ମାଲକାନଗିରି: ମାଲକାନଗିରି ଜିଲ୍ଲା ଏମଭି-୨୬ରେ ଫେରୁଛି ଶାନ୍ତି ମୃତକଙ୍କ ଶେଷ କୃତ୍ୟ ସମ୍ପନ୍ନ ହୋଇଛି । ଆଦିବାସୀ ସଂଘ ଜିଲ୍ଲାପାଳଙ୍କ ନିକଟରେ ସାତ ଦଫା ଦାବି ରଖିଛି। ସୁରକ୍ଷା ଦୃଷ୍ଟିରୁ ଗାଁ ରେ ସିସି ଟିଭି କ୍ୟାମେରା ଲାଗିଛି ପ୍ରଶାସନ।ଦକ୍ଷିଣ ପଶ୍ଚିମାଞ୍ଚଳ DIG ,ଜିଲ୍ଲାପାଳ, SP ଙ୍କ ଉପସ୍ଥିତିରେ ମୃତ ମହିଳାଙ୍କ ଅନ୍ତିମସତ୍କାର ହୋଇଛି। ଗାଁ ରେ ଶାନ୍ତି ପ୍ରତିଷ୍ଠା ସପାଇଁ ଆଲୋଚନା କରାଯିବ। ଏଥିରେ ଦକ୍ଷିଣ ପଶ୍ଚିମାଞ୍ଚଳ DIG, ମାଲକାନଗିରି ଜିଲ୍ଲାପାଳ ,SP ସହ ଉଭୟ ଗାଁ ଲୋକେ ଉପସ୍ଥିତ ରହିବେ। ସୋମବାରଲଙ୍କାକାଣ୍ଡ ରେ 163 ଘର ପୋଡି ଯାଇଛି। ସ୍ଥିତି ଆକଳନ କରିଛନ୍ତି ଜିଲ୍ଲାପାଳ।। ମଙ୍ଗଳବାର ଜିଲ୍ଲାପାଳ ଓ ଆରଦିସିଙ୍କ ଆଲୋଚନା ପରେ ପୁଣି ବୁଧବାର ଦିନ ୧୨ଟା ପର୍ଯ୍ୟନ୍ତ ଦୀର୍ଘ 18 ଘଣ୍ଟା ଇଣ୍ଟରନେଟ ବନ୍ଦ ବନ୍ଦ ରଖା ଯାଇଛି।

ସେପଟେ ମହିଳାଙ୍କ ମୁଣ୍ଡ ନ ମିଳିବାରୁ ମାଟିରେ ପ୍ରତିକାତ୍ମକ ମୁଣ୍ଡ ତିଆରି କରି ଶବ ସତ୍କାର କରିଛନ୍ତି ପରିବାରଲୋକେ।। ମୃତକଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ଚାରି ଲକ୍ଷ ଟଙ୍କାର ଅନୁଦାନ ରାଶି ଘୋଷଣା କରିଛନ୍ତି।30 ହଜାର ଟଙ୍କା ସହାୟତା ଦେଇଛନ୍ତି ଜିଲ୍ଲାପାଳ। ଜିଲ୍ଲାପାଳ ରାଖେଲଗୁଡା ଗାଁ ରେ ସ୍ଥିତି ଅନୁଧ୍ୟାନ ସହ ଲୋକଙ୍କୁ ବୁଝାସୁଝା କରିଛନ୍ତି ଅନ୍ୟ ସାହାଯ୍ୟ ସହଯୋଗ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ। ଆଦିବାସୀ ମହାସଂଘ ସଭାପତି ବନ୍ଧୁ ମୁଦୁଲି କହିଛନ୍ତି ଆମେ ଶାନ୍ତି ଚାହୁଛୁ। ଆଗକୁ କୌଣସି ଅଶାନ୍ତି ବାତାବରଣ ରହିବ ନାହିଁ। ରାଖେଲଗୁଡାର ଲାକେ ପଡ଼ିଆମି ନାମ୍ନୀ ମହିଳାଙ୍କ ମୁଣ୍ଡବିହିନ ମୃତ ମିଳିବା ଘଟଣାକୁ ନେଇ ଗତ ତିନି ଦିନ ହେଲା ଏମଭି ୨୬ରେ ହିଂସା ଦେଖା ଦେଇଥିଲା। ଜିଲ୍ଲା ପ୍ରଶାସନ ର ହସ୍ତକ୍ଷେପ ପରେ ଅଞ୍ଚଳରେ ଶାନ୍ତି ଫେରୁଛି।







