ସମ୍ବଲପୁର: ପକ୍ଷାଘାତ ସ୍ତ୍ରୀର ଚିକିତ୍ସା ପାଇଁ ସମ୍ବଲପୁରରୁ କଟକ ଟ୍ରଲିରେ ସ୍ତ୍ରୀକୁ ଆଣିଲେ ବୃଦ୍ଧ । ଦଶ କି କୋଡିଏ କିମି ନୁହେଁ ପ୍ରାୟ ୩ ଶହ କିଲୋମିଟର ଟ୍ରଲିରେ ବୋହି ସ୍ତ୍ରୀକୁ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ଆଣିଛନ୍ତି ସମ୍ବଲପୁରର ୭୫ ବର୍ଷୀୟ ବାବୁ ଲୋହର । ସ୍ତ୍ରୀର ଚିକିତ୍ସା ପାଇଁ ସମ୍ବଲପୁର ଗୋଲବାଜର ମୋଦିପଡାରୁ ୭୫ ବର୍ଷୀୟ ବାବୁ ଲୋହାରଙ୍କ କାମକୁ ନେଇ ରାଜ୍ୟବ୍ୟାପୀ ଚର୍ଚା । ବାବୁଙ୍କ ସ୍ତ୍ରୀ ଜ୍ୟୋତିଙ୍କୁ ୭୦ ବର୍ । ପତ୍ନୀ ଜ୍ୟେତି ପକ୍ଷାଘାତରେ ଆକ୍ରାନ୍ତ । ସ୍ତ୍ରୀ ଚିକିତ୍ସା ପାଇଁ ପ୍ରଥମେ ସମ୍ବଲପୁର ମେଡିକାଲ ନେଇଥିଲେ । ସୁସ୍ଥ ନହେବାରୁ ଅଧିକ ଚିକିତ୍ସା ପାଇଁ କଟକ ନେବାକୁ ଡାକ୍ତର କହିଥିଲେ । କଟକ ନେଇ ସ୍ତ୍ରୀର ଚିକିତ୍ସା କରିବାକୁ ଆତ୍ମା କହୁଥିଲା ହେଲେ ବାଧକ ସାଜିଥିଲା ଅର୍ଥ ।କୌଣସି ଉପାୟ ନପାଇ ସେ ନିଜ ଟ୍ରଲିରେ ସ୍ତ୍ରୀଙ୍କୁ ବସାଇ ନେଇ କଟକ ଆସିଥିଲେ। ସମ୍ବଲପୁରରୁ କଟକ ପାଖାପାଖି ୩ଶହ କିଲୋମିଟର ଦୂର । ଟ୍ରଲିରେ ଆସିବା କଥା ଚିନ୍ତା କରିବା ଦୁରୁହଁ ବ୍ୟାପାର । ହେଲେ ସ୍ତ୍ରୀକୁ ଭଲ କରିବାର ଇଚ୍ଛା ତାଙ୍କୁ କଟକ ଆଣିବାକୁ ବାଧ୍ୟ କଲା । ଟ୍ରଲିରେ ସ୍ତ୍ରୀକୁ ଧରି କଟକ ଆସିଥିଲେ । ପରିଣତି ବୟସରେ ସ୍ତ୍ରୀ ପ୍ରତି ଥିବା ଅତୁଟ ଭଲପାଇବା ଦେଖାଇଛନ୍ତି ବାବୁ । କଟକ ମେଡିକାଲରେ ଚିକିତ୍ସା ପରେ ସୁସ୍ଥ ହୋଇଥିଲେ ଜ୍ୟୋତି ।
ତେବେ ବାବୁ ପୁଣି ସେହି ଟ୍ରଲିରେ ସ୍ତ୍ରୀ ଜ୍ୟୋତିଙ୍କୁ ଟ୍ରଲିରେ ବସାଇ ସମ୍ବଲପୁର ଯାଇଥିଲେ। ଯିବା ବାଟରେ ଚୌଦ୍ଵାର ନିକଟରେ ଏକ ଛୋଟ ଦୁର୍ଘଟଣା ଘଟିବାରୁ ସ୍ତ୍ରୀଙ୍କ ମୁଣ୍ଡ ଫାଟି ଯାଇଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ସ୍ତ୍ରୀକୁ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲେ। ଖବର ପାଇ ଟାଙ୍ଗୀ ଥାନା ବୃଦ୍ଧ ଦମ୍ପତିଙ୍କ ନିକଟରେ ପହଞ୍ଚିଥିଲେ । ବସଯୋଗେ ସମ୍ବଲପୁର ପଠାଇବାକୁ ଚେଷ୍ଟା କରିଥିଲେ । ହେଲେ ବାବୁ ଲୋହାର୍ ନିଜ ଟ୍ରଲି ଓ ପତ୍ନୀଙ୍କ ମଧ୍ୟରୁ କାହାକୁ ବି ଛାଡିବାକୁ ରାଜି ହୋଇନଥିଲେ। ସ୍ତ୍ରୀ ସାମାନ୍ୟ ସୁସ୍ଥ ହେଲା ପରେ ପୁଣି ଟ୍ରଲିରେ ବସାଇ ସମ୍ବଲପୁର ବାହାରି ଯାଇଥିଲେ । ପରିଣତ ବୟସରେ ବାବୁ-ଜ୍ୟୋତିଙ୍କ ସଂଘର୍ଷମୟ ସମସ୍ତଙ୍କୁ ଆଖିରେ ଲୁହ ଦେଇଛି । ବାବୁଙ୍କ କହିବା କଥା ପ୍ରତିଦିନ ସେ ୨୦ରୁ ୩୦କିମି ଟ୍ରଲିରେ ଯାଆନ୍ତି । ସେହି ଅନୁସାରେ ସମ୍ବଲପୁରରୁ କଟକ ପ୍ରାୟ ୩ଶହ କିମି ଦୂର । କଟକରେ ପହଞ୍ଚିବାକୁ ବାବୁଙ୍କୁ ପ୍ରାୟ ୧୦ଦିନରୁ ଅଧିକ ଲାଗିଥିବ । ସ୍ତ୍ରୀଙ୍କ ପ୍ରତି ବାବୁ ଭଲପାଇବା ଆଗରେ ହାର ମାନିଛି ବାର୍ଦ୍ଧକ୍ୟ । ପତ୍ନୀଙ୍କ ପାଇଁ ପ୍ରେମ ଓ ପ୍ରତିବଦ୍ଧତା ସମସ୍ତଙ୍କ ପାଇଁ ଶିକ୍ଷଣୀୟ ।







