ପ୍ରବଳ ଶୀତରେ ଥରୁଛି ଓଡ଼ିଶା: ଆହୁରି ଦୁଇ ଦିନ ଶୀତ ଲହରୀର ପୂର୍ବାନୁମାନ

ଶୀତ ଲହରୀରେ ଥରୁଛି ଓଡ଼ିଶା: ଜନଜୀବନ ଅସ୍ତବ୍ୟସ୍ତ, ୩ ଡିଗ୍ରୀ ତଳକୁ ଖସିଲା ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ଜାଡ଼ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଅସହ୍ୟ ଶୀତରେ ରାଜ୍ୟବାସୀ କଲବଲ ହେଉଥିବା ବେଳେ ବୁଧବାର ସୁଦ୍ଧା ୧୨ଟି ସହରର ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ତଳେ ରେକର୍ଡ କରାଯାଇଛି

କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି ଏବଂ କୋରାପୁଟର ସେମିଳିଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି | ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ଆହୁରି ଦୁଇ ଦିନ ପାଇଁ ରାଜ୍ୟରେ ଶୀତ ଲହରୀ ଜାରି ରହିବାର ପୂର୍ବାନୁମାନ କରାଯାଇଛି। ଉତ୍ତର ପଶ୍ଚିମ ଦିଗରୁ ପ୍ରବାହିତ ଥଣ୍ଡା ଶୁଷ୍କ ବାୟୁ ଯୋଗୁଁ ଏହି ଶୀତର ପ୍ରକୋପ ବୃଦ୍ଧି ପାଇଛି।

ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ରାତିର ତାପମାତ୍ରା ସ୍ୱାଭାବିକ ଠାରୁ ୫ରୁ ୭ ଡିଗ୍ରୀ ସେଲସିୟସ କମ୍ ଥିବା ବେଳେ, ଉପକୂଳ ଏବଂ ଅନ୍ୟାନ୍ୟ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱାଭାବିକ ଠାରୁ ୨ରୁ ୩ ଡିଗ୍ରୀ ସେଲସିୟସ ତଳେ ରହିଛି। ପ୍ରବଳ ଶୀତ ସାଙ୍ଗକୁ ଏଥର ଶୀତ ଋତୁରେ ପ୍ରଥମ ଥର ପାଇଁ କୋରାପୁଟରେ ତୁଷାରପାତ ହେବାର ଦୃଶ୍ୟ ଦେଖିବାକୁ ମିଳିଛି।

• କୋରାପୁଟର ରାଜୁଗୁଡ଼ା ଠାରେ ଧାନ ଖଳା ଉପରେ ତୁଷାରର ଆସ୍ତରଣ ଦେଖିବାକୁ ମିଳିଛି।

• ଶିମିଳିପାଳ ଏବଂ ଏହାର ପାଦଦେଶରେ ଥିବା ଗାଁ ଗୁଡ଼ିକରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି।

Soloni Dash
Author: Soloni Dash

ସମ୍ବାଦ ସ୍କୁଲ୍ ଅଫ୍ ମିଡିଆ ଏଣ୍ଡ କଲ୍ଚର୍ (Ssomac)ଭୁବନେଶ୍ୱରର ଛାତ୍ରୀ। ସାମ୍ବାଦିକତା ପାଠ୍ୟକ୍ରମ ସମାପ୍ତ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାମାନଙ୍କ ସହ କାମ କରିବାର ଗଭୀର ଅନୁଭବ ରହିଛି। ରାଜନୀତି, ବିଜ୍ଞାନ, ଖେଳ ଓ ମନୋରଞ୍ଜନ ଭଳି ବିଭିନ୍ନ ବିଷୟରେ ଷ୍ଟୋରି ଲେଖନରେ ବିଶେଷ ରୁଚି ଓ ପାରଦର୍ଶିତା।

Latest Stories