ସ୍କୁଲ ଛାଡ଼ି ରାସ୍ତାରେ ରାତି କାଟିଲେ ହଜାର ହଜାର ଶିକ୍ଷକ, ଶିକ୍ଷୟିତ୍ରୀ

ସ୍କୁଲ ଛାଡ଼ି ରାସ୍ତାରେ ରାତି କାଟିଲେ ହଜାର ହଜାର ଶିକ୍ଷକ, ଶିକ୍ଷୟିତ୍ରୀ

ଭୁବନେଶ୍ବର: ଧାରଣାରେ ଶିକ୍ଷକ। ସ୍କୁଲ ଛାଡି ଭୁବନେଶ୍ୱରରେ ଦେଇଛନ୍ତି ଧାରଣା। ଲୋୟର ପିଏମଜିରେ ଆନ୍ଦୋଳନ ଚଳାଇଛନ୍ତି ହଜାର ହଜାର ପ୍ରାଥମିକ ଶିକ୍ଷକ। ଦାବି ହେଲା ଦୁଇ ଦଫା। ଦାବି ପୂରଣ ପାଇଁ ଗାନ୍ଧୀ ମାର୍ଗରେ ଗର୍ଜନ କରୁଛନ୍ତି ପ୍ରାଥମିକ ଶିକ୍ଷକ ମହାସଂଘ। ମୂଳ ପଦବୀ ଅପଗ୍ରେଡ କରି ଲେବୁଲ ୯ ଅନୁଯାୟୀ ମୂଳ ବେତନ ୩୫,୪୦୦ ଟଙ୍କା ପ୍ରଦାନ କରିବା। ୨୦୦୧ ରୁ ଆଜି ଯାଏଁ କାର୍ଯ୍ୟରତ ସବୁ ଶିକ୍ଷକଙ୍କୁ ଠିକା କାର୍ଯ୍ୟ ରୁ ଉଚ୍ଛେଦ କରି ମୂଲ ଚାକିରି ରେ ଗଣନା କରିବା ସହ ୬ ଟି ନ୍ୟାସନାଲ୍ ଇନ୍ କ୍ରୀମେଣ୍ଟ ପ୍ରଦାନ କରିବା ଦାବିରେ ଆନ୍ଦୋଳନରେ ବସିଛନ୍ତି। ପୂର୍ବରୁ ଅନେକ ଥର ପ୍ରାଥମିକ ଶିକ୍ଷକ ସଂଘ୍ ଆନ୍ଦୋଳନ କରିଛନ୍ତି। ତେବେ ଏଥରର ନୂଆ ସରକାରରେ ଦାବି ପୂରଣ ନେଇ ଆଶା ରଖିଛନ୍ତି ଶିକ୍ଷକ।

ଏଥିପାଇଁ ଦିନ ରାତି ରାସ୍ତାରେ ଧାରଣାରେ ବସିଛନ୍ତି ହଜାର ହଜାର ମହିଳା ଓ ପୁରୁଷ ଶିକ୍ଷକ। ବିଧାନସଭା ଅଧିବେଶନ ବେଳେ ଜିଦି ରେ ଅଟଳ ଅଛନ୍ତି ଶିକ୍ଷକ। ଖରା, କାକର କୁ ଖାତିର ନ କରି ରାସ୍ତାରେ ପଡ଼ି ରହିଛନ୍ତି। ଖୋଲା ଆକାଶ ତଳେ ରାତି କଟୁଛି। କିଏ ଚାଦର, କିଏ ଶାଢ଼ୀ କାନି ତ ଆଉ କିଏ ଜରି ପାଲ ଘୋଡ଼ାଇ ହୋଇ ରାତି ବିତାଉଛନ୍ତି। ଶୀତ ରାତିରେ ରାସ୍ତାରେ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଧାରଣା। ସରକାରଙ୍କ ପାଖକୁ ଦାବି ଜଣାଇବାକୁ ଆସିଥିଲେ ଶିକ୍ଷକ ସଂଘ ହେଲେ କୌଣସି ଆଲୋଚନା ନହେବା କାରଣରୁ ଗାନ୍ଧୀ ମାର୍ଗରେ ରାତିରେ ଶୋଇ ରହିଛନ୍ତି ଶିକ୍ଷକ ଓ ଶିକ୍ଷୟତ୍ରୀ।

ସଂଘର ଅଭିଯୋଗ ହେଲା ସେମାନଙ୍କୁ ବାରମ୍ବାର ପ୍ରତିଶୃତି ଦିଆଯାଉଛି ହେଲେ ପୂରଣ କରାଜାଉନି। ସେଥିପାଇଁ ଦୂରଦୂରାନ୍ତରୁ ଶିକ୍ଷକମାନେ ଭୁବନେଶ୍ଵର ଆସି ଆନ୍ଦୋଳନରେ ବସିଛନ୍ତି। ଦାବି ପୂରଣ ନ ହେବା ଯାଏ ସେମାନେ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଚରମବାଣୀ ଶୁଣାଇଛନ୍ତି। ମୟୂରଭଞ୍ଜ ରୁ ମାଲକାନଗିରି ଆଦି ଜିଲ୍ଲାରୁ ଆସିଥିବା ଶିକ୍ଷକଓ ଶିକ୍ଷୟତ୍ରୀମାନେ ଦୟନୀୟ ସ୍ଥିତିରେ ରାସ୍ତା ଉପରେ ପଡି ରହିଛନ୍ତି। ତେଣୁ ସେମାନଙ୍କ ଦାବିକୁ ପ୍ରାଥମିକତା ଦେଇ ସରକାର ଦାବି ପୂରଣ ଦିଗରେ ପଦକ୍ଷେପ ନେବା ଆବଶ୍ୟକ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories