ସମରସତାର ପୃଷ୍ଠପୋଷକ, ରଣକ୍ଷେତ୍ରରୁ ରାଜନୈତିକ ରଣନୀତିକାର

ସମରସତାର ପୃଷ୍ଠପୋଷକ, ରଣକ୍ଷେତ୍ରରୁ ରାଜନୈତିକ ରଣନୀତିକାର

ବୌଦ୍ଧ(ସର୍ବେଶ୍ୱର କ୍ଷେତି): ବୌଦ୍ଧ ଜିଲ୍ଲା ରାଜନୀତିରେ ସୁଶାନ୍ତ କୁମାର ପ୍ରଧାନ ଜଣେ ଅଭିଜ୍ଞତା ସମ୍ପନ୍ନ ରାଜନୀତିଜ୍ଞ ଭାବେ ସର୍ବତ୍ର ପରିଚିତ l ସୁଶାନ୍ତଙ୍କ ବଳିଷ୍ଠ ନେତୃତ୍ୱ ତଥା ନିର୍ବାଚନୀ ରଣନୀତି ବେଶ ପ୍ରଭାବଶାଳୀ ହୋଇଥାଏ l ସେ ୧୯୬୭ ମସିହାରେ ଅବିଭକ୍ତ କନ୍ଧମାଳ ବର୍ତ୍ତମାନ (ବୌଦ୍ଧ) ଜିଲ୍ଲା ଅନ୍ତର୍ଗତ ତିଲେଶ୍ୱର ପଞ୍ଚାୟତର କୃଷ୍ଣପଲ୍ଲୀ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ l ସେ ତିଲେଶ୍ବରସ୍ଥିତ ଲାଲ ବାହାଦୁର ଉଚ୍ଚ ବିଦ୍ୟାଳୟରେ ହାଇସ୍କୁଲ ଶିକ୍ଷା ସମାପ୍ତ କରିଥିବା ବେଳେ ପୁରୁଣାକଟକସ୍ଥିତ ଭୈରବୀ ମହାବିଦ୍ୟାଳୟରୁ ଯୁକ୍ତ ଦୁଇ କଳା ବିଭାଗରେ ଉତ୍ତୀର୍ଣ୍ଣ ହୋଇଥିଲେ l ପରବର୍ତ୍ତୀ ସମୟରେ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟରୁ ଉଚ୍ଚ ଶିକ୍ଷା ଲାଭ କରିଥିଲେ l ୧୯୮୬ ମସିହାରେ ଜଣେ ଦକ୍ଷ ଯବାନ ଭାବେ ଭାରତୀୟ ସେନା ବାହିନୀରେ ଯୋଗ ଦେଇ ମାତା ଭାରତୀର ସେବାରେ କାର୍ଯ୍ୟରତ ସୁଶାନ୍ତ ସ୍ବେଚ୍ଛାକୃତ ଅବସର ନେବା ପରେ ପରବର୍ତ୍ତୀ ସମୟରେ ବୌଦ୍ଧ ଜନତାଙ୍କ ସେବକ ଭାବେ ରାଜନୀତିରେ ପ୍ରବେଶ କରିଥିଲେ l ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ତୃଣମୂଳସ୍ତରରେ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ନେଇ ରାଜନୀତି କ୍ଷେତ୍ରରେ ରଣନୀତି ପ୍ରସ୍ତୁତିରେ ସେ ବେଶ ସଫଳ l ସେ ବୌଦ୍ଧ ରାଜନୀତିରେ ସମରସତାର ପୃଷ୍ଠପୋଷକ l ଜନସେବା ହିଁ ଜୀବନର ବ୍ରତ ବୋଲି ବିଶ୍ୱାସ କରୁଥିବା ସୁଶାନ୍ତ ମୋର ସୌଭାଗ୍ୟ ଯେ ମୁଁ ଆପଣମାନଙ୍କ ସେବା କରିବାର ସୁଯୋଗ ପାଇଛି ବୋଲି ମତ ରଖନ୍ତି l ରାଜନୀତିରେ ଉତ୍ଥାନ ପତନ ଏକ ପ୍ରକ୍ରିୟା ମାତ୍ର ଜନସେବା ହିଁ ପ୍ରକୃତ ରାଜନୀତି l କେହି କେହି ସମ୍ଭାବନାର ଅନ୍ୟନାମ ସୁଶାନ୍ତ ବୋଲି ମଧ୍ୟ କହିଥାନ୍ତି l

ରଣକ୍ଷେତ୍ରରୁ ରାଜନୈତିକ ରଣନୀତିକାର ଭାବେ କ୍ୟାରିଅର ଆରମ୍ଭ କରିଥିବା ସୁଶାନ୍ତ ପ୍ରତିକୂଳ ପରିସ୍ଥିତିର ଜଣେ ସଫଳ ନାୟକ l ବିରୋଧି ଦଳ ନେତାଙ୍କ ଅସଫଳତା ହିଁ ତାଙ୍କ ପାଇଁ ସଫଳତା ପ୍ରମାଣିତ ହୋଇଛି l ୧୯୯୭ ମସିହା ତ୍ରିସ୍ତରୀୟ ପଞ୍ଚାୟତରାଜ ନିର୍ବାଚନରେ ସର୍ବପ୍ରଥମେ ସରପଞ୍ଚ ଭାବେ ନିର୍ବାଚନୀ ମୈଦାନରେ ପାଦ ରଖିଥିବା ସୁଶାନ୍ତ ଐତିହାସିକ ବିଜୟ ଲାଭ କରିଥିଲେ l ୨୦୦୨ ମସିହାରେ ସ୍ୱାଧୀନ ଜିଲ୍ଲା ପରିଷଦ ଭାବରେ ବିଜୟୀ ହେବା ସହ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଆସନ ମଧ୍ୟ ଅଳଙ୍କୃତ କରିଥିଲେ l ୨୦୧୨ ପଞ୍ଚାୟତ ନିର୍ବାଚନରେ ସମିତିସଭ୍ୟ ଭାବେ ବିଜୟ ଲାଭ କରିବା ସହ ହରଭଙ୍ଗା ବ୍ଲକ ଅଧ୍ୟକ୍ଷ ପଦବୀ ହାତେଇବାରେ ସକ୍ଷମ ହୋଇଥିଲେ l ସେ ବର୍ତ୍ତମାନ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ କାର୍ଯ୍ୟରତ l ପୂର୍ବରୁ ୨୦୦୯, ୨୦୧୪, ୨୦୧୯ ମସିହା ସାଧାରଣ ନିର୍ବାଚନରେ ବୌଦ୍ଧ ବିଧାନସଭା କ୍ଷେତ୍ରରୁ ବିଧାୟକ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତା କରିଥିବା ସୁଶାନ୍ତଙ୍କ ରାଜନୈତିକ ଗଣିତ ଅଳ୍ପକେ ଭୁଲ ପ୍ରମାଣିତ ହେବା ସହ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା l

ସେ ବିରୋଧିଙ୍କ କଥାକୁ ଗୁରୁତ୍ୱ ଦେବା ସହ ନିଜକୁ ମାର୍ଜିତ କରିବାକୁ ବେଶ ପସନ୍ଦ କରିଥାନ୍ତି l ସାଧାରଣ ଜନତାଙ୍କୁ ସାଥିରେ ନେଇ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ସେ ସଦା ତତ୍ପରତା ପ୍ରକାଶ କରିଥାନ୍ତି l

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories