ପୁରୀ ଶ୍ୱେତଗଙ୍ଗାରେ ପିଣ୍ଡଦାନ କରିବେ ଓଡିଆ ଝିଅ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ : ସୁରକ୍ଷା ବଳୟ ଭିତରେ ଶ୍ରୀକ୍ଷେତ୍ର

ପୁରୀ ଶ୍ୱେତଗଙ୍ଗାରେ ପିଣ୍ଡଦାନ କରିବେ ଓଡିଆ ଝିଅ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ : ସୁରକ୍ଷା ବଳୟ ଭିତରେ ଶ୍ରୀକ୍ଷେତ୍ର

ଭୁବନେଶ୍ବର: ଆଜିଠାରୁ ପାଞ୍ଚଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସନ୍ଧ୍ୟାରେ ଭୁବନେଶ୍ୱରରେ ଆସି ପହଞ୍ଚିବେ ରାଷ୍ଟ୍ରପତି । ଆସନ୍ତାକାଲି ଯାଜପୁର ବିରଜା ମନ୍ଦିରରେ ପୂଜାର୍ଚ୍ଚନା ସହ ପିଣ୍ଡଦାନ କରିବେ । ପରେ ବାଲେଶ୍ୱରସ୍ଥିତ ଫକୀରମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବା ସହ ନବ ନିର୍ମିତ ପ୍ରେକ୍ଷାଳୟର ଉଦଘାଟନ କରିବେ ରାଷ୍ଟ୍ରପତି । 4 ତାରିଖରେ ଶ୍ରୀମତି ମୁର୍ମୁ ପୁରୀ ଶ୍ଵେତଗଙ୍ଗାରେ ପିଣ୍ଡଦାନ ସହ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବେ । ପରେ ସେ ରାଇରଙ୍ଗପୁର ଯାଇ ଭଞ୍ଜବୀର ସୁନାରାମ ସୋରେନଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ସହ ମହୁଲଡିହା ସ୍ଥିତ ସରକାରୀ ବାଳିକା ମାଧ୍ୟମିକ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ସହିତ ଭାବ ବିନିମୟ କରିବେ। ଏହାଛଡା ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତି 6 ତାରିଖରେ ଶିମିଳିପାଳଠାରେ ଜନଜାତି ମହିଳା ଓ ଯୁବକଙ୍କ ସହ ମତବିନିମୟ କରିବା ସହ 7 ତାରିଖରେ ଛତିଶଗଡ ଯାତ୍ରା କରି ଜଗଦଲପୁରଠାରେ ବସ୍ତର ପାଣ୍ଡମ 2026 ଉତ୍ସବକୁ ଉଦଘାଟନ କରିବେ ।

ଆସନ୍ତାକାଲି ତାଙ୍କର ପୁରୀ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । କେନ୍ଦ୍ରାଞ୍ଚଳ ଆଇଜି ସତ୍ୟଜିତ ନାୟକ ଓ ପୁରୀ ଏସପି ପ୍ରତୀକ ସିଂ ସୁରକ୍ଷା ନେଇ ପୋଲିସ ବାହିନୀକୁ ସମ୍ବୋଧନ କରିଛନ୍ତି । ତାଳବଣିଆ ହେଲିପ୍ୟାଡଠାରୁ ଆରମ୍ଭ କରି ଲୋକଭବନ, ଶ୍ୱେତଗଙ୍ଗା ପୁଷ୍କରିଣୀ, ଶ୍ରୀମନ୍ଦିର ଭିତରେ ଏବଂ ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବା ସହ ଟ୍ରାଫିକ ଉପରେ ମଧ୍ୟ କଟକଣା ରହିବ । ଆସନ୍ତାକାଲି ରାଷ୍ଟ୍ରପତି ବାୟୁସେନାର ସ୍ୱତନ୍ତ୍ର ହେଲିକ୍ୟାପ୍ଟରରେ ପୁରୀରେ ପହଞ୍ଚିବା ପରେ ପୁରୀ ଲୋକଭବନ ଯିବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତି ୪ ତାରିଖ ସକାଳ ୭ ଟାରେ ଶ୍ୱେତଗଙ୍ଗା ପୁଷ୍କରିଣୀ ଯାଇ ପିଣ୍ଡଦାନ କରିବେ । ସକାଳ ୭ଟା ୪୦ରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ । ପୁରୀ ବାସୀ, ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ଯିବା ଆସିବା ପାଇଁ ବିକଳ୍ପ ରାସ୍ତା ବ୍ୟବସ୍ଥା କରାଯାଇଥିବା ନେଇ କେନ୍ଦ୍ରାଞ୍ଚଳ ଆଇଜି ସମୀକ୍ଷା କରିଛନ୍ତି ।

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories