ହରଭଙ୍ଗା/ବୌଦ୍ଧ(ସର୍ବେଶ୍ୱର କ୍ଷେତି): ଛତିଶଗଡ଼ ରାଜ୍ୟର ରାୟପୁର ନିବାସୀ ସ୍ୱେଚ୍ଛାସେବୀ ମାତାଦିନ ଅଗ୍ରୱାଲଙ୍କ ପକ୍ଷରୁ ହରଭଙ୍ଗା ବ୍ଲକ ଠିଡିକାଯୋରସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅସହାୟ ବୃଦ୍ଧବୃଦ୍ଧାଙ୍କୁ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମରେ ବିଭିନ୍ନ ଗ୍ରାମର ୭୫ ଜଣ ବୃଦ୍ଧବୃଦ୍ଧାଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା l ଅନ୍ୟପକ୍ଷରେ ଜନ୍ମଦିବସ ଅବସରରେ ଯୁବ ସାମ୍ବାଦିକ ଶାଶ୍ୱତ ଦେବବ୍ରତ ଦାଶ ଜଗନ୍ନାଥ ମନ୍ଦିରକୁ ଘର ସମର୍ପଣ କରିଛନ୍ତି l ସୂଚନା ମୁତାବକ କିଛି ଦିନ ତଳେ ସାମ୍ବାଦିକ ଶାଶ୍ୱତ ଦେବବ୍ରତ ଦାଶ ମହେଶ୍ୱର ସାହୁଙ୍କ ନିକଟରୁ ୩ ଲକ୍ଷ ୫୦ ହଜାର ଦେଇ ଚାରିଛକ ବଜାରରେ ଏକ ଘର କିଣିଥିଲେ l
ପରବର୍ତ୍ତୀ ସମୟରେ ପରିବାର ସଦସ୍ୟମାନେ ମିଶି କ୍ରୟ ଘରଟିକୁ ଜଗନ୍ନାଥ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦେବୋତ୍ତର ଅଧିକୃତ ଠିଡିକାଯୋର ଜଗନ୍ନାଥ ମନ୍ଦିରକୁ ସମର୍ପଣ କରିବା ପାଇଁ ନିଷ୍ପତ୍ତି ନେଇଥିଲେ l ଯୁବ ସାମ୍ବାଦିକଙ୍କ ଜନ୍ମଦିନ ଅବସରରେ ତାଙ୍କ ପିତା ବାମଦେବ ଦାଶ ଘରଟିକୁ ମନ୍ଦିର କମିଟି ସଦସ୍ୟଙ୍କ ଉପସ୍ଥିତିରେ ଜଗନ୍ନାଥ ମହାପ୍ରଭୁଙ୍କୁ ସମର୍ପଣ କରିଛନ୍ତି l ଅଗାମୀ ଦିନରେ ମଧ୍ୟ ମହାପ୍ରଭୁଙ୍କ ପାଇଁ ସେବା ଓ ସମର୍ପଣ ପାଇଁ ଏଭଳି ଯଥା ସମ୍ଭବ ପ୍ରୟାସ ଜାରି ରହିବ ବୋଲି ସେ କହିଛନ୍ତି l ଉକ୍ତ କାର୍ଯ୍ୟକ୍ରମ ଅବସରରେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଓ ଶ୍ରୀନନ୍ଦିଘୋଷ ରଥ ମହୋତ୍ସବ କମିଟିର ସମସ୍ତ ସଭ୍ୟ/ସଭ୍ୟା ଓ ବହୁ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ l ଶ୍ରୀଜଗନ୍ନାଥ ମନ୍ଦିର କମିଟି ସଭାପତି କୃଷ୍ଣଚନ୍ଦ୍ର ମଲ୍ଲିକ ଓ ସଦସ୍ୟମାନେ ଶାଶ୍ଵତଙ୍କ ପରିବାର ବର୍ଗଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି l
Author: Hindustan Tales Odisha
Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.







