ଏନା(ଅନନ୍ୟା)- ରାଜୀବ ନିଆରା ପ୍ରେମ: ସ୍ଲୋଭାକିଆରୁ ପାରଳାଖେମୁଣ୍ଡି, ହିନ୍ଦୁ ରୀତିନୀତିରେ ବିବାହ

ଏନା(ଅନନ୍ୟା)- ରାଜୀବ ନିଆରା ପ୍ରେମ: ସ୍ଲୋଭାକିଆରୁ ପାରଳାଖେମୁଣ୍ଡି, ହିନ୍ଦୁ ରୀତିନୀତିରେ ବିବାହ

ଗଜପତି: ପ୍ରେମ ମାନେନା ବାଧାବିଘ୍ନ, ପ୍ରତିବନ୍ଧକ। ପ୍ରେମରେ ପଡ଼ିଲେ ଉଡ଼େ ମନପବନ। ଏମିତି ଏକ ନିଆରା ପ୍ରେମ କାହାଣୀ ଦେଖିବାକୁ ମିଳିଛି ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିରେ। ପ୍ରେମ ପାଇଁ ୟୁରୋପ ଛାଡ଼ି ଗଜପତି ଚାଲି ଆସିଛନ୍ତି ଜଣେ ଯୁବତୀ। ସ୍ଲୋଭାକିଆ ର ଏନା ନାମକ ଯୁବତୀ ପାରଳାଖେମୁଣ୍ଡି ର ରାଜୀବ ନାମକ ଜଣେ ଯୁବକଙ୍କୁ ବିବାହ କରିଛନ୍ତି। ତାହା ପୁଣି ସମ୍ପୂର୍ଣ୍ଣ ହିନ୍ଦୁ ରୀତିନୀତିରେ। ପାରଳାଖେମୁଣ୍ଡି ରାମ ଲିଙ୍ଗେଶ୍ବର ମନ୍ଦିରରେ ବାହାଘର ହୋଇଛି। ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମ ପାଇଁ ସାଥି ହୋଇଛନ୍ତି ଏନା ଓ ରାଜୀବ।

ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଥିଲା ଏମିତି। ରାଜୀବ ସିଙ୍ଗାପୁରରେ କାମ କରୁଥିବାବେଳେ ଏକ ହସ୍ପିଟାଲରେ ଏନାଙ୍କ ସହ ଦେଖା ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଦୀର୍ଘ ବର୍ଷ ଧରି ରାଜୀବ ଙ୍କ ସଂସ୍ପର୍ଶରେ ଆସି ଏନା ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ଭଲ ପାଇ ବସିଲେ। ଉଭୟ ଜୀବନ ସାଥୀ ହେବା ନେଇ ନିଷ୍ପତ୍ତି ନେଲେ।। ପରିବାର ଲୋକଙ୍କ ସହ ଆଲୋଚନା ପରେ ହିନ୍ଦୁ ରୀତି ନୀତିରେ ବିବାହ ସମ୍ପନ୍ନ ହୋଇଛି। ରାଜୀବ ଙ୍କ ଘର ଲୋକେ ଏ ନାଙ୍କୁ ଗ୍ରହଣ କରିଛନ୍ତି। ଏନାଙ୍କ ନାଁ ଭାରତୀୟ ନାଁ ଅନୁସାରେ ଅନନ୍ୟା ଦେଇଛନ୍ତି।

ରାଜୀବ – ଅନନ୍ୟା ଙ୍କ ନାଁ ରେ ବିବାହ ନିମନ୍ତ୍ରଣ କାର୍ଡ ହୋଇଥିଲା। ବିବାହରେ ବନ୍ଧୁବାନ୍ଧବ, ପଡୋଶୀ,ପ୍ରିୟଜନ ଯୋଗଦେଇଥିଲେ । ଆଡ଼ମ୍ବରରେ ହୋଇଛି ବାହାଘର। ପ୍ରେମକୁ ସଫଳ ପାଇଁ ସ୍ଲୋଭାକିଆରୁ ପାରଳାଖେମୁଣ୍ଡି । ହିନ୍ଦୁ ରୀତି ନୀତିରେ ବିବାହ ଏନାଙ୍କ ସମର୍ପିତ ପ୍ରେମର ନିଦର୍ଶନ ନେଇ ଚାରିଆଡ଼େ ଚର୍ଚ୍ଚା। ରାଜୀବଙ୍କ ସହ ଦୀର୍ଘ ବର୍ଷର ସମ୍ପର୍କ ଭିତରେ ଭାରତୀୟ, ଓଡ଼ିଆ ପରମ୍ପରା ଓ ସଂସ୍କୃତିକୁ ଭଲ ଭାବେ ଜାଣିଛନ୍ତି ଏନା ଏସବୁକୁ ସାରା ଜୀବନ ନିଜର କରି ରଖିବାକୁ ନିଷ୍ପତ୍ତି ନେଇ ଏନା ହୋଇଛନ୍ତି ଅନନ୍ୟା।

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories