ଭୁବନେଶ୍ବର: ଭାରତ ସରକାରଙ୍କ ପକ୍ଷରୁ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି । ୨୦୨୬ ପାଇଁ ୧୩୧ ଜଣଙ୍କୁ ମିଳିବ ପଦ୍ମ ସମ୍ମାନ । ୫ ଜଣଙ୍କୁ ପଦ୍ମ ବିଭୂଷଣ, ୧୩ ଜଣଙ୍କୁ ପଦ୍ମଭୂଷଣ ଓ ୧୧୩ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ଦେବେ ରାଷ୍ଟ୍ରପତି ୧୩୧ ଜଣଙ୍କ ମଧ୍ୟରେ ଓଡ଼ିଶାର ୪ଜଣଙ୍କୁ ମିଳିବ ପଦ୍ମ ପୁରସ୍କାର ସେହି ଚାରି ଜଣ ହେଲେ ଚରଣ ହେମ୍ବ୍ରମ, ମହେନ୍ଦ୍ର ମିଶ୍ର, ଶରତ ପାତ୍ର, ସୀମାଞ୍ଚଳ ପାତ୍ର । ଶିକ୍ଷା ଓ ସାହିତ୍ୟ ପାଇଁ ଚରଣ ହେମ୍ବ୍ରମ, ମହେନ୍ଦ୍ର ମିଶ୍ର ମିଳିବ ପଦ୍ମଶ୍ରୀ । କଳା କ୍ଷେତ୍ରରେ ପଦ୍ମଶ୍ରୀ ପାଇଁ ଶରତ ପାତ୍ର ଓ ସୀମାଞ୍ଚଳ ପାତ୍ରଙ୍କ ନାଁ ଘୋଷଣା କରାଯାଇଛି । ଶିକ୍ଷା, ଭାଷା, ସାହିତ୍ୟ ଓ କଳାରେ ଓଡ଼ିଶାକୁ ରୁଦ୍ଧିମନ୍ତ କରିଥିବା ଏହି ଚାରି ଜଣଙ୍କୁ ମିଳିବ ସର୍ବୋଚ୍ଚ ସମ୍ମାନ । ନାଁ ଘୋଷଣା ପରେ ଚାରିଆଡୁ ଶୁଭେଚ୍ଛା ଓ ପ୍ରଶଂସାର ସୁଅ । ତେବେ କିଏ ଏହି ଚାରି ଚାରି ଜଣ କେଉଁ କେଉଁ କ୍ଷେତ୍ରରେ ରହିଛି ଉଲ୍ଲେଖନୀୟ ଅବଦାନ
ସୀମାଞ୍ଚଳ ପାତ୍ର(ପ୍ରହଲ୍ଲାଦରୁ ପଦ୍ମଶ୍ରୀ)
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବୋମକେଇର ଗାଁର ସୀମାଞ୍ଚଳ ପାତ୍ର ।୧୯୨୭ ମସିହା ଜୁଲାଇ ୭ ତାରିଖରେ ସୀମାଞ୍ଚଳଙ୍କ ଜନ୍ମ ୩୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ପ୍ରହଲ୍ଲାଦ ନାଟକରେ ହିରଣ୍ୟକଶ୍ୟପର ଭୂମିକାରେ ଅଭିନୟ ପାଇଁ ଉଚ୍ଚ ପ୍ରଶଂସିତ ହୋଇଛନ୍ତି ସୀମାଞ୍ଚଳ । ପ୍ରହଲ୍ଲାଦ ନାଟକରେ ତାଙ୍କର ନିଖୁଣ ଭୂମିକା ଓ କଳାକୁ ବଞ୍ଚାଇ ରଖିଛି । ୨୦ବର୍ଷ ବୟସରେ ପ୍ରହଲ୍ଲାଦ ଭୂମିକାରେ ନିଖୁଣ ଅଭିନୟ କରି ସମସ୍ତଙ୍କ ପ୍ରଶଂସାର ପାତ୍ର ହୋଇଥିଲେ । ୨୦ ବର୍ଷ ଧରି ପ୍ରହଲ୍ଲାଦ ନାଟକ ପରିବେଷଣ ସହ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ସୀମାଞ୍ଚଳ । ପଦ୍ମଶ୍ରୀ ସମ୍ମାନ ନେଇ ଘୋଷଣା ହେବା ପରେ ଜିଲ୍ଲାରେରେ ଖୁସିର ଲହରୀ ଖେଳିଯାଇଛି ।
ଶରତ ପାତ୍ର(ବାନ୍ଧକଳା ପାଇଁ ଉତ୍ସର୍ଗୀକୃତ)
କଟକ ଜିଲ୍ଲା ଡିଗିରିଆ ନୂଆପାଟଣାର ଶରତ କୁମାର ପାତ୍ର । ୫୫ ବର୍ଷ ହେଲା ବାନ୍ଧକଳାରେ କାମ କରୁଛନ୍ତି । ବାନ୍ଧକଳାରେ ଗୀତ ଗୋବିନ୍ଦ, ବୁଦ୍ଧଙ୍କ ଜୀବନୀ, ଗାନ୍ଧୀଙ୍କ ଜୀବନି ଉପରେ କାର୍ଯ୍ୟ କରି ଆସୁଛନ୍ତି । ଶରତଙ୍କ ପୂରା ପରିବାର ଏହି କାର୍ଯ୍ୟରେ ରହିଆସିଛନ୍ତି । ନୂଆ ପିଢୀ କିପରି ଏ ନେଇ ଆଗକୁ ଆସିପାରିବେ ସେ ନେଇ କାର୍ଯ୍ୟକରୁଛନ୍ତି ଶରତ. ୨୦୧୫ରେ ସନ୍ଥକବି ପୁରସ୍କାର, ୧୯୯୩ ବାନ୍ଧକଳାରେ ଜାତୀୟ ପୁରସ୍କାର ପାଇଛନ୍ତି ଶ୍ରୀ ପାତ୍ର । ନିଜର ବାନ୍ଧକଳା କୃତି ଗୀତଗୋବିନ୍ଦ ୫୨ ମିଟର ଲମ୍ବ ପାଇଁ ପଦ୍ମଶ୍ରୀ ରେ ସମ୍ମାନିତ ହେବାକୁ ଯାଉଛନ୍ତି l ବୁଣାକାର ବହୁଳ ନୂଆପାଟଣା ର ବୁଣାକାର ଙ୍କ ମଧ୍ୟରେ ଖୁସିର ମାହୋଲ ହୋଇଛି l ନୂଆପାଟଣା ଅଞ୍ଚଳର ଶରତ ପାତ୍ର ପୂର୍ବରୁ ଜାତୀୟ ସ୍ତରରେ ମଧ୍ୟ ସମ୍ମାନୀତ ହୋଇଥିଲେ, ୫୨ ମିଟର ଖଣ୍ଡୁଆପାଟ କୁ ବାନ୍ଧ ମାଧ୍ୟମରେ ପ୍ରଦର୍ଶନ କରିଥିଲେ
ମହେନ୍ଦ୍ର ମିଶ୍ର(ଆଦିବାସୀଙ୍କ ବିକାଶରେ ମନ)
ନୂଆପଡ଼ା ଜିଲ୍ଲା ସିନାପାଲିର ଡକ୍ଟର ମହେନ୍ଦ୍ର ମିଶ୍ର. ଆଦିବାସୀ ଭାଷା ,ଶିକ୍ଷାର ବିକାଶ ଓ ସଂସ୍କୃତି ସୁରକ୍ଷା ପାଇଁ ଶିକ୍ଷାବୀତ ଡକ୍ଟର ମହିନ୍ଦ୍ର ମିଶ୍ରଙ୍କୁ ମିଳିବ ପଦ୍ମଶ୍ରୀ । ଡକ୍ଟର ମିଶ୍ର ୨୦୦୨ରେ ନୂଆପଡା ଜିଲ୍ଲା ଶିକ୍ଷା ବିଭାଗର ଡିପିସି ପଦବୀରେ ଦାୟିତ୍ବ ତୁଲାଇଛନ୍ତି । ବିଭିନ୍ନ ଆଦିବାସୀ ଭାଷା ଓ ସଂସ୍କୃତି ଉପରେ ଗବେଷଣା କରିଛନ୍ତି ଡକ୍ଟର ମିଶ୍ର । ଆଦିବାସୀ ସାନ୍ତାଳି ଭାଷା ଉପରେ ଅନେକ କାହାଣୀ, ଗଳ୍ପ ଲେଖିବା ସହ ଦୀର୍ଘ ୪୦ ବର୍ଷ ହେଲା ଏ ଦିଗରେ ଅବିରତ କାମ କରି ଚାଲିଛନ୍ତି । ୧୯୯୬ରୁ ନିରବବିଚ୍ଛିନ୍ନ ଭାବେ କଳାହାଣ୍ଡି ଲୋକ ସଂସ୍କୃତି ଓ ପଶ୍ଚିମ ଓଡିଶା ଲୋକ ସଂସ୍କୃତି ଉପରେ କାମ କରୁଛନ୍ତି ଡକ୍ଟର ମିଶ୍ର । ଡକ୍ଟର ମିଶ୍ରଙ୍କୁ ପଦ୍ମଶ୍ରୀ ନେଇ ଡକ୍ଟର ମିଶ୍ରଙ୍କ ନାଁ ଘୋଷଣ ପରେ ସବୁଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ ।
ଚରଣ ହେମ୍ବ୍ରମ(ଆଇଟିଆଇରୁ ଅଲଚିକି ଗବେଷକ)
ମୟୂରଭଞ୍ଜର ଚରଣ ହେମ୍ବ୍ରମ । ରାଇରଙ୍ଗପୁର ମାଟିର ପୁଅ ଚରଣ। ସାନ୍ତାଳୀ ଭାଷା ବା ଅଲଚିକି ଭାଷାର ପ୍ରଚାର ପ୍ରସାର ପାଇଁ ମିଳୁଛି ଚରଣଙ୍କ ଅବଦାନ ଅତୁଳନୀୟ ସେଥିପାଇଁ ପଦ୍ମଶ୍ରୀ ସମ୍ମାନ । ୧୯୫୨ରେ ଫେବୃଆରୀ ୯ ତାରିଖରେ ରାଇରଙ୍ଗପୁରରେ ଚରଣଙ୍କ ଜନ୍ମ ।ଦଶମ ପାସ ପରେ ଆଇଟିଆଇ ପଢ଼ିଥିଲେ । ହେଲେ ଅଲଚିକି ଭାଷା ଉପରେ ଦଖଲ ପାଇଁ ପ୍ରବଳ ଆଗ୍ରହ ଥିଲା । ଅଲଚିକି ଭାଷା ଉପରେ ତାଲିମ ନେଇଥିଲେ। ଅଲଚିକି ଭାଷାର ପ୍ରଚାର ପ୍ରସାର ପାଇଁ ଜିଲ୍ଲା ଓ ଜିଲ୍ଲା ବାହାରେ ଅନେକ କାମ କରିଛନ୍ତି । ଅଲଚିକି ଭାଷାରେ ଅନେକ ବହି ଲେଖିଛନ୍ତି। ଚରଣଙ୍କୁ ପଦ୍ମଶ୍ରୀ ଜିଲ୍ଲାବାସୀଙ୍କ ପାଇଁ ଗର୍ବ ଓ ଗୌରବ







