ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାର ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି । ଶନିବାର ଝାରସୁଗୁଡ଼ା ଗସ୍ତରେ ଆସି ପୂର୍ତ୍ତ, ଅବକାରୀ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି। ବିଶେଷ କରି ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ସମୁଦାୟ ୫୫୨ କୋଟି ଟଙ୍କାର ଅନୁଦାନ ମଞ୍ଜୁର କରାଯାଇଥିବା ବେଳେ, ପ୍ରଥମ ପର୍ଯ୍ୟାୟରେ ୩୪୩ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଶିଳାନ୍ୟାସ କରାଯାଇଛି,ଏସବୁ ମଧ୍ୟରେ ବିଭିନ୍ନ ଛୋଟ ବଡ଼ ରାସ୍ତା , ବ୍ରିଜ ଏବଂ ଡ୍ରେନ ନିର୍ମାଣ ପ୍ରକଳ୍ପ ରହିଛି ।
ଝାରସୁଗୁଡା ଜିଲ୍ଲା ପାଇଁ ପୂର୍ତ୍ତ ବିଭାଗ ରୁ ହୋଇଥିବା ଏହି ମଞ୍ଜୁରୀ ସର୍ବାଧିକ ହୋଇଥିବା ବେଳେ ଝାରସୁଗୁଡା ଇତିହାସ ରେ ଏହା ପ୍ରଥମ ଅଟେ | ଆଗ ରୁ ଝାରସୁଗୁଡା ଜିଲ୍ଲା ପାଇଁ ପୂର୍ତ୍ତ ବିଭାଗ ରୁ କେବେହେଳେ ଏତେ ଟଙ୍କା ମଞ୍ଜୁରୀ ହୋଇ ନ ଥିଲା |ଯାହା ଝାରସୁଗୁଡା କୁ ଉନ୍ନତି ର ଶିଖର ରେ ପହଂଚାଇବ ବୋଲି ମନ୍ତ୍ରୀ ହରିଚନ୍ଦନ ପ୍ରକାଶ କରିଛନ୍ତି | ଝାରସୁଗୁଡା ଗ୍ରାମୀଣ ଅଞ୍ଚଳର ୬ ଟି ପ୍ରକଳ୍ପ ପାଇଁ ୪୬ କୋଟି, ଝାରସୁଗୁଡା ପୋୖରାଞ୍ଚଳର ୩ଟି ପ୍ରକଳ୍ପ ପାଇଁ ୧୯ କୋଟି, କିର୍ମୀରା ବ୍ଲକ ର ୧୦ ଟି ପ୍ରକଳ୍ପ ପାଇଁ ୮୬ କୋଟି, ଲଇକେରା ବ୍ଲକର ୧୬ ଟି ପ୍ରକଳ୍ପ ପାଇଁ ସର୍ବାଧିକ ୧୫୦ କୋଟିଟଙ୍କା ଏବଂ କୋଲାବିରା ବ୍ଲକ ର ୪ ଟି ପ୍ରକଳ୍ପ ପାଇଁ ୪୧ କୋଟି ଟଙ୍କାର ଶିଳାନ୍ୟାସ କରାଯାଇଛି ।
ଏହି ଅବସରରେ ମାନ୍ୟବର ପୂର୍ତ୍ତ ମନ୍ତ୍ରୀ ଶିଳାନ୍ୟାସ କରିଥିବା ଯୋଜନା ଗୁଡିକ କିପରି ଜନସାଧାରଣ ଙ୍କ ପାଖରେ ପହଂଚି ପାରିବ ଏବଂ ସେଥିରୁ ଲୋକ ମାନେ କିପରି ଫାଇଦା ପାଇପାରିବେ ସେ ନେଇ ମତବ୍ୟକ୍ତ କରିଵା ସହ ଆଗାମୀ କିଛି ବର୍ଷ ମଧ୍ୟରେ ଝାରସୁଗୁଡା ଉନ୍ନତି ର ଶିଖର ଛୁଇଁବ ବୋଲି ମତ ପ୍ରକାଶ କରିଛନ୍ତି I ଏହା ସହିତ ପଞ୍ଚପଡ଼ା ବୃଦ୍ଧାଶ୍ରମରେ ଅନ୍ତେବାସୀଙ୍କୁ ମନ୍ତ୍ରୀ ଏବଂ ଝାରସୁଗୁଡା ବିଧାୟକ ଫଳ ଓ ଶୀତ ପାଇଁ ସାଲ ବଣ୍ଟନ କରିଥିଲେ। ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ତ୍ତ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ,ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ, ଝାରସୁଗୁଡା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣ, ପିଡବ୍ଲୁଡି ର କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟବାନ ପଟେଲ ପ୍ରମୁଖଙ୍କ ସହିତ ବହୁ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଭାଜପା କର୍ମକର୍ତା ଉପସ୍ଥିତ ଥିଲେ ।








