ବିଜେଡ଼ିର ବିଜୟ ପ୍ରସଙ୍ଗ, ନବୀନଙ୍କୁ ଭୁଲ ତଥ୍ୟ ଦେଉଛନ୍ତି ନେତା !

ବିଜେଡ଼ିର ବିଜୟ ପ୍ରସଙ୍ଗ, ନବୀନଙ୍କୁ ଭୁଲ ତଥ୍ୟ ଦେଉଛନ୍ତି ନେତା !

ଭୁବନେଶ୍ଵର: ଷଡ଼ଯନ୍ତ୍ରକାରୀ, ଜନ ବିରୋଧୀ, ଦଳ ବିରୋଧୀ, ବିଶ୍ବାସଘାତକ, ଏଇ ଶବ୍ଦକୁ ନେଇ ରାଜ୍ୟ ରାଜନୀତି ରେ ଚର୍ଚା ଜୋର୍ ଧରିଥିବା ବେଳେ ବିଜେଡ଼ିର ବହୁ ନେତାଙ୍କ ରାଜନୈତିକ କ୍ୟାରିୟର ଗୋଟେ ପ୍ରକାର ଖତମ୍ ହୋଇଯାଇଛି। ବିଜୟଙ୍କ ପାଖରୁ ଆରମ୍ଭ ହୋଇଥିବା ଏହି ଧାରା ପୁଣି ବିଜୟଙ୍କ ପାଖରେ ପହଞ୍ଚିଛି। ଦୁଇ ଦଶନ୍ଧି ପୂର୍ବରୁ ବିଜୟ ମହାପାତ୍ରଙ୍କ ନିଲମ୍ବନ ନେଇ ଆରମ୍ଭ ହୋଇଥିବା ଗୁପ୍ତ ରାଜନୀତି ଏବେ ପଦାରେ ପଡିଛି। ଏ ସବୁ କହିବା ପଛର କାରଣ ହେଲା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନକୁ ନେଇ ବିଜେଡ଼ି ନେତା ଏବେ ଅରବିନ୍ଦଙ୍କୁ ନେଇ ଯେତିକି ବ୍ୟସ୍ତ, ବିବ୍ରତ ନୁହନ୍ତି ତାଠୁ ବେଶୀ ବିବ୍ରତ ଅରବିନ୍ଦଙ୍କ ବାପା ବିଜୟ ମହାପାତ୍ରଙ୍କୁ ନେଇ। ଜଣକ ପରେ ଜଣେ ନେତା ଦଳର ବିଧାୟକ ଅରବିନ୍ଦଙ୍କ ଉପରେ ଟିପ୍ପଣୀ ରଖିବା ବଦଳରେ ଦଳରେ କିଛି ନ ଥିବା ବିଜୟ ମହାପାତ୍ରଙ୍କ ଉପରେ ରୁକ୍ଷ ମନ୍ତବ୍ୟ ଦେଉଛନ୍ତି। ସବୁ ନେତାଙ୍କ ମନ୍ତବ୍ୟକୁ ନିରୀକ୍ଷଣ କଲେ ଗୋଟିଏ ଜିନିଷ ବାରି ହୋଇପଡ଼ିଛି। ତାହା ହେଉଛି ବିଜୟ।

ଏ ସବୁ ଭିତରେ ବିଧାୟିକା ପ୍ରମିଳା ମଲ୍ଲିକଙ୍କ ଗଣମାଧ୍ୟମ ବୟାନକୁ ନେଇ ରାଜଧାନୀ ଠୁ ଆରମ୍ଭ କରି ଗାଁ ଗହଳିରେ ଚର୍ଚ୍ଚା। ପ୍ରମିଳା କହିଲେ ବିଜେଡ଼ି ବିରୋଧରେ ଷଡଯନ୍ତ୍ର କରୁଥିଲେ ବିଜୟ ମହାପାତ୍ର, ପୁଅ ହିସାବରେ ବାପାଙ୍କ ସହ ସାମିଲ ଥିଲେ ଅରବିନ୍ଦ। ଦଳକୁ କ୍ଷତି ପହଞ୍ଚାଇ ଥାନ୍ତେ, ଦଳର କୋର କମିଟି ଓ ଗୁଇନ୍ଦା ସୂତ୍ର ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଗଲା। ସାମାଜିକ ଗଣ ମାଧ୍ୟମରେ ଏହାକୁ ନେଇ ଏବେ ବହୁ ତର୍କ ବିତର୍କ। ସାଧାରଣ ଲୋକଙ୍କଠୁ ଆରମ୍ଭ କରି ବୁଦ୍ଧିଜୀବୀ ସମସ୍ତଙ୍କ ପ୍ରଶ୍ନ ପ୍ରକୃତ ଷଡଯନ୍ତ୍ରକାରୀ କିଏ। କୌଣସି ଦଳରେ ନ ଥାଇ ବିଜୟ କେମିତି ହେଲେ ଷଡ଼ଯନ୍ତ୍ରକାରୀ। ଅତୀତରେ ସ୍ବର୍ଗତ ଦାମୋଦର ରାଉତ, ପ୍ରଫୁଲ୍ଲ ଘଡେ଼ଇ ଙ୍କ ପରି ବରିଷ୍ଠ ଓ ଅଭିଜ୍ଞ ନେତାଙ୍କୁ ଦଳ ବହିଷ୍କାର କରି ଥିଲା। ଏମିତିକି ୨୦୧୯ ନିର୍ବାଚନର ଦାମୋଦର ରାଉତ ବିଜେପି ଟିକେଟରେ ବାଲିକୁଦା – ଏରସମା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିଲେ। ବିଜୁ ବିଚାର ମଞ୍ଚ ନାଁରେ ସମାନ୍ତରାଳ ସଂଗଠନ କରି ବିଜେଡ଼ି ନେତାଙ୍କୁ ହରଡ଼ଘଣାରେ ପକାଇଥିଲେ। କିନ୍ତୁ ବିଜେଡ଼ି ଦାମୋଦର ରାଉତଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ପ୍ରାର୍ଥୀ କରିଥିଲା।

ସେମିତି ନିଜର ତୀକ୍ଷ୍ଣ , ଚତୁର ରାଜନୀତି ପାଇଁ ସଦାସର୍ବଦା ରାଜ୍ୟ ରାଜନୀତିରେ ସ୍ଥିତି ମଜଭୁତ ଜାହିର କରି ଆସିଥିବା ପ୍ରଫୁଲ୍ଲ ଘଡେ଼ଇଙ୍କ କଥା ଦେଖିଲେ ବିଭିନ୍ନ ପ୍ରସଙ୍ଗରେ ଦଳ ଓ ଦଳ ମୁଖିଆଙ୍କ ବିରୋଧରେ ଷଡଯନ୍ତ୍ର କରିଥିବା ଅଭିଯୋଗରେ ପ୍ରଫୁଲ୍ଲ ଘଡେଇଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା। ତା ପରେ ବି ପ୍ରଫୁଲ୍ଲ ନନ୍ଦନ ପ୍ରୀତି ଘଦେଇଙ୍କୁ ଦଳ ଦୁଇଦୁଇ ଥର ପ୍ରାର୍ଥୀ କରିଛି। ଏସବୁ ବାଦ ଏବେ ବେଶୀ ଚର୍ଚ୍ଚାରେ ଥିବା ଭଦ୍ରକ ରାଜନୀତିର ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ସାମଲଙ୍କ କଥା ଦେଖିଲେ ବିଧିବଦ୍ଧ ଭାବେ ବିଜେପିରେ ଯୋଗଦେଲେ ପ୍ରଫୁଲ୍ଲ ଙ୍କ ଦୁଇ ପୁଅ ପ୍ରୟାସକାନ୍ତି ଓ ପ୍ରଣତିକାନ୍ତି ସାମଲ। ଦୁଇ ପୁଅ ବିଜେପିରେ ମିଶିଲେ କିନ୍ତୁ ପ୍ରଫୁଳଙ୍କୁ ଜିଲ୍ଲା ଦାୟିତ୍ୱରେ ରଖିଛି ଦଳ। ବାପା ବିଜେଡ଼ି, ପୁଅ ବିଜେପି ଜଳଜଳ ଦିଶୁଥିବା ରାଜନୀତିରେ ଷଡଯନ୍ତ୍ର ବାରିପାରିଲେନି ବିଜେଡ଼ି ସୁପ୍ରିମୋ କିମ୍ବା କୋର କମିଟି। ହେଲେ ଅରବିନ୍ଦ ମହାପାତ୍ରଙ୍କ ଘଟଣାରେ ଜଣା ପଡ଼ିଗଲା ଷଡଯନ୍ତ୍ର। ଦଳ ବିରୋଧୀ ଆଖ୍ୟାରେ ନିଆଗଲା କାର୍ଯ୍ୟାନୁଷ୍ଠାନ। ରାଜନୀତି ବିଷରଦଙ୍କ ମତ ଦୁଇ ଦଶନ୍ଧିରୁ ଅଧିକ ବିଜେଡ଼ି ଠାରୁ ଦୂରେଇ ରହିଁଥିବା ବିଜୟଙ୍କ ଭଳି ବରିଷ୍ଠ, ଅଭିଜ୍ଞ, ବିଚକ୍ଷଣ ରାଜନେତା କେମିତି କଲେ ଷଡଯନ୍ତ୍ର ତାହା ଏବେ ଜାଣିବାକୁ ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି। କେନ୍ଦ୍ରାପଡ଼ାର ତୃଣମୂଳର କିଛି ରାଜନେତା ଓ ସମୀକ୍ଷକଙ୍କ ମତ ଆରମ୍ଭରୁ ବିଜୟ କାର୍ଡ ଖେଳି ଲୋକଙ୍କୁ ଭୁଆଁ ବୁଲାଇବା ସହ ଦଳରେ ତେଜୁଥିବା ଅସନ୍ତୋଷ ପଦାକୁ ନ ଆଣିବା ଓ ଦଳ ବିରୋଧରେ କହିବାକୁ ଚାହୁଁ ଥିବା ନେତାଙ୍କୁ ଚେକ୍ ଦେବାକୁ ମାଷ୍ଟର ପ୍ଲାନ୍ ବୋଲି ଚର୍ଚ୍ଚା ହେଉଛି।

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories