ଭୁବନେଶ୍ବର: ଦୁର୍ଘଟଣା ରୋକିବ ସାଇରନ, ଗାଡ଼ି ଅତିକ୍ରମ କଲେ ବାଜିବ ସାଇରନ । ସଚେତନ ହେବେ ଡ୍ରାଇଭର କମିଯିବା ଦୁର୍ଘଟଣା । ସଡ଼କ ଦୁର୍ଘଟଣାକୁ କମାଇବା ନିମନ୍ତେ ରାଜ୍ୟ ସରକାରଙ୍କ ଅତ୍ୟାଧୁନିକ ପଦକ୍ଷେପ । ଏମିତି ଏକ ପ୍ରୟାସ କରିଛନ୍ତି ରାଜ୍ୟ ସରକାର । ଏଥିପାଇଁ ଗଞ୍ଜାମ-କନ୍ଧମାଳ ସୀମାନ୍ତ କଳିଙ୍ଗା ଘାଟିରେ ଲଗାଯାଇଛି ଭାଇକେଲ ସେନ୍ସର ଆଲର୍ଟ । ଘାଟିର ମଝିର ଦୁଇ ସ୍ଥାନରେ ଭାଇକେଲ ସେନ୍ସର ଲଗାଯାଇଛି । ସୋଲାରରେ ଚାଲିବ ସାଇରନ । ଲାଗିଛି ସେନସର । କୌଣସି ଯାନବାହନ ଭାଇକେଲ ସେନ୍ସର ଦେଇ ରାସ୍ତା ପାର ହେଲେ ସାଇରନ ବାଜିଥାଏ ।ଫଳରେ ଗାଡ଼ିର ଡ଼୍ରାଇଭର ମାନେ ସହଜରେ ଜାଣିଥାନ୍ତି ।ଯଦି ଅପରପାର୍ଶ୍ବରୁ ଘାଟି ଉପରକୁ କିମ୍ବା ଘାଟି ତଳକୁ କୌଣସି ଗାଡ଼ି ଯାଆସ କରୁଛି ସହଜରେ ଜାଣି ହେବ । ସାଇରନ ବାଜିବା ପରେ ଡ୍ରାଇଭରସଚେତନ ହୋଇ ଗାଡ଼ି ଚଳାଇଥାନ୍ତି । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଘାଟିରେ ରାସ୍ତାରେ ଦୁର୍ଘଟଣା ହ୍ରାସ କରିବା ।
ଘାଟି ରାସ୍ତାରେ ଦୁର୍ଘଟଣା ରୋକିବା ନେଇ ଏପରି ଅତ୍ୟାଧୁନିକ ସାଇରନ ଲଗାଯିବା ଏହା ରାଜ୍ୟରେ ପ୍ରଥମ । ଏମିତି ସାଇରନ ଲାଗିଛି ଗଞ୍ଜାମ କନ୍ଧମାଳ ଜିଲ୍ଲା ସୀମାନ୍ତ କଳିଙ୍ଗା ଘାଟିରେ । ଘାଟିରେ ଅନେକ ଅଣ ଓସାରିଆ ଓ ଏକାଧିକ ବୁଲାଣି ରହିଛି । ବୁଲାଣି ଗୁଡ଼ିକ ଅଧିକ ବିପଦଜନକ ଥିବାରି ବାରମ୍ବାର ଦୁର୍ଘଟଣା ଘଟିବାର ନଜିର ରହିଛି । ଡ୍ରାଇଭର ଓ ବାଇକ ଚାଳକଙ୍କୁ ସଚେତନ କରାଇବା ସହ ଦୁର୍ଘଟଣା କମାଇବା କରିବା ନିମନ୍ତେ କଳିଙ୍ଗା ଘାଟିରେ ଲାଗିଛି ଦୁଇଟି ଭାଇକେଲ ସେନ୍ସର ଆଲର୍ଟ । ଘାଟିରେ ଲାଗିଛି ଦୁଇଟି ସ୍ବୟଂଚାଳିତ ସାଇରନ । ଦୁଇଟିଯାକ ସାଇରନ ସୋଲାର ଦ୍ବାରା ପରିଚାଳିତ । କୌଣସି କାର, ବସ କିମ୍ବା ବାଇକ ଏହି ରାସ୍ତା ଦେଇ ସାଇରନ ପାଖ ଅତିକ୍ରମ କଲେ ସାଇରନ ବାଜିଥାଏ । ଫଳରେ ଜଣେ ଡ୍ରାଇଭର ଅନ୍ୟ ଦିଗରୁ ଆସୁଥିବା ଗାଡ଼ି ସମ୍ପର୍କରେ ଜାଣିପାରି ସଚେତନ ହୋଇଯିବ ।
ସେହିପରି ଘାଟି ଉପରକୁ କିମ୍ବା ଘାଟି ତଳକୁ ଖସୁଥିବା ଗାଡ଼ି ଡ୍ରାଇଭର ମାନେ ଅଧିକ ସଚତନ ହେବେ । ଏ ନେଇ ଘାଟି ଆରମ୍ଭ ଓ ଅନ୍ୟସ୍ଥାନରେ ସଚେତନତା ଫଳକ ଲଗାଯାଇଛି । କଳିଙ୍ଗା ଘାଟି ରାସ୍ତା ଗଞ୍ଜାମ- କନ୍ଧମାଳ, ବୌଦ୍ଧ, ରାଉରକେଲା,ବଲାଙ୍ଗୀର, ଟିକାବାଲି, ସମ୍ବଲପୁର ଭଳି ବିଭିନ୍ନ ଜିଲ୍ଲା ସମେତ ବିଜୟୱାର୍ଡ଼ ରାଞ୍ଚି ଗମନାଗମନର ମାଧ୍ୟମ । ଘାଟି ରାସ୍ତାରେ ଆଲୋକ ବ୍ୟବସ୍ଥା ନଥିବାରୁ ରାତିରେ ଅଧିକ ଦୁର୍ଘଟଣା ଘଟିଥାଏ । ଦୁର୍ଘଟଣା ଘଟିଲେ ଜିଲ୍ଲା ଜିଲ୍ଲା ଓ ପଡ଼ୋଶୀ ରାଜ୍ୟ ମଧ୍ୟରେ ଯାତାୟାତ ବାଧାପ୍ରାପ୍ତ ହୋଇଥାଏ । ଘାଟିର ଉନ୍ନତୀକରଣ ନେଇ ବାରମ୍ବାର ଦାବି ହୋଇ ଆସୁଥିଲା । ତେଣୁ ଏଭଳି ସାଇରନ ଦ୍ବାରା ରାତିରେ ଡ୍ରାଇଭରମାନେ ଅଧିକ ସଚେତନ ହେବେ ।ଡ୍ରାଇଭର ଓ ଯାତ୍ରୀଙ୍କ ସୁରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପକୁ ସମସ୍ତେ ସ୍ବାଗତ କରିଛନ୍ତି ।







