ରାଜନାଥ ସିଂହଙ୍କୁ ନେଇ କଂଗ୍ରେସର ତୀକ୍ଷ୍ଣ ବାଣ: “ଆପଣ ତ ଏମିତି ନ ଥିଲେ”

ରାଜନାଥ ସିଂହଙ୍କୁ ନେଇ କଂଗ୍ରେସର ତୀକ୍ଷ୍ଣ ବାଣ: "ଆପଣ ତ ଏମିତି ନ ଥିଲେ"

କଂଗ୍ରେସ ଦଳ ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ତାଙ୍କର ଏକ ବିବୃତ୍ତିକୁ ନେଇ କଟାକ୍ଷ କରାଯାଇଛି। ସିଂହ ଗତ ମଙ୍ଗଳବାର ଦିନ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଉପରେ ଏକ ମନ୍ତବ୍ୟ ଦେଇଥିଲେ। ଏହି ମନ୍ତବ୍ୟରେ ସେ କହିଥିଲେ ଯେ ନେହେରୁ ସରକାରୀ ପାଣ୍ଠିରେ “ବାବ୍ରି ମସଜିଦ୍” ନିର୍ମାଣ କରିବାକୁ ଚାହୁଁଥିଲେ, କିନ୍ତୁ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ତାଙ୍କ ଯୋଜନାକୁ ସଫଳ ହେବାକୁ ଦେଇନଥିଲେ।

ନେହେରୁଙ୍କୁ ନେଇ ରାଜନାଥଙ୍କ ବୟାନ ଉପରେ କଂଗ୍ରେସର ପ୍ରତିକ୍ରିୟା

ବୁଧବାର ଦିନ କଂଗ୍ରେସର ମିଡିଆ ବିଭାଗ ମୁଖ୍ୟ ପୱନ ଖେଡା ସାମ୍ବାଦିକମାନଙ୍କୁ କହିଥିଲେ, ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଆମେ ଏତିକି କହିବୁ ଯେ ଆପଣ ତ ଏମିତି ନ ଥିଲେ (ଆପ୍ ତୋ ଐସେ ନ ଥିଲେ)। ଅନ୍ୟମାନଙ୍କ କଥା ବୁଝିହୁଏ, କିନ୍ତୁ ଆପଣଙ୍କ ପାଖରେ କ’ଣ ପ୍ରମାଣ ଅଛି?

ଖେଡା ଆହୁରି ମଧ୍ୟ ଦାବି କରିଥିଲେ ଯେ, ଆମ ପାଖରେ ଏହାର ପ୍ରମାଣ ଅଛି ଯେ ଦିଲ୍ଲୀରେ RSS କାର୍ଯ୍ୟାଳୟ ପାଇଁ ପାର୍କିଂ ତିଆରି କରିବାକୁ ଶହ ଶହ ବର୍ଷର ପୁରୁଣା ଏକ ମନ୍ଦିର ଭାଙ୍ଗି ଦିଆଗଲା। ସେ ପ୍ରଶ୍ନ କରିଥିଲେ ଯେ ବାବ୍ରି ମସଜିଦ ତ ଶହ ଶହ ବର୍ଷ ପୂର୍ବରୁ ତିଆରି ହୋଇଥିଲା, ନେହେରୁ ଜୀ କେବେ ଜନ୍ମ ହୋଇଥିଲେ? ସର୍ଦ୍ଦାର ପଟେଲଙ୍କ ମୃତ୍ୟୁ ୧୯୫୦ରେ ହୋଇଥିଲା, ତା’ର ୧୪ ବର୍ଷ ପରେ ପର୍ଯ୍ୟନ୍ତ ନେହେରୁ ଜୀ ଥିଲେ। ସେ କ’ଣ ମସଜିଦ୍ ତିଆରି କଲେ?

କଂଗ୍ରେସ ନେତା ପୱନ ଖେଡା, ରାଜନାଥ ସିଂହଙ୍କୁ କଟାକ୍ଷ କରି କହିଥିଲେ ଯେ, “ରାଜନାଥ ସିଂହ ଜୀଙ୍କୁ ମୋଦୀ ଜୀଙ୍କ ରାସ୍ତାରେ ଚାଲିବା ଉଚିତ୍ ନୁହେଁ। ମୋଦୀ ଜୀ ବିଜେପିର ବହୁତ କ୍ଷତି କରି ଚାଲିଯିବେ। ଏବେ ପଛେ ପଛେ ସମସ୍ତେ ମୋଦୀ ଜୀଙ୍କ ରାସ୍ତାରେ ଚାଲିଲେ, ତେବେ କ୍ଷତି ବିଜେପିର ହିଁ ହେବ। ଆମକୁ କୌଣସି ଅସୁବିଧା ନାହିଁ।” ଏହିଭଳି ଭାବରେ ସେ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରି ରାଜନୈତିକ ବୟାନବାଜି କରିବାରୁ ନିବୃତ୍ତ ରହିବାକୁ ସୂଚାଇ ଦେଇଛନ୍ତି।

ରାଜନାଥ ସିଂହଙ୍କ ମନ୍ତବ୍ୟ ଏବଂ କଂଗ୍ରେସର ଏହି ତୀକ୍ଷ୍ଣ ପ୍ରତିକ୍ରିୟା ଦେଶର ରାଜନୀତିରେ ପୁଣି ଥରେ ନେହେରୁଙ୍କ ଉପରେ ଆଲୋଚନାକୁ ତେଜିଛି।

Soloni Dash
Author: Soloni Dash

ସମ୍ବାଦ ସ୍କୁଲ୍ ଅଫ୍ ମିଡିଆ ଏଣ୍ଡ କଲ୍ଚର୍ (Ssomac)ଭୁବନେଶ୍ୱରର ଛାତ୍ରୀ। ସାମ୍ବାଦିକତା ପାଠ୍ୟକ୍ରମ ସମାପ୍ତ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାମାନଙ୍କ ସହ କାମ କରିବାର ଗଭୀର ଅନୁଭବ ରହିଛି। ରାଜନୀତି, ବିଜ୍ଞାନ, ଖେଳ ଓ ମନୋରଞ୍ଜନ ଭଳି ବିଭିନ୍ନ ବିଷୟରେ ଷ୍ଟୋରି ଲେଖନରେ ବିଶେଷ ରୁଚି ଓ ପାରଦର୍ଶିତା।

Latest Stories