Health Tips: ସ୍ୱାସ୍ଥ୍ୟ ପାଇଁ ଅମୃତ ସଦୃଶ ଅଖରୋଟ, ଏହି ସବୁ ରୋଗରୁ କରେ ରକ୍ଷା

Health Tips: ସ୍ୱାସ୍ଥ୍ୟ ପାଇଁ ଅମୃତ ସଦୃଶ ଅଖରୋଟ, ଏହି ସବୁ ରୋଗରୁ କରେ ରକ୍ଷା

ଡ୍ରାଏ ଫ୍ରୁଟ୍ସ ପ୍ରକୃତିର ଏକ ବରଦାନ । ସେଥି ମଧ୍ୟରୁ ଅଖରୋଟକୁ ସର୍ବ ଶ୍ରେଷ୍ଠ ଡ୍ରାଏ ଫ୍ରୁଟ୍ସ ଭାବେ ବିବେଚନା କରାଯାଏ । ମସ୍ତିଷ୍କ ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ ଅଖରୋଟ । ଏଥିରେ ଶରୀର ପାଇଁ ଆବଶ୍ୟକ ଅନେକ ପୋଷକ ତତ୍ତ୍ୱ ରହିଥାଏ, ଯେପରିକି ଓମେଗା-3 ଫ୍ୟାଟି ଏସିଡ୍, ପ୍ରୋଟିନ୍, ଆଣ୍ଟିଅକ୍ସିଡାଣ୍ଟ ଏବଂ ସୁସ୍ଥ ଚର୍ବି (ହେଲଦି ଫ୍ୟାଟ୍) । ଏହିସବୁ ପୋଷକ ତତ୍ତ୍ୱ ଶରୀରକୁ ଏକାଧିକ ରୋଗରୁ ରକ୍ଷା କରିଥାଏ । ତେବେ ପ୍ରତିଦିନ ଅଖରୋଟ ଖାଇବା ଫଳରେ ସ୍ୱାସ୍ଥ୍ୟ ଉପରେ କି ପ୍ରଭାବ ପଡ଼ିଥାଏ ଏବଂ ଅଧିକ ଖାଇବା ଦ୍ୱାରା କିଛି କୁପ୍ରଭାବ ପଡ଼ିଥାଏ କି, ଜାଣନ୍ତୁ….

ଅଖରୋଟ ଉପକାରିତା:

ଯେଉଁମାନେ ନିୟମିତ ଭାବରେ 2-3ଟି ଅଖରୋଟ ଖାଆନ୍ତି ସେମାନଙ୍କର ସୁସ୍ଥ ଶରୀର ବଜାୟ ରହିଥାଏ ଏବଂ ଅନେକ ରୋଗର ଆଶଙ୍କା କମିପାରେ ।

ହୃଦୟ ସ୍ୱାସ୍ଥ୍ୟରେ ଉନ୍ନତି – ପ୍ରତିଦିନ ଅଖରୋଟ ଖାଇବା ଦ୍ୱାରା ଶରୀରରେ ଭଲ କୋଲେଷ୍ଟେରୋଲ (HDL) ସ୍ତର ଉନ୍ନତ ହୁଏ । ଅଖରୋଟ ଖାଇବା ଦ୍ୱାାରା ରକ୍ତଚାପ ମଧ୍ୟ ନିୟନ୍ତ୍ରଣ ହୁଏ ଏବଂ ହୃଦରୋଗର ହେବା ଆଶଙ୍କା କମ ହୁଏ ।

ମସ୍ତିଷ୍କ ବୁଷ୍ଟର – ଅଖରୋଟରେ ଥିବା ଓମେଗା-3 ସ୍ମୃତିଶକ୍ତିକୁ ସୁଦୃଢ଼ ​​କରେ, ଧ୍ୟାନକୁ ଉନ୍ନତ କରେ ଏବଂ ସକାରାତ୍ମକ ଚିନ୍ତନକୁ ପ୍ରୋତ୍ସାହିତ କରେ । ପାଠ ପଢୁଥିବା ପିଲାମାନେ ଏବଂ ଅଫିସ୍ କର୍ମଚାରୀମାନେ ନିଶ୍ଚିତ ଭାବରେ ଅଖରୋଟ ସେବନ କରିବା ଉଚିତ।

ଓଜନ ନିୟନ୍ତ୍ରଣରେ ସାହାଯ୍ୟ କରେ – ଅଖରୋଟ ଖାଇବା ଦ୍ୱାରା ପେଟ ପୂରା ପୂରା ଅନୁଭବ ହୁଏ । ଫଳରେ ବିଶେଷ ଭୋକ ଲାଗିନଥାଏ । ଅଧିକ ଖାଇବାକୁ ରୋକୁଥିବାରୁ ଓଜନ ନିୟନ୍ତ୍ରଣ ହୋଇପାରେ ।

ତ୍ୱଚା ଏବଂ କେଶ ପାଇଁ ଲାଭଦାୟକ – ଯେଉଁମାନେ ନିୟମିତ ଭାବରେ ଅଖରୋଟ ଖାଆନ୍ତି ସେମାନଙ୍କୁ ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ ଯାହା ସେମାନଙ୍କ ଚର୍ମକୁ ଉଜ୍ଜ୍ୱଳ କରିଥାଏ ଏବଂ କେଶକୁ ମଜବୁତ କରିଥାଏ ।

ସପ୍ତାହରେ ତିନିଥର ଅଖରୋଟ ଖାଇବାର ପ୍ରଭାବ:

ନିୟମିତ ଅଖରୋଟ ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଏହା ଏକ ଗରମ ଡ୍ରାଏ ଫ୍ରୁଟ୍ସ ହୋଇଥିବାରୁ ପେଟ ଫୁଲିବା କିମ୍ବା ଶରୀରର ଉତ୍ତାପ ବଢାଇ ଦେଇପାରେ । ତେଣୁ ଯେଉଁମାନେ ସପ୍ତାହରେ ତିନିଥର ଅଖରୋଟ ଖାଆନ୍ତି ସେମାନଙ୍କୁ ମଧ୍ୟ ଓମେଗା-3 ଏବଂ ଅନ୍ୟାନ୍ୟ ପୁଷ୍ଟିକର ପଦାର୍ଥ ମିଳିଥାଏ । ସେମାନଙ୍କ ହଜମ ଶକ୍ତିରେ ଉନ୍ନତି ଆସେ । ମାତ୍ର ନିୟମିତ ଖାଇବା ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ । ସେହି ପରି ଯେଉଁମାନଙ୍କର ମଧୁମେହ ମେଦବହୁଳତା ଥିବ, ସେମାନେ ନିୟମିତ ଖାଇବା ବଦଳରେ ସପ୍ତାହରେ ତିନି ଥର ଖାଇପାରିବେ । ଡ

ଡାକ୍ତର ଚଞ୍ଚଲ ଶର୍ମାଙ୍କ ଅନୁସାରେ, ନିୟମିତ ଅଖରୋଟ ଖାଇବା ସେମାନଙ୍କ ପାଇଁ ଲାଭଦାୟକ ଯେଉଁମାନଙ୍କର ହୃଦୟଜନିତ ସମସ୍ୟା କିମ୍ବା ମସ୍ତିଷ୍କ ରୋଗର ଉନ୍ନତି ପାଇଁ ଚାହୁଁଛନ୍ତି ।

Disclaimer: ଏହି ଆଲେଖ୍ୟଟି ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ସହ ପରାମର୍ଶ ନିଅନ୍ତୁ । 

Debibandita Barick
Author: Debibandita Barick

ଭାରତୀୟ ଜନ ସଂଚାର ସଂସ୍ଥାନ(IIMC) ଢେଙ୍କାନାଳରୁ ସାମ୍ବାଦିକତା ପାଠ୍ୟକ୍ରମ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାନରେ କାମ କରିଛନ୍ତି। ରାଜନୀତି, ବିଜ୍ଞାନ, କ୍ରୀଡା, ମନୋରଞ୍ଜନ ଓ ସ୍ପେଶଲ ଷ୍ଟୋରୀ ଲେଖିବାରେ ବିଶେଷ ରୁଚି ଓ ଅଭିଜ୍ଞତା ରହିଛି।

Latest Stories