ଭୁବନେଶ୍ବର: ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ଗତ କିଛି ଦିନ ହେଲା ରାଜ୍ୟରେ ଆଲୋଚନା ସମାଲୋଚନା ଲାଗି ରହିଥିବାବେଳେ ବର୍ଦ୍ଧିତ ଦରମା ନେବାକୁ ବିଜେଡ଼ି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବର୍ଦ୍ଧିତ ଦରମା ନେବାକୁ ମନା କରିବା ଘଟଣା ଆଲୋଚନାର ପ୍ରସଙ୍ଗ ପାଲଟିଛି। ବିଭିନ୍ନ ଦୃଷ୍ଟି କୋଣରୁ ବିଶେଷଜ୍ଞ ନବୀନଙ୍କ ନାଁ କୁ ନେଇ ସମୀକ୍ଷା କରୁଥିବାବେଳେ ରାଜନୀତିରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଛି। ବିରୋଧୀ ନବୀନଙ୍କୁ କଟାକ୍ଷ କରିଥିବାବେଳେ ମୁହଁ ତୋଡ ଜବାବ ଦେଇଛି ବିଜେଡ଼ି।
ନବୀନ ଙ୍କ ଉପରେ ବର୍ଷିଛି କଂଗ୍ରେସ। କଂଗ୍ରେସ କହିଛି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଦୋମୁଁହା ନୀତି ଆପଣ।ଇଚ୍ଛନ୍ତି। ଯଦି ବିରୋଧୀ ଦଳ ନେତାଙ୍କ ଦରମା ନେବାର ନ ଥିଲା କାହିଁକି ବିଧାନସଭାରେ ବିଲକୁ ସମର୍ଥନ କରିଥିଲେ। ବିଧାନସଭାରେ ବିଲ ପାରିତ ହେଲା ବେଳେ ବିଜେଡିର ସବୁ ସଦସ୍ୟ ଓ ବିରୋଧୀ ଦଳ ମୁଖ୍ୟ ସଚେତକ ବିଲକୁ ସମର୍ଥନ କରିଥିଲେ। ଏବେ ପଲିଟିକାଲ ଷ୍ଟଣ୍ଟ ପାଇଁ ବିରୋଧୀ ଦଳ ନେତା ବର୍ଦ୍ଧିତ ଦରମା ନେବି ନାହିଁ ବୋଲି କହୁଛନ୍ତି । ନବୀନଙ୍କ ପାଖରେ ବହୁ ସମ୍ପତ୍ତି ଅଛି। 24 ବର୍ଷର ମୁଖ୍ୟମନ୍ତ୍ରୀ ଓ ତାଙ୍କ ବାପା ମଧ୍ୟ ମୁଖ୍ୟମନ୍ତ୍ରୀ ଥିଲେ। ସେହି କାରଣରୁ ଦରମା ନେଇ ନ ପାରନ୍ତି। ପୂର୍ବତନ ବିଧାୟକମାନେ ଯେଉଁ ସମସ୍ୟାରେ ବଞ୍ଚୁଥିଲେ ସେମାନଙ୍କ ପାଇଁ ଭଲ। ତାଙ୍କ ଦଳର ନେତା କହୁଛନ୍ତି ଦରମା ବଢିବା ଠିକ ହୋଇଛି। କାରଣ ଆମ ପାଖରେ ପଇସା ନାହିଁ। ତାଙ୍କ ଦଳ ଭିତରେ ଏହା ସମନ୍ଵୟ ର ଅଭାବ। ତାଙ୍କ ଦଳରେ ପ୍ରଥମେ ଆଲୋଚନା କରି ସାମ୍ନାକୁ ଆସନ୍ତୁ। ନବୀନ ବର୍ଦ୍ଧିତ ଦରମା ନ ନେବା ପ୍ରସଙ୍ଗରେ ବିଜେପି ନବୀନଙ୍କୁ କଡା କଟାକ୍ଷ କରିଛନ୍ତି। ବିଜେପି କହିଛି ନବୀନ ବହୁତ ଧନୀ ଲୋକ। ଏ ସବୁ ଡ୍ରାମା। ଖଣି ଖାଦାନରେ ଦୁର୍ନୀତିର ତଦନ୍ତ ହେବା ଦରକାର। ଦରମା ଦରକାର ନାହିଁ। ନବୀନଙ୍କ ଡ୍ରାମା ଆଉ କେହି ଗ୍ରହଣ କରୁନାହାନ୍ତି। ଏକଥା ସେ ଦଳ ପାଇଁ ଲାଗୁ କରିଥିଲେ ଭଲ ହୋଇଥାନ୍ତା। ତାଙ୍କ ଦଳର ବିଧାୟିକାପ୍ରମିଳା ମଲ୍ଲିକ ଦରମା ବୃଦ୍ଧି ପାଇଁ ବାରମ୍ବାର ଦାବି କରିଛନ୍ତି।
ବିରୋଧୀଙ୍କୁ ଜବାବ ଦେବାକୁ ଯାଇ ବିଜେଡ଼ି କହିଛି ନବୀନ ବାବୁ ବର୍ଦ୍ଧିତ ଦରମା ନ ନେବା ଆଦର୍ଶଗତ ଓ ବ୍ୟକ୍ତିଗତ ନିଷ୍ପତ୍ତି। ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ପଛରେ ଥିଲା। ଦରମା ବଢି ନାହିଁ। ଆନୁଷଙ୍ଗିକ ଖର୍ଚ୍ଚ ବଢିଛି। ଦରମା ବଢ଼ାଯିବା ନିଷ୍ପତ୍ତି ସ୍ବାଗତଯୋଗ୍ୟ ।







