ବିକ୍ରି ହେଉଛି ମାଳମାଳ ବେନାମୀ ଚିପ୍ସ, ଏତଲା ପରେ ବି ପୋଲିସ ଚୁପ୍

ବିକ୍ରି ହେଉଛି ମାଳମାଳ ବେନାମୀ ଚିପ୍ସ, ଏତଲା ପରେ ବି ପୋଲିସ ଚୁପ୍

ବଲାଙ୍ଗିର: କାଳ ହେଲା ଚିପସ। ଚିପ୍ସ ଖୋଳରୁ ବାହାରୁଥିବା ଖେଳନା ଫାଟି ଶିଶୁ ଗୁରୁତର। ଶିଶୁର ଆଖିରେ ଗଭୀର ଆଘାତ ଲାଗିଛି। ଏବେ ପିଲାଟି ମେଡ଼ିକାଲରେ ଚିକିତ୍ସିତ ହେଉଛି। ମାତ୍ର ପାଞ୍ଚ ଟଙ୍କାର ଚିପ୍ସ ପିଲାଟିର ଜୀବନ ପ୍ରତି ବିପଦ ଆଣିଛି। ଏମିତି ଦୁଃଖଦ ଓ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ବ୍ଳକ ଶଗଡଘାଟ ଗାଁ ରେ ।ଚିପ୍ସ ପ୍ୟାକେଟ ର ଖେଳଣା ଫାଟି ଆଠବର୍ଷ ର ଶିଶୁ ଗୁରୁତର ହୋଇଛି। ଥାନାରେ ଏତଲା ହୋଇଥିଲେ ହେଁ ପୋଲିସ ଚୁପ୍ ବସିଛି। ଶିଶୁ ଟିର ଅବସ୍ଥା ଗୁରୁତର ରହିଛି। ଚିପ୍ସ ପ୍ୟାକେଟ ରୁ ବାହାରୁଛି ଖେଳନା । ଜିଲ୍ଲାର ବିଭିନ୍ନ ସ୍ଥାନରେ ବିକ୍ରି ହେଉଥିବା ଲାଇଟ୍ ହାଉସ୍ ନାମକ ଏକ ଚିପ୍ସ ପ୍ୟାକେଟ ନାଁ ରେ ଏଭଳି ସାଂଘାତିକ ଅଭିଯୋଗ ।

ଶଗଡଘାଟ ଗାଁ ର ଲବ ହରାପାଲ ଙ୍କ ଆଠ ବର୍ଷ ର ପୁଅ ଅଙ୍କେଶ ହରପାଲ ଗତ ସୋମବାର ଟ୍ୟୁସନ ରୁ ଫେରିବା ପରେ ଗାଁ ର ଏକ ଦୋକାନ ରୁ ଲାଇଟ୍ ହାଉସ୍ ନାମକ ଏକ ଚିପ୍ସ ପ୍ୟାକେଟ କିଣି ଖାଇଥିଲା ସେଥିରୁ ଏକ ଖେଳଣନା ଭଳି ଜିନିଷକୁ ଫୋପାଡି ଦେଇଥିଲା। ପାଖରେ ଥିବା ଚୁଲି ରେ ପଡି ବିସ୍ଫୋରଣ ହେବା ସହ କିଛି ସାମଗ୍ରୀ ଆସି ଶିଶୁ ଟିର ଆଖିରେ ବାଜିଥିଲା। ପରିବାର ଲୋକେଶିଶୁ ଟି ର ଚିକିତ୍ସା କରାଇବା ସହ ଟିଟିଲାଗଡ ଥାନା ରେ ଅଭିଯୋଗ ଦେଇଛନ୍ତି । ସଂପୃକ୍ତ ଲାଇଟ୍ ଚିପ୍ସ କମ୍ପାନୀ ପ୍ୟାକେଟ କୁ ଜବତ କରିବା ସହ କମ୍ପାନୀ ବିରୁଦ୍ଧ ରେ ମାମଲା ରୁଜ୍ଜୁ ଲିଖିତ ଅଭିଯୋଗ କରିଛନ୍ତି ଶଗଡଘାଟ ଗାଁ ର ଏକ ଦୋକାନ ରୁ ଅଙ୍କେଶ ଚିପ୍ସ ପ୍ୟାକେଟ କିଣିଥିଲା । ଏହି ଚିପ୍ସ ଦୋକାନୀ ବୁଲା ବିକାଳିଙ୍କ ଠାରୁ କିଣିଥିବା କହିଛନ୍ତି। ଏହା କେଉଁଠି ତିଆରି ହୁଏ ଓ କମ୍ପାନିର ସବିଶେଷ ତାଙ୍କୁ ଜଣା ନାହିଁ।

ତେବେ ପୋଲିସ ଘଟଣାକୁ ହାଲୁକା ଭାବେ ନେଇ ଚୁପ୍ ବସିଛି । ଲାଇଟ୍ ହାଉସ୍ କମ୍ପାନୀ ର ଚିପ୍ସ ପ୍ୟାକେଟରୁ କିଛି ଆପତ୍ତିଜନକ ଜିନିଷ ଅଛି କି ନାହିଁ ସ୍ପଷ୍ଟ ହୋଇ ନାହିଁ । ତେବେ କୋମଳମତି ଶିଶୁଙ୍କ ଜୀବନ ପ୍ରତି ଖେଳ ଖେଳୁଥିବା ସଂପୃକ୍ତ ସଂସ୍ଥା ବିରୋଧରେ ଦୃଢ଼ ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ମହଲରେ ଦାବି ହୋଇଛି। ଅନ୍ୟପଟେ ପୋଲିସର ଖାମଖିଆଲ ମନୋଭାବକୁ କଡା ସମାଲୋଚନା କରାଯାଇଛି। ଶିଶୁଟିର ବାପା,ମାଆଙ୍କ ଆକୁଳ ନିବେଦନକୁ ଗୁରୁତ୍ୱର ସହ ବିଚାର କରି ଶିଶୁଟିର ଚିକିତ୍ସା ପାଇଁ ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି।

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories