ହରଭଙ୍ଗା( ସର୍ବେଶ୍ୱର କ୍ଷେତି): ମହାନଦୀ ବନ୍ୟପ୍ରାଣୀ ନୟାଗଡ଼ ବନଖଣ୍ଡ ଅନ୍ତର୍ଗତ ବୌଦ୍ଧ ଜିଲ୍ଲା କୁଶଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳ ପକ୍ଷରୁ ସାତକୋଶିଆ ବ୍ୟାଘ୍ର ସଂରକ୍ଷଣାଞ୍ଚଳରେ ବାଘ ଗଣନା କାର୍ଯ୍ୟକ୍ରମ ଶେଷ ହୋଇଯାଇଛି l ବନାଞ୍ଚଳ ଅଧିକାରୀ ସଂସାର ବର୍ଗିଆଙ୍କ ନେତୃତ୍ୱରେ ରେଞ୍ଜ ଅଧିନରେ ଥିବା କୁଶଙ୍ଗ, କୁମାରୀ, ଅତଲସରା, ଶିତଲପାଣି, ସୁନା ଖଣିଆ, ମାରଡ଼ା, ପଦ୍ମତୋଳା, ଶ୍ରୀପାଜୁ, ହିଞ୍ଜଳ, ନନ୍ଦାଗାଡୁ ଓ ନୂଆପଡା ଆଦି ୧୧ଟି ବିଟର କର୍ମଚାରୀଙ୍କୁ ପ୍ରତି ବିଟ ପିଛା ୩ ଜଣ ଲେଖାଏଁ ୩୩ ଜଣ କର୍ମଚାରୀ ବାଘ ଗଣନାରେ ନିୟୋଜିତ ଥିବା ଜଣାପଡିଛି l
ନଦୀ ପଠା, ନାଳ ଓ ଘଞ୍ଚ ଜଙ୍ଗଲରେ ସମୁଦାୟ ୧୧୦ଟି ପି.ଆଇ.ପି ରେ ବାଘର ପାଦ ଚିହ୍ନ, ଅନ୍ୟାନ୍ୟ ସ୍ଥାନରେ ରାମ୍ପୁଡା ଓ ମଳ ନମୁନା ସଂଗ୍ରହ କରାଯାଇଛି l ସେପଟେ ପ୍ରତ୍ୟକ୍ଷ ଭାବେ ଓ କ୍ୟାମେରା ସାହାଯ୍ୟରେ ଚିତାବାଘ, ଭାଲୁ, ଜଙ୍ଗଲୀ ବିରାଡ଼ି, ବିଲୁଆ, ଗୋଲଡେନ ଜାକ୍ୟାଟ, ଗୟଳ ଆଦି ମାଂସାସୀ ପ୍ରାଣୀ ଗଣନା କରାଯାଇଛି l ସମସ୍ତ ମାଂସାସୀ ପ୍ରାଣୀ ଗଣନାର ନମୁନା ନୟାଗଡ଼ ମୁଖ୍ୟ ଡିଭିଜନକୁ ପଠାଯାଇଥିବା ବେଳେ ପରେ କେତେ ବାଘ ଓ କେଉଁ କେଉଁ ବାଘ କୁଶଙ୍ଗ ରେଞ୍ଜରେ ଅଛନ୍ତି ତାହା ଜଣାପଡିବ l ତୃଣଭୋଜି ପ୍ରାଣୀ ଯଥା ଠେକୁଆ, ସମ୍ବର, ମେଗା ହରିଣ, ହରିଣ, ବାରହା, ଭାଲୁ ଗୟଳ, କୁଟୁରା ଆଦି ଗଣା ଯିବା ନେଇ ବିଭାଗ ପକ୍ଷରୁ ସୂଚନା ରହିଛି l
ପ୍ରଥମ ଦଫାରେ ୨୦ରିଖ ରୁ ୨୨ରିଖ ପର୍ଯ୍ୟନ୍ତ ମାଂସାସୀ ଏବଂ ତୃଣଭୋଜୀ ପ୍ରାଣୀଙ୍କ ସର୍ଭେ କରାଯାଇଥିବା ବେଳେ ୨୩ରିଖ ରୁ ୨୫ରିଖ ପର୍ଯ୍ୟନ୍ତ ଇକୋଲୋଜିକାଲ ମୋବାଇଲ ଆପ ଦ୍ୱାରା ଟ୍ରାଞ୍ଜିଟ ଲାଇନ ସହ ବୃକ୍ଷରାଜି ଏବଂ ଗୁଳ୍ମଲତାଙ୍କ ସର୍ଭେ କରାଯିବା ନେଇ ସୂଚନା ମିଳିଛି l ଆସନ୍ତା ଜାନୁଆରୀ ମାସ ୬ ତାରିଖରୁ କୁଶଙ୍ଗ ବନାଞ୍ଚଳ ପକ୍ଷରୁ ବିଦେଶୀ ପକ୍ଷୀ ଗଣନା ଆରମ୍ଭ କରାଯିବା ନେଇ ସୂଚନା ମିଳିଛି l ଉକ୍ତ ବ୍ୟାଘ୍ର ଗଣନାରେ କୁଶଙ୍ଗ ଫରେଷ୍ଟର ପ୍ରଭାକର ସାହୁ, ଶିତଲପାଣି ଫରେଷ୍ଟର ସଞ୍ଜୟ କୁମାର ରାଉତ, ଶ୍ରୀପାଜୁ ଫରେଷ୍ଟର ପ୍ରତାପ ସେଠି, ଫରେଷ୍ଟ ଗାର୍ଡ ରୁନି ଦଳବେହେରା, ପୁଷ୍ପାଞ୍ଜଳି ପଣ୍ଡା, ଗୋବିନ୍ଦ ମହାକୁଡ଼ଙ୍କ ସମେତ ସ୍କ୍ୱାଡ଼ ସାମିଲ ରହିଛନ୍ତି l
Author: Hindustan Tales Odisha
Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.







