ଖୋର୍ଦ୍ଧା: ଯେତିକି ଶୀତ ବଢୁଛି ନୀଳାମ୍ବୁ ଚିଲିକା ରେ ସେତିକି ବଢୁଛି ଅତିଥିଙ୍କ ସଂଖ୍ୟା। ବିଦେଶାଗତ ଅତିଥିପକ୍ଷୀଙ୍କ ବେଶ ସମାଗମ ହେଉଛି। ହଜାର, ହଜାର କିଲୋମିଟର ଅତିକ୍ରମ କରି ବିଭିନ୍ନ ଦେଶରୁ ଆସି ଚିଲିକାର ସୌନ୍ଦର୍ଯ୍ୟ ବଢ଼ାଉଛନ୍ତି ବିଦେଶୀ ପକ୍ଷୀ। ବିଦେଶୀ ପକ୍ଷୀଙ୍କୁ ଦେଖିବାକୁ ପର୍ଯ୍ୟଟକଙ୍କ ଭୀଡ ଲାଗିଛି ଚିଲିକାର ମଙ୍ଗଳାଯୋଡିରେ। ସାଇବେରିଅ।ନ ପକ୍ଷୀ ଦେଖିବାକୁ ବଢ଼ୁଛି ଉତ୍ସାହ। ପକ୍ଷୀଙ୍କ ସୁରକ୍ଷା ପାଇଁ ବନ୍ୟପ୍ରାଣୀ ବିଭାଗ ସଜାଗ ରହିଛି। ଏଥିପାଇଁ ଏଗାରଟି କ୍ୟାମ୍ପ କରାଯାଇଛି। ଉଭୟ ଜଳ ଓ ସ୍ଥଳ ଭାଗରେ ବିଦେଶୀ ଅତିଥିଙ୍କୁ ସୁରକ୍ଷା ଦେଉଛି ବନ ବିଭାଗ। ମରାଳମାଳିନି ନିଳାମ୍ୱୁ ଚିଲିକାର ସୌନ୍ଦର୍ଯ୍ୟ ବଢ଼ାଉଛନ୍ତି ବିଦେଶୀ ଅତିଥି। ଏ ବର୍ଷ ପ୍ରାୟ ଦୁଇ ଶହରୁ ଅଧିକ ପ୍ରଜାତିର ବିଦେଶୀ ପକ୍ଷୀଙ୍କ ସମାଗମ ହୋଇସାରିଲାଣି। ଅ।ଗକୁ ସଂଖ୍ୟା ଆହୁରି ବଢିବ। ବିଦେଶି ପକ୍ଷିଙ୍କୁ ଦେଖିବାକୁ ଦେଶ ବିଦେଶରୁ ଆସୁଛନ୍ତି ପର୍ଯ୍ୟଟକ। ମଙ୍ଗଳାଯୋଡିରେ ବହୁ ସଂଖ୍ୟାରେ ବିଦେଶୀ ପକ୍ଷୀ ଚଳପ୍ରଚଳ କରୁଥିବାରୁ ସେଠାକୁ ଛୁଟୁଛନ୍ତି ପର୍ଯ୍ୟଟକ। ଏଠାକାର ପରିବେଶ ଓ ବିଦେଶୀ ପକ୍ଷୀଙ୍କ ସମାଗମ ପର୍ଯ୍ୟଟକଙ୍କୁ ବିମୋହିତ କରିଛି।
ମଙ୍ଗଳାଯୋଡ଼ିରେ ଆକର୍ଷଣ ସାଇବେରିଆ ପକ୍ଷୀ। ପ୍ରାୟ ୨୫୦ ପ୍ରଜାତି ମଧ୍ୟରୁ କେବଳ ସାଇବେରିଅ।ରୁ ୫୦ରୁ ଅଧିକ ପ୍ରଜାତିର ପକ୍ଷୀ ପହଞ୍ଚିଛନ୍ତି। ଚିଲିକା ପାଣିରେ ଥିବା ଅପର୍ଯ୍ୟାପ୍ତ ଖାଦ୍ୟ, ପରିବେଶ ଓ ସୁରକ୍ଷା ବିଦେଶୀ ପକ୍ଷୀଙ୍କୁ ଆସିବାକୁ ବାଟ ଦେଖାଇଥାଏ। ପାଖରୁ ଦେଖି ସ୍ମୃତି ସାଉଟୁଛନ୍ତି ପର୍ଯ୍ୟଟକ। ଶିକାରଙ୍କ କବଳରୁ ପକ୍ଷୀଙ୍କୁ ସୁରକ୍ଷା ଦେବାକୁ ବନ୍ୟପ୍ରାଣୀ ବିଭାଗ ଓ ପକ୍ଷୀ ସୁରକ୍ଷା ସମିତି ସଜାଗ। ଖୋର୍ଦ୍ଧା ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଗଠନ ହୋଇଛି ଏଗାରଟି କ୍ୟାମ୍ପ ଓ ଦୁଇଟି ଡଙ୍ଗା। ଚିଲିକାର ବିଭିନ୍ନ ଅଞ୍ଚଳରେ ଏମାନେ ଦିନ ରାତି ପାଟ୍ରୋଲିଙ୍ଗ କରି ଉଭୟ ଜଳ ଓ ସ୍ଥଳ ଭାଗରେ ପକ୍ଷୀଙ୍କୁ ଦେଉଛନ୍ତି ସୁରକ୍ଷା। ପ୍ରତି କ୍ୟାମ୍ପରେ ଚାରିଜଣ ପକ୍ଷୀ ସୁରକ୍ଷା ସମିତିର ସଦସ୍ୟ ସହିତ ଜଣେ ଲେଖାଏ ବନ ବିଭାଗ କର୍ମଚାରୀ ଅଛନ୍ତି।
ନୀଳାମ୍ବୁ ଚିଲକାର ଶୋଭା ବଢାଉଛନ୍ତି ବିଦେଶୀ ପକ୍ଷୀ। ପର୍ଯ୍ୟଟକଙ୍କ ସମାଗମରେ ହସୁଛି ନୀଳାମ୍ବୁ। ସେଥିପାଇଁ ତ ସମସ୍ତ କହୁଛନ୍ତି ଅତିଥି ଦେବୋ ଭବର ବାର୍ତ୍ତା ଦେଉଛି ଚିଲିକା।







