ଆରପାରିରେ ସଙ୍ଗୀତ ନିର୍ଦ୍ଧେଶକ ତଥା କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର, ଶୋକରେ ପୁରା ଓଲିଉଡ ଜଗତ

ଆରପାରିରେ ସଙ୍ଗୀତ ନିର୍ଦ୍ଧେଶକ ତଥା କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର, ଶୋକରେ ପୁରା ଓଲିଉଡ ଜଗତ

ଭୁବନେଶ୍ବର: ସଙ୍ଗୀତ ନିର୍ଦ୍ଧେଶକ ତଥା କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର | ଭୁବନେଶ୍ବର AIIMSରେ ଆଖି ବୁଜିଲେ ଅଭିଜିତ | ଶ୍ୱାସ୍ଥ୍ୟ ଭଲ ନଥିବାରୁ ଶନିବାର AIIMS ରେ ଭର୍ତ୍ତି ହୋଇଥିଲେ । ଲୋକପ୍ରିୟ ସଙ୍ଗୀତ ନିର୍ଦେଶକ ଅଭିଜିତ ୭୦୦ରୁ ଅଧିକ ସଙ୍ଗୀତରେ ନିର୍ଦେଶନା ଦେଇଛନ୍ତି | ୧୯୯୧ ମସିହାରେ ସଙ୍ଗୀତରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ। ଦୀର୍ଘଦିନ ହେବ ଯକୃତଜନିତ ରୋଗରେ ପୀଡ଼ିତ ଥିଲେ ଅଭିଜିତ। ‘ମେଲୋଡି କିଙ୍ଗ୍’ ନାମରେ ପରିଚିତ ଥିଲେ ଅଭିଜିତ | ୧୯୭୧ ମସିହାର ସେପ୍ଟେମ୍ବର ୧୧ରେ ଜନ୍ମଗ୍ରହଣ କରିଥିଲେ ଅଭିଜିତ। ସେ ଜଣେ ଅଧ୍ୟାପକ ଥିଲେ, ମାତ୍ର ୧୯୯୬ ମସିହାରେ ସଙ୍ଗୀତ କ୍ଷେତ୍ରରେ କାମ କରିବା ପାଇଁ ଚାକିରୀରୁ ଇସ୍ତଫା ଦେଇ କଟକ ଯାଇଥିଲେ । ପ୍ରଥମେ ନିଜର କ୍ଯାରିଅର ସମ୍ବଲପୁରୀ ଗୀତରେ କାମ ଆରମ୍ଭ କରିଥିଲେ। ତାଙ୍କ ନିର୍ଦ୍ଦେଶିତ ପ୍ରଥମ ସମ୍ବଲପୁରୀ ଆଲବମ୍ ଥିଲା ଦକ୍ସି ଗଲା |  ୨୦୦୦ ମସିହାରେ କାଶିଆ କପିଳା ଫିଲ୍ମ ଦୁନିଆରେ ଏଣ୍ଟ୍ରି । ୫୦ରୁ ଅଧିକ ଫିଲ୍ମ ପାଇଁ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ | ଫିଲ୍ମ- ତୋ ବିନା ଭଲ ଲାଗେନା, ତୁ ଥାଆ ମୁଁ ଯାଉଛି ରୁଷି, ମ୍ୟାଟ୍ରିକ୍ ଫେଲ୍, ଲଭ୍ ହେଲା ଏମିତିରେ, ସିଷ୍ଟର ଶ୍ରୀଦେବୀ, ପୁଣି ଦେଖା ହେବ ଆର ଜନମରେ, ଲଭ୍ ଷ୍ଟେଶନ୍ ଫିଲ୍ମ ପାଇଁ କାମ କରିଛନ୍ତି | ତୋର କଞ୍ଚା ହଳଦୀ, ତୋ ରିବନ ଫିତାତୋ ହୃଦୟ କିଛି କହିଲା, ଏ ରଙ୍ଗବତୀ ଅଭିଜିତ ଙ୍କ ବହୁ ଚର୍ଚ୍ଚିତ ଗୀତ ରହିଥିଲା | ୨୦୧୧ ମସିହାରେ “ତୁ ଥାଆ ମୁଁ ଯାଉଚି ରୁଷି” ଚଳଚିତ୍ର ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ ଅଭିଜିତ । ଅଭିଜିତଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି |

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories