ଅରବିନ୍ଦଙ୍କ ନିଲମ୍ବନ କହିଁକି ଚର୍ଚାରେ ଅତନୁ……

ଅରବିନ୍ଦଙ୍କ ନିଲମ୍ବନ କହିଁକି ଚର୍ଚାରେ ଅତନୁ......

ଭୁବନେଶ୍ବର: ବିଜେଡିର ଚମ୍ପୁଆ ବିଧାୟକ ସନାତନ ମହାକୁଡ଼, ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନକୁ ନେଇ ରାଜ୍ୟ ରାଜନୀତି ସରଗରମ ।ସନା ମହାକୁଡ଼ଙ୍କ ନିଲମ୍ବନକୁ ନେଇ ଯେତିକି ଚର୍ଚା ନୁହେଁ ତାଠୁ ବେଶୀ ଚର୍ଚ୍ଚା ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନକୁ ନେଇ । ଆଲୋଚନା ହେଉଛି ଅରବିନ୍ଦଙ୍କ ନିଲମ୍ବନ ପଛରେ ଅତନୁ ସବ୍ୟସାଚୀ ନାୟକଙ୍କ ହାତ । ୟାକୁ ନେଇ କିଛି ସ୍ପଷ୍ଟତା ଆସି ନଥିଲେ ବି ଅତନୁଙ୍କ ସଂପୃକ୍ତିକୁ ଖଣ୍ଡନ କରାଯାଇପାରୁନାହିଁ । ତେବେ କଣ ପାଇଁ ଅତନୁଙ୍କ ନାଁ ପଦାକୁ ଆସୁଛି, ଏହା ପଛରେ କଣ ଅତନୁଙ୍କ ଭୂମିକା ଧୀରେ ଧୀରେ ପଦାକୁ ଆସୁଛି ସବୁ କଥା । ଅତନୁ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ କହିଛନ୍ତି ଏହା ଦଳୀୟ ବ୍ୟାପାର, କଣ ପାଇଁ ଅରବିନ୍ଦଙ୍କୁ ନିଲମ୍ବନ କରାଗଲା ସବୁ ଦଳୀୟ ରିଲିଜରେ ଲେଖାଯାଇଛି । ଏମିତି କହି ଗଣମାଧ୍ୟମରୁ ଦୂରେଇ ରହିଛନ୍ତି ଅତନୁ ।

ନିଲମ୍ବନକୁ ନେଇ କେନ୍ଦ୍ରାପଡ଼ାରେ ନାନା ମତ, ନାନା ଆଲୋଚନା । ଅରବିନ୍ଦଙ୍କ ସମର୍ଥକ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି । ସୋସିଆଲ ମିଡିଆ ହେଉ କି ଚାଖଟି ନା ନେଇ ଅତନୁଙ୍କ ଆଡ଼କୁ ଆଙ୍ଗୁଳି ଉଠାଉଛନ୍ତି । ଏମତିକି ପୂର୍ବରୁ ଷଡ଼ଯନ୍ତ୍ର କରି ବିଜୟ ମହାପାତ୍ରଙ୍କୁ ରାଜନୀତିରେ ହଇରାଣ କରିଥିବା ଷଡ଼ଯନ୍ତ୍ରକାରୀ ଏବେ ପୁଅ ବିରୋଧରେ ଲାଗିଛନ୍ତି । ଏହା କୁଚକ୍ରୀଙ୍କ ଚକ୍ରାନ୍ତ । ଦୀର୍ଘଦିନ ଧରି କ୍ଷମତାରେ ଥାଇ ଲୋକଙ୍କୁ ଭୁଆଁ ବୁଲାଉଥିବାବେଳେ ଅରବିନ୍ଦଙ୍କ କାମ କରିବା ତରିକା ଅଲଗା ଅଟେ । ଯାହାକି କୁଚକ୍ରୀଙ୍କ ପାଇଁ ସହ୍ୟ ହେଲାନାହିଁ । କମ ସମୟର ରାଜନୀତିରେ ଅରବିନ୍ଦଙ୍କ ଗ୍ରହଣୀୟତା ବଢ଼ିଛି । ଦଳ ବିରୋଧୀ ନୁହେଁ ବରଂ ଅଞ୍ଚଳରେ ବହୁ ଉନ୍ନୟନମୂଳକ କାମ କରିଛନ୍ତି ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।

ତେବେ ପାଟକୁରା ଲୋକେ ପ୍ରତ୍ୟାଖାନ କରୁଥିବା ଜାଣି ବିଜେଡି ଯେତେବେଳେ ସେହିଭଳି ନେତାଙ୍କୁ ଏଠାରେ ଟିକେଟ ଦେଲାନାହିଁ ଅରବିନ୍ଦଙ୍କୁ ବଦନାମ କରିବାକୁ ଏମିତି ଷଡ଼ଯନ୍ତ୍ର କରିଛନ୍ତି କୁଚକ୍ରୀ । ଜିଲ୍ଲା ବିଜେଡିର ଅନ୍ଦର ମହଲରୁ ମିଳିବା ସୂଚନା ଅନୁସାରେ ୨୦୨୪ରେ ଅତନୁ ନିଜ ଭାଇଙ୍କୁ ପାଟକୁରାରେ ପ୍ରାର୍ଥୀ କରିବାକୁ କଳବଳ କୌଶଳ ଲଗାଇ ଦେଇଥିଲେ । ହେଲେ ଅରବିନ୍ଦଙ୍କ ଏଣ୍ଟ୍ରି ପରେ ଫେଲ ମାରଥିଲା ଯୋଜନା । ମହାକାଳପଡ଼ାରେ ହାରିଲେ ପାଟକୁରା ପ୍ଲାନ ବି ଫେଲ ମାରିଲା । ସେପଟେ ମହାକାଳପଡ଼ାରେ ବିଜେପି ପ୍ରାର୍ଥୀଙ୍କ ବିଜୟ ପରେ ଅତନୁଙ୍କ ଗ୍ରହଣୀୟତା କମୁଥିବା ନେଇ ଆଲୋଚନା ହେଉଛି । ନିଜ ସ୍ଥିତି ମଜଭୁତ କରିବାକୁ ସେ ପାଟକୁରା ଫେରିବାକୁ ଚାହୁଁଥିଲେ । ପୁରୁଣା ରାଗ ସୁଝାଇବାକୁ ଯାଇ ତାଙ୍କ ଦ୍ବାରା ସବୁ ଯୋଜନା କରାଯାଇଥିବା କେନ୍ଦ୍ରାପଡ଼ା ରାଜନୀତିକୁ ଭଲ ଭାବେ ଦେଖିଥିବା କେତେଜଣ ବରିଷ୍ଠ ରାଜନୀତି ସମୀକ୍ଷକ କହିଛନ୍ତି । ନିଜକୁ ଦୂରେଇ ରଖିବାକୁ ସେ ଜିଲ୍ଲାର ସବୁ ନେତାଙ୍କୁ ଏକାଠି କରାଇଥିଲେ । ଏସବୁ ଚାରିଆଡେ ଚର୍ଚା । ହେଲେ ବିଜେଡି ପକ୍ଷରୁ ଗୋଟିଏ କଥା କୁହାଯାଉଛି ବିଶ୍ବାସଘାତକତା ଓ ଦଳବିରୋଧୀ କାମ ପାଇଁ ବିଦାହେଲେ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ର । ତେବେ କେନ୍ଦ୍ରାପଡ଼ା ଓ ରାଜ୍ୟ ରାଜନୀତିରେ ତିନିଟି ଶଦ୍ଦ ବିଶ୍ବାସଘାତକତା, ଦଳ ବିରୋଧୀ ନାଁ ଷଡ଼ଯନ୍ତ୍ରକୁ ନେଇ ରାଜନୀତି ବିଷାରଦଙ୍କ ଅଙ୍କ କଷା ଜାରି ରହିଛି ।

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories