ତାଳଚେର (ବିଜୟ କୁମାର ଦେବତା): Bhubaneswari Opencast Project (OCP) ରେ ଶ୍ରମିକଙ୍କ ସୁରକ୍ଷା, ମଜୁରି ଓ ଶୋଷଣକୁ ନେଇ ଅଭିଯୋଗ ଉଠାଇଛି ଶ୍ରମିକ ସଂଗଠନ ଏଆଇଟିୟୁସି (AITUC)। MCLର ଭୁବନେଶ୍ୱରୀ ଓପନ କାଷ୍ଟ ପ୍ରୋଜେକ୍ଟରେ ଶ୍ରମିକଙ୍କ ସମସ୍ୟାର ପ୍ରତିବାଦରେ ଖଣି ସୁରକ୍ଷା ସପ୍ତାହକୁ ବର୍ଜନ କରିବା ସହ ଆଗାମୀ ଡିସେମ୍ବର ୧୯ ତାରିଖରେ ବିକ୍ଷୋଭ ଓ ଧାରଣା ଦେବାକୁ ସଂଘ ଘୋଷଣା କରିଛି। ଏନେଇ ଏକ ପ୍ରେସ୍ ବିଜ୍ଞପ୍ତିରେ ସଂଘ ପକ୍ଷରୁ ସୂଚନା ଦିଆଯାଇଛି।
Bhubaneswari Opencast Project (OCP): ଶ୍ରମିକ ସୁରକ୍ଷା ଓ ମଜୁରିକୁ ନେଇ ଅଭିଯୋଗ
AITUCର ଅଭିଯୋଗ ଅନୁଯାୟୀ, ଭୁବନେଶ୍ୱରୀ କୋଇଲା ଖଣିରେ ଶ୍ରମିକମାନେ ବିପଦପୂର୍ଣ୍ଣ ପରିସ୍ଥିତିରେ କାମ କରୁଛନ୍ତି। ଖଣି କର୍ତ୍ତୃପକ୍ଷ ଶ୍ରମିକମାନଙ୍କୁ ବିପଦପୂର୍ଣ୍ଣ ଭାବେ କାର୍ଯ୍ୟ କରିବାକୁ ଚାପ ପ୍ରୟୋଗ କରୁଥିବା ସଂଘ ଅଭିଯୋଗ କରିଛି। ଘରୋଇ ଠିକା ସଂସ୍ଥା ଅଧୀନରେ କାମ କରୁଥିବା ଶ୍ରମିକମାନେ ବିନା ଆବଶ୍ୟକ ସୁରକ୍ଷାରେ କାର୍ଯ୍ୟ କରୁଥିବା ସହ ଉଚିତ ମଜୁରି ପାଉନଥିବା ମଧ୍ୟ AITUC ପକ୍ଷରୁ କୁହାଯାଇଛି। ଏହାସହ ଖଣି ସୁରକ୍ଷା ସପ୍ତାହ ନାଁରେ ଭୋଜିଭାତ ଆୟୋଜନ କରି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଥିବା ଏବଂ ଫଲ୍ସ ବିଲ୍ କରାଯାଉଥିବା ଅଭିଯୋଗ ମଧ୍ୟ ସଂଘ ଉଠାଇଛି।
AITUC Protest: ଡିସେମ୍ବର ୧୯ରେ ବିକ୍ଷୋଭ ଓ ଧାରଣା
AITUCର ଅଭିଯୋଗ ଅନୁଯାୟୀ, Bhubaneswari Opencast Project (OCP)ରେ ଖଣି କର୍ତ୍ତୃପକ୍ଷଙ୍କ ଏକଛତ୍ରବାଦୀ କାର୍ଯ୍ୟପ୍ରଣାଳୀ ଯୋଗୁଁ ଖଣିର ବିଭିନ୍ନ କାର୍ଯ୍ୟରେ ଶ୍ରମିକଙ୍କ ଅଂଶଗ୍ରହଣ ଶୂନ୍ୟ ହୋଇଯାଇଛି। ଖଣିରେ ଶ୍ରମିକଙ୍କୁ ନିର୍ଯାତନା ଦିଆଯାଉଥିବା ମଧ୍ୟ ସଂଘ ଅଭିଯୋଗ କରିଛି। ଶ୍ରମିକଙ୍କ ସମସ୍ୟା ତୁରନ୍ତ ସମାଧାନ ନହେଲେ ଆଗାମୀ ଦିନରେ ଖଣି ବନ୍ଦ ଆନ୍ଦୋଳନ କରାଯିବ ବୋଲି AITUC ଚେତାବନୀ ଦେଇଛି। ଏହାର ପ୍ରତିବାଦରେ ଖଣି ସୁରକ୍ଷା ସପ୍ତାହକୁ ବର୍ଜନ କରିବା ସହ ଡିସେମ୍ବର ୧୯ରେ ବିକ୍ଷୋଭ ଓ ଧାରଣା ଦିଆଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।
ପ୍ରକଳ୍ପ ସମ୍ପର୍କିତ ପରିବେଶ ଅନୁମତି ଓ ଅଧିକାରିକ ତଥ୍ୟ ପାଇଁ Bhubaneswari Opencast Project Environmental Clearance record ଦେଖନ୍ତୁ।






