ବିଚିତ୍ର ବ୍ୟବସ୍ଥା ହେଲ୍ମେଟ୍ ପାଇଁ ବସକୁ ଫାଇନ

ବିଚିତ୍ର ବ୍ୟବସ୍ଥା ହେଲ୍ମେଟ୍ ପାଇଁ ବସକୁ ଫାଇନ

କଟକ: ସଡକ ଦୁର୍ଘଟଣା ରୋକିବାକୁ କଡାକଡି ଆଇନ ଆଣୁଛନ୍ତି ସରକାର। ସଚେତନତା ସାଙ୍ଗକୁ ଫାଇନ ଆଦାୟ ଜୋରଦାର। ତେବେ ଫାଇନ ଆଦାୟ ବେଳେ ଟ୍ରାଫିକ ପୋଲିସକୁ ଏମିତି ଚାଲାଣ କାଟିବା ନିଶା ଘାରୁଛି ଯେ କାହାକୁ କଣ ଚାଲାଣ ପଠାଉଛି ତାହା ଚର୍ଚ୍ଚାର ବିଷୟ ପାଲଟିଛି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି କଟକରେ। ଜଣେ ବସ ମାଲିକଙ୍କ ନିକଟକୁ ଆସିଛି ଏମିତି ଫାଇନ। ତାହା ହେଉଛି ବସର ଡ୍ରାଇଭର ହେଲମେଟ ପିନ୍ଧି ନଥିବାରୁ ହଜାରେ ଟଙ୍କାର ଚାଲାଣ ପଠାଇଛି ପୋଲିସ । ୟା ଭିତରେ ଆଶ୍ଚର୍ଯ୍ୟର କଥା ହେଉଛି ସଂପୃକ୍ତ ବସ ମାଲିକଙ୍କ ନିକଟକୁ ଯେଉଁ ଚାଲାଣ ଆସିଛି ତାହା ପ୍ରୟ ୨୨ ମାସ ତଳର ଈ-ଚାଲାଣ। ସୂଚନା ଅନୁସାରେ କଟକରୁ ଢେଙ୍କାନାଳ ଯାଉଥିବା ଏକ ଘରୋଇ ବସ୍ କୁ ଚେକିଂ ବେଳେ ଡ୍ଯୁଟିରେ ଥିବା ଟ୍ରାଫିକ ପୋଲିସ କର୍ମଚାରୀ ଅଟକାଇଥିଲେ କୌଣସି ବେଆଇନ କାମ ପାଇଁ ବସ୍ କୁ ଫାଇନ କରିଥିଲେ।

ଦୀର୍ଘ ମାସ ପରେ ଏବେ ବସ ମାଲିକଙ୍କୁ ଆସିଛି ଇ-ଚାଲାଣ। ଏହାକୁ ନେଇ ଚର୍ଚ୍ଚା। ପୋଲିସର ଖାମଖିଆଲ ମନୋବୃତ୍ତିକୁ ନେଇ ବସ ମାଲିକ ମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏ ନେଇ ପୋଲିସର ବରିଷ୍ଠ ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିବା ବେଳେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି। ଅନ୍ୟପଟେ ସଂପୃକ୍ତ ବସ ମାଲିକ ଉଦବେଗ ପ୍ରକାଶ କରିଛନ୍ତି। ସୂଚନା ଥାଉ କି ଗତ କିଛିଦିନ ତଳେ ପୋଲିସକୁ ଚେକିଂ ଓ ଫାଇନ ଆଦାୟ କ୍ଷମତା ପ୍ରଦାନ ନିଷ୍ପତ୍ତିକୁ ବିରୋଧ କରିଥିଲେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ।

ଏମିତିକି ଆନ୍ଦୋଳନ ପାଇଁ ଧମକ ଦେବା ପରେ ସରକାର ନିଷ୍ପତ୍ତି ପ୍ରତ୍ୟାହାର କରିଛନ୍ତି। ଏବେ ପୋଲିସର ଏଭଳି ଖାମଖିଆଲି କାର୍ଯ୍ୟକଳାପ ପଦାକୁ ଆସିଲା ପରେ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ପୋଲିସ ସାମ୍ନାରେ ଅନେକ ସମୟରେ ବିନା ହେଲମେଟ ଓ ବେଆଇନ ଭାବେ ବେପରୁଆ ଗାଡ଼ି ଚଳାଉଛନ୍ତି ଏମିତି କି ଉଚ୍ଚ ଶବ୍ଦ ସମ୍ପନ୍ନ ହର୍ନ ବଜାଇ ଲୋକଙ୍କୁ ହଇରାଣ, ହରକତ କରିବା ବିଭିନ ସମୟରେ ଦୁର୍ଘଟଣା ଘଟାଉଛନ୍ତି। ବାରମ୍ବାର ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ପୋଲିସ ଫାଇନ ଆଦାୟରେ ବ୍ୟସ୍ତ ନରହି ସଚେତନତା କୁ ବ୍ୟାପକ କରିବା ଉଚିତ ବୋଲି ରାଜୀବ ପାତ୍ର ନାମକ ଜଣେ ବ୍ୟକ୍ତି କହିଛନ୍ତି। ତେଣୁ ପୋଲିସ ନିଜ ମନିବୃତ୍ତି ପରିବର୍ତ୍ତନ କରି ସଚେତନତା ଉପରେ ଧ୍ୟାନ ଦେଇ ଲୋକଙ୍କ ସହ ବନ୍ଧୁତ୍ବପୂର୍ଣ୍ଣ ବ୍ୟବହାର କରିବା ଉଚିତ୍ ବୋଲି ମତ ପ୍ରକାଶ ପାଇଛି।

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories