ଭୁବନେଶ୍ବର: ବିଜେଡ଼ି ନେତାଙ୍କ ଭୋଜି ଓ ମେଳିକୁ ନେଇ ରାଜ୍ୟ ରାଜନୀତି ସରଗରମ ହେଉଥିବାବେଳେ ଏବେ ନିରବ ରେ ଆକ୍ସନ ମୋଡ଼କୁ ଆସିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ। ଧିରେଧିରେ ସବୁ ଚର୍ଚ୍ଚାର ଅବସାନ ଘଟାଇବାକୁ ଯାଉଛନ୍ତି ନବୀନ। ବିଜେଡି ପକ୍ଷରୁ ଘୋଷଣା ହୋଇଛି ନୂତନ ରାଜ୍ୟ ଛାତ୍ର ଓ ଯୁବ କମିଟି । ରାଜ୍ୟର ୧୧ ଟି ସାଂଗଠାନିକ ଜିଲ୍ଲା ପାଇଁ କର୍ମକର୍ତ୍ତା ଘୋଷଣା କରିଛନ୍ତି ନବୀନ। ତେବେ କଥା ଏତିକି ରେ ସରିନାହିଁ, କଥାଟା ହେଉଛି ଦଳୀୟ ଶୃଙ୍ଖଳା ଭଙ୍ଗ କରି କିମ୍ବା ଦଳର ଭାବ ମୂର୍ତ୍ତି ପ୍ରତି ଆଞ୍ଚ ଆସିଲା ଭଳି କାମ କରୁଥିବା ନେତାଙ୍କୁ ଏକ ପ୍ରକାର ସାଇଡ୍ କରାଯାଇଥିବା ଚର୍ଚ୍ଚା ହେଉଛି।


ଯାହା ଦେଖା ଯାଇଛି କମିଟି ଘୋଷଣା ପରେ ବହୁ ବରିଷ୍ଠ ନେତା ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଏମିତି ଜିଲ୍ଲାରେ ଦଶନ୍ଧି ଦଶନ୍ଧି ଧରି ରାଜନୀତି ପତିଆରା ଜାହିର କରି ଆସିଥିବା ନେତାଙ୍କ ମତାମତ ନିଆଯାଇ ନ ଥିବା ନେତାମାନେ ସୋସିଆଲ ମିଡ଼ିଆ ଓ ଗଣମାଧ୍ୟମରେ ପ୍ରତିକ୍ରିୟାରୁ ସ୍ପଷ୍ଟ ହେଉଛି। ଏହି କ୍ରମରେ ଦେଖିଲେ କଟକ ଜିଲ୍ଲା ପାଇଁ କର୍ମକର୍ତ୍ତା ଘୋଷଣା ପରେ କଟକ ରାଜନୀତିରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଦଳର ନିଷ୍ପତ୍ତିକୁ ନେଇ କଟକର ବହୁ ଛାତ୍ର ଓ ଯୁବ ନେତା ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ନିଷ୍ପତ୍ତିକୁ ବିରୋଧ କରିବା ସହ ଆନ୍ଦୋଳନ ଚେତାବନୀ ଦେଇଛନ୍ତି ।
ନେତାଙ୍କ ଅଭିଯୋଗ ହେଲା, ଦଶନ୍ଧି ଧରି କଟକରେ ଦଳ ପାଇଁ ଉତ୍ସର୍ଗୀକୃତ ଭାବେ କାମ କରିଥିବା ସ୍ଥାନୀୟ ନେତା ଓ କର୍ମୀଙ୍କୁ ଅବହେଳା ସହ ଅଣଦେଖା କରାଯାଇଛି । ସବୁଠୁ ବଡ଼ କଥା ହେଲା କଟକ ଜିଲ୍ଲା ପାଇଁ ଭଦ୍ରକର ଜଣେ ଯୁବକଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ଘୋଷଣା କରାଯାଇଛି। ଯାହାକି ନେତା ଓ କର୍ମୀଙ୍କୁ ସ୍ତବ୍ଧ କରିବା ସହ ନିଷ୍ପତ୍ତିକୁ ଯୁବ ନେତାମାନେ ବିରୋଧ କରିଛନ୍ତି । ମନେ ପକାଇବାକୁ ଯାଇ ଯୁବ ନେତା ମାନେ କହିଛନ୍ତି ୨୦୨୪ ନିର୍ବାଚନରେ ଯେଉଁ ଭୁଲ ଏବେ ପରିଣାମ ଭୋଗୁଛି ଏବେ ପୁଣି ସେହି ଭୁଲ ର ପୁନରାବୃତ୍ତି କରିବାକୁ ଯାଉଛି। ୨୦୨୪ରେ ପ୍ରକାଶ ବେହେରାଙ୍କୁ ସାଲେପୁରରୁ ଆଣି ବାରବାଟୀରେ ପ୍ରାର୍ଥୀ କରାଗଲା। ଯାହାକି ଦଳକୁ କ୍ଷତି ପହଞ୍ଚାଇଲା। ଏବେ ଦଳ ସେହି ଭୁଲ ଦୋହରାଇଛି। ଏ ନେଇ ଯୁବ ନେତା ଲିଖିତ ଅଭିଯୋଗ କରିଛନ୍ତି ।
ଏ କଥା ବି ପତ୍ରରେ ଉଲ୍ଲେଖ କରିଛନ୍ତି । ନିଷ୍ପତ୍ତିରେ ପରିବର୍ତ୍ତନ କରା ନ ଗଲେ ଛାତ୍ର ଆନ୍ଦୋଳନ ମୁଣ୍ଡ ଟେକିବା ସହ ଦଳର ଅସ୍ତିତ୍ୱ ରହିବା କଷ୍ଟକର ହୋଇପଡ଼ିବ ବୋଲି ସିଧା ସିଧା ଚିଠି ଲେଖିଛନ୍ତି କଟକ ଯୁବ, ଛାତ୍ରନେତା । ସୂଚନାଥାଉ କି ଗତ କିଛି ଦିନ ତଳେ କଟକ ର ବିଭିନ୍ନ ଜାଗାରେ ସାଂସଦ ଦେବାଶିଷ ସାମନ୍ତରାୟ ଙ୍କ ସହ କିଛି ନେତା ଏକାଠି ହେବାର ଦେଖା ଯାଇଥିଲା। କଟକ- ଭୁବନେଶ୍ୱର ରାସ୍ତାର ତେଲେଙ୍ଗାପେଣ୍ଠର ଏକ ଫାର୍ମ ହାଉସରେ ଦେବାଶିଷ ସାମନ୍ତରାୟ, ବରିଷ୍ଠ ନେତା ପୁଷ୍ପେନ୍ଦ୍ର ସିଂଦେଓ, ବିଧାୟକ ଦେବୀରଞ୍ଜନ ତ୍ରିପାଠୀ. ଅଂଶୁମାନ ମହାନ୍ତି, ରୁଦ୍ର ମହାରଥୀ,ଚନ୍ଦ୍ରସାରଥୀ ବେହେରା, ବିଷ୍ଣୁପଦ ରାଉତରାୟ, ସମ୍ବିତ ରାଉତରାୟ ଏକାଠି ହୋଇଥିଲେ।ଚନ୍ଦକା ପରେ ତେଲେଙ୍ଗାପେଣ୍ଠରେ ମେଳିକୁ ନେଇ ଚର୍ଚ୍ଚା ଚାଲିଛି। ସେପଟେ ପ୍ରତିଷ୍ଠା ଦିବସରେ କେନ୍ଦୁଝରରେ ବରିଷ୍ଠ ନେତା ବଦ୍ରି ପାତ୍ରଙ୍କ ବୟାନକୁ ନେଇ ବି ରାଜନୀତି ସରଗରମ।ଘଟଣା ପରେ ଏବେ ନେତାଙ୍କୁ ଏକ ପ୍ରକାର ସାଇଡ ଲାଇନ୍ କରା ଯାଉଥିବା ଚର୍ଚ୍ଚା। ରାଜନୀତି ବିଶାରଦଙ୍କ ମତ ସବୁ ଦେଖି ନୀରବରେ କାର୍ଯ୍ୟାନୁଷ୍ଠାନ ନିଅନ୍ତି ନବୀନ। ୧୧ ଜିଲ୍ଲାର କର୍ମକର୍ତ୍ତାଙ୍କୁ ନିଯୁକ୍ତି ଦେଇ ଫିଡ ବ୍ୟାକ ଦେଖି ଆଗାମୀ ଦିନରେ ଅସନ୍ତୋଷ ସୃଷ୍ଟି କରୁଥିବା ନେତାଙ୍କ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ପାଇଁ ପଥ ପରିଷ୍କାର ସଂକେତ ଦେଇଛନ୍ତି ନବୀନ। ତେବେ ସମୟ ବଦଳିଛି କ୍ଷମତାରୁ ଯିବା ପରେ ନବୀନଙ୍କ ରଣନୀତି କେମିତି କାମ କରୁଛି ତାକୁ ନେଇ ସନ୍ଦେହ ବୋଲି ବିଶେଷଜ୍ଞ କହିଛନ୍ତି।
Author: Hindustan Tales Odisha
Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.







