨୧ ଜାନୁଆରୀ ୨୦୨୬
ମିଶନ ଲଞ୍ଚ: ଅପ୍ରେଲ ୨୦୨୬ ପୂର୍ବରୁ
ଅଂଶଗ୍ରହଣକାରୀଙ୍କ ସଂଖ୍ୟା: ୯.୩୨ ଲକ୍ଷରୁ ଅଧିକ ଲୋକ ପୂର୍ବରୁ ନାମ ଦାଖଲ କରିଛନ୍ତି
Artemis II ର ଗୁରୁତ୍ବ– Artemis II ମିଶନରେ ୪ ଜଣ ଅନ୍ତରିକ୍ଷଚାରୀ Orion spacecraft ରେ ବସି ଚନ୍ଦ୍ରକୁ ପରିକ୍ରମା କରିବେ । ଏହା ଆପଲୋ ମିଶନ ପରେ ପ୍ରଥମ ମାନବ-ଯାନ ଚନ୍ଦ୍ର ଯାତ୍ରା ହେବ । NASA ର ଲକ୍ଷ୍ୟ କେବଳ ଚନ୍ଦ୍ରକୁ ପୁଣିଥରେ ପହଞ୍ଚିବା ନୁହେଁ, ବରଂ ଆଗାମୀରେ ମଙ୍ଗଳ ମିଶନ ପାଇଁ ପ୍ରସ୍ତୁତି ଆରମ୍ଭ କରିବା ।
ସାଧାରଣ ଲୋକଙ୍କ ପାଇଁ ସୁଯୋଗ- NASA ର ଏହି ପଦକ୍ଷେପ ସାଧାରଣ ଲୋକଙ୍କୁ ମାନବଜାତିର ଏହି ଐତିହାସିକ ଯାତ୍ରାରେ ସାମିଲ କରିବାରେ ସାହାଯ୍ୟ କରୁଛି । ଯେମାନେ ନିଜେ ଚନ୍ଦ୍ରକୁ ଯାଇପାରିବେ ନାହିଁ, ସେମାନେ ନିଜର ନାମକୁ ଚନ୍ଦ୍ର ପର୍ଯ୍ୟନ୍ତ ପଠାଇ, ସେହି ସ୍ୱପ୍ନର ଅଂଶୀଦାର ହେବାର ସୁଯୋଗ ପାଇବେ ।
ଓଡ଼ିଶାରେ ଉତ୍ସାହ- ଭୁବନେଶ୍ୱର ସହିତ ଓଡ଼ିଶାର ବିଭିନ୍ନ ସ୍ଥାନରେ ଯୁବମାନେ NASA ର ଏହି ଅଭିଯାନ ପ୍ରତି ଅତ୍ୟନ୍ତ ଉତ୍ସାହିତ। ବିଶେଷକରି ବିଜ୍ଞାନ ଓ ଅନ୍ତରିକ୍ଷ ପ୍ରତି ଆଗ୍ରହୀ ଛାତ୍ରଛାତ୍ରୀମାନେ ନିଜର ନାମ ଦାଖଲ କରିବାକୁ ଆଗ୍ରହ ଦେଖାଉଛନ୍ତି ।
NASA ର Artemis II ମିଶନ କେବଳ ଅନ୍ତରିକ୍ଷଚାରୀଙ୍କ ପାଇଁ ନୁହେଁ, ସାଧାରଣ ଲୋକଙ୍କୁ ମଧ୍ୟ ଏକ ଗ୍ଲୋବାଲ ଡ୍ରିମ ସହିତ ଯୋଡ଼ିବାରେ ସାହାଯ୍ୟ କରୁଛି। ଆପଣଙ୍କ ନାମ ଚନ୍ଦ୍ରକୁ ପହଞ୍ଚିବା, ଆପଣଙ୍କୁ ମାନବଜାତିର ଏହି ଐତିହାସିକ ଯାତ୍ରାର ଅଂଶୀଦାର କରିବା ପାଇଁ ମିଶନ ଆରମ୍ଭ କରିଛି ନାସା ।







