ଅପରେସନ ଜୋରଦାର, ପଶ୍ଚିମବଙ୍ଗ ଦେଇ ବଙ୍ଗଲାଦେଶ ଗୋଚାଲାଣ। ଜିଲ୍ଲାରେ ଚଢ଼ାଉ, ଜବତ ହେଲାଣି ୫୦ କୋଟିର ସମ୍ପତ୍ତି

ଅପରେସନ ଜୋରଦାର, ପଶ୍ଚିମବଙ୍ଗ ଦେଇ ବାଙ୍ଗଲାଦେଶ ଗୋଚାଲାଣ। ଜିଲ୍ଲାରେ ଚଢ଼ାଉ, ଜବତ ହେଲାଣି ୫୦ କୋଟିର ସମ୍ପତ୍ତି

ଭୁବନେଶ୍ବର: ଗୋଚାଲାଣ ରୋକିବା ସହ ଚାଲାଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇ ଅଭିଯାନକୁ ଜୋରଦାର କରିଛି ଓଡ଼ିଶା ପୋଲିସ । ଗତ କିଛି ଦିନ ହେଲା ବିଭିନ୍ନ ଜିଲ୍ଲାରେ ଚଡ଼ାଉ କରି ୧୦ ଗୋ ମାଫିଆଙ୍କୁ ଗିରଫ କରାଯିବା ସହ ପ୍ରାୟ ୫୦ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି । ଶହେ କୋଟିରୁ ଅଧିକ ସମ୍ପତ୍ତି ଜବତ କରିବା ନେଇ କେନ୍ଦୁଝର ପୋଲିସ କହୁଥିବା ବେଳେ ଗୋ ମାଫିଆଙ୍କ ସାମ୍ରାଜ୍ୟ ଭାଙ୍ଗିବାକୁ ଜୋରଦାର ହୋଇଛି ଅପରେସନ। ତେବେ ଓଡ଼ିଶାରୁ ଗୋ ଚାଲାଣ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି । ସୂଚନା ଅନୁସାରେ ମାଫିଆମାନେ ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଗୋରୁଚାଲାଣ ପାଇଁ ବ୍ଲୁପ୍ରିଣ୍ଟ ତିଆରି କରିଥାନ୍ତି । ଓଡ଼ିଶାର ଖୋର୍ଦ୍ଧା, ଭଦ୍ରକ, ଯାଜପୁର, କେନ୍ଦୁଝର, ବାଲେଶ୍ଵର, ମୟୂରଭଞ୍ଜ ଆଦି ଜିଲ୍ଲାରୁ ଗୋରୁ ସଂଗ୍ରହ ପରେ ବିଭିନ୍ନ ତରିକାରେ ଚାଲାଣ କରିଥାନ୍ତି । ଗୋରୁଗୁଡ଼ିକୁ ସିଧାସଳଖ ପଶ୍ଚିମବଙ୍ଗ ଚାଲାଣ ନ କରି ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ମୟୂରଭଞ୍ଜର ଝାରପୋଖରିଆ ଓ ଚକୁଳିଆପଦା ଜଙ୍ଗଲରେ ଗୋରୁଗୁଡ଼ିକୁ ରଖିଥାନ୍ତି । ପଶ୍ଚିମବଙ୍ଗରୁ ଝାରପୋଖରିଆ, ଚକୁଳିଆପଦା ମାତ୍ର ୩୦ରୁ ୩୫ କିମି ଦୂର ଅଟେ । ସେ ଅଞ୍ଚଳ ଜଙ୍ଗଲିଆ ହୋଇଥିବାରୁ ଗୋରୁଗୁଡ଼ିକୁ ରଖିବା ପାଇଁ ଗୋ ମାଫିଆଙ୍କୁ ସହାୟକ ହୋଇଥାଏ । ଏହାପରେ ସେମାନେ ବିଭିନ୍ନ ଗଳାବାଟ ଦେଇ ପଶ୍ଚିମବଙ୍ଗକୁ ଚାଲାଣ କରିଥାନ୍ତି ।

ପଶ୍ଚିମବଙ୍ଗର ଫେଙ୍କ ହାଟ ଯାହା ଏସିଆର ଏକ ବଡ଼ ଗୋରୁ ହାଟ ବୋଲି କୁହାଯାଏ । ସେଠାରେ ଗୋରୁଗୁଡ଼ିକ ପହଞ୍ଚିଲା ପରେ ବିଭିନ୍ନ ସ୍ଥାନକୁ ଚାଲାଣ କରାଯାଇଥାଏ । ତେବେ ଗୋରୁ ହବ୍‌ ଝାରପୋଖରିଆ ଓ ଚକୁଳିଆପଦାରି ପଶ୍ଚିମବଙ୍ଗକୁ କେମିତି ଚାଲାଣ ହୁଅନ୍ତି ଗୋରୁ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଝାରପୋଖରିଆରୁ ପଶ୍ଚିମବଙ୍ଗ ମାତ୍ର ୩୦ରୁ ୩୫ କିମି ଦୂର ହୋଇଥିବାରୁ ଗୋରୁଙ୍କୁ ଚାଲାଣ ପାଇଁ ମାଫିଆଙ୍କୁ ସହଜ ହୋଇଥାଏ । ବେଳେ ବେଳେ ଜାମଶେଳାଗେଟ, ବହଡ଼ାଗୋଡ଼ା ଦେଇ ପଶ୍ଚିମବଙ୍ଗ ଚାଲାଣ କରାଯାଇଥାଏ । ଏହାଛଡ଼ା ଗାଁ ଗହଳିର ବିଭିନ୍ନ ଗଳାବାଟ ଦେଇ ମଧ୍ୟ ଗୋରୁଙ୍କୁ ଚାଲାଣ କରାଯାଉଥିବା ଦେଖାଯାଇଛି ଗାଡ଼ିରେ ନେଲେ ଧରାପଡ଼ିବା ଭୟରେ ଚାଲାଣକାରୀମାନେ ଚରାଇବା ଆଳରେ ଏ ଗାଁ ରୁ ସେ ଗାଁ ଗୋରୁଗୁଡ଼ିକୁ ଚଲାଇଚଲାଇ ଓଡ଼ିଶା ସୀମା ପାର କରାଇ ପଶ୍ଚିମବଙ୍ଗ ନେଇଯାଇଥାନ୍ତି । ଝାରପୋଖରିଆରୁ ପାଣ୍ଡରା, ଧାଙ୍ଗଡିସୋଳ, ଖଡ଼ିଆଷୋଳ, ବମ୍ବେ ଛକ ଦେଇ ପଶ୍ଚିମବଙ୍ଗ ଯାଆନ୍ତି ବେଳେବେଳ ସୁଲିଆପଦା ଥାନା ଅଧିନ ସୁଳିଆପଦା, ମୋରଡ଼, ରାସଗୋବିନ୍ଦପୁର, କୁଳିଅଣା ଆଦି ଗାଁ ରାସ୍ତା ଦେଇ ଗୋରୁ ଚାଲାଣ କରାଯାଇଥାଏ ।

ସେହିପରି ଝାରପୋଖରିଆରୁ ପଶ୍ଟିମବଙ୍ଗ ଯିବାକୁ ହେଲେ ବମ୍ବେଛକ, କୁଳିଅଣା ଟୋଲଗେଟ ଦେଇ ଯିବାକୁ ହୁଏ କିଛି ଅସାଧୁ କର୍ମଚାରୀଙ୍କୁ ହାତ କରି ମାଫିଆମାନେ ପଶ୍ଚିମବଙ୍ଗକୁ ଗୋରୁ ଗାଡ଼ି ନେବାକୁ ସକ୍ଷମ ହେଉଛନ୍ତି ପଶ୍ଚିମବଙ୍ଗ ଫେଙ୍କ ହାଟରେ ପହଞ୍ଚିବା ପରେ ବେପାରିଙ୍କ ସହ ଡିଲ ହୁଏ ପଶ୍ଚିମବଙ୍ଗର ମୁର୍ସିଦାବାଦ, ମାଲଦା ସହ ବିଭିନ୍ନ ସ୍ଥାନକୁ ଚାଲାଣ ହୁଏ ଏଥିସହ ଝାଡ଼ଖଣ୍ଡ, ବିହାର ଭଳି କିଛି ରାଜ୍ୟ ଓ ବାଂଲାଦେଶକୁ ଗୋରୁ ଚାଲାଣ ହୋଇଥାଏ ଝାରପୋଖରିଆର ଗୋରୁ ମାଫିଆମାନେ ଓଡ଼ିଶା ର ଖୋର୍ଦ୍ଧା, ଭଦ୍ରକ, ଯାଜପୁର, କେନ୍ଦୁଝର, ବାଲେଶ୍ଵର ଆଦି ଅଞ୍ଚଳରୁ ଆସିଥିବା ଗୋରୁଗୁଡ଼ିକୁ ବିଭିନ୍ନ ଗଳା ବାଟ ଦେଇ ଓଡ଼ିଶା ସୀମା ପାର କରାଇଥାଆନ୍ତି। ଏଥିପାଇଁ ସେମାନଙ୍କୁ ମୋଟା ଅଙ୍କ ମିଳେ ପୋଲିସ କାର୍ଯ୍ୟାନୁଷ୍ଠାନ ପରେ ଗୋଚାଲାଣକାରୀ ଓ ମାଫିଆ ଛତ୍ରଭଙ୍ଗ ଦେଇଥିବା ଜଣାପଡ଼ିଛି।

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories