ଉପାସନାଙ୍କ ମାଙ୍କଡ ଉପାଖ୍ୟାନ, ବିଜେଡ଼ିର ତିନିଁ ମାଙ୍କଡ! ନଚେଇ, ନଚେଇ ଦେଲେ ଶାସନ

ଉପାସନାଙ୍କ ମାଙ୍କଡ ଉପାଖ୍ୟାନ, ବିଜେଡ଼ିର ତିନିଁ ମାଙ୍କଡ! ନଚେଇ, ନଚେଇ ଦେଲେ ଶାସନ

ଭୁବନେଶ୍ବର: ଭୁସୁଡୁଛି ବିଜେଡ଼ି ଗଡ଼। ଦଳ ଛାଡୁଛନ୍ତି ତୃଣମୁଲରୁ ଟପ୍ ବ୍ରାସ ନେତା । ଦୁର୍ନୀତିର ଅଭିଯୋଗ ହେଉ କି ଅନାସ୍ଥା ଅସ୍ତ୍ରର ଶିକାର ହେଉଛନ୍ତି ବିଜେଡ଼ି ନେତା । ୨୪ ବର୍ଷ ପରେ ବି ଦଳକୁ ଭରଶି ପାରୁନାହାନ୍ତି ନେତା । ଅପ୍ରତ୍ୟାଶିତ ଭାବେ ବିଜେଡ଼ି ଛାଡ଼ି ବିଜେପିରେ ମିଶିଛନ୍ତି ନେତା ଓ କର୍ମୀ । ଏମିତି ଏକ ନାଟକୀୟ ମୋଡରେ ବିଜେଡିରୁ ବିଦା ହେଲା ପରେ ବିଜେପିରେ ମିଶିଛନ୍ତି । କୃଷ୍ଣପ୍ରସାଦ ବ୍ଲକ ଚେୟାରମ୍ୟାନ ସରୋଜିନୀ ତରାଇ ଏବଂ ପୂର୍ବତନ ବ୍ଲକ ଚେୟାରମ୍ୟାନ ବିଜୟ ତରାଇଙ୍କ ସମର୍ଥକ ।

ବିଜେପି ବିଧାୟିକା ଉପାସନା ମହାପାତ୍ର କହିଛନ୍ତି ଆମେ ସାଇକ୍ଲନ ଭଳିଆ ଯାଉଛୁ,  ଆଉ ଅଟକିବୁ ନାହିଁ । ଏଇଟା ଟ୍ରେଲର ପୁରା ଫିଲ୍ମ ବାକି ଅଛି । ଏମିତିକି ଉପାସନା ବିଜେଡ଼ି କୁ କଡା ଭାଷାରେ କଟାକ୍ଷ କରିଛନ୍ତି । କହିଛନ୍ତି ବିଜେଡିରେ ଦଳରେ ମୁଖିଆକୁ ମିଶାଇ ମାତ୍ର ତିନି ଜଣ ରହିବେ। ଜଣେ ତାମିଲନାଡୁରୁ ଆସିଛନ୍ତି । ଆଉ ଉପକୁଳିଆ ନେତା ଅଛନ୍ତି । ଆଉ ଜଣେ ବିଜେଡିର ମୁଖିଆ ନିଜେ । ଗାନ୍ଧୀଜୀଙ୍କ ତିନି ମାଙ୍କଡ ଖରାପ ଦେଖୁ ନଥିଲେ, କହୁ ନ ଥିଲେ କିମ୍ବା ଖରାପ ଶୁଣୁ ନ ଥିଲେ । ହେଲେ ବିଜେଡି ହେଉଛି ରାଜ୍ୟ ର କିଛି ଭଲ ଦେଖିବ ନାହିଁ । ରାଜ୍ୟ ସରକରଙ୍କ କିଛି ଭଲ ଶୁଣିବୁ ନାହିଁ । କିଛି ଭଲ କହିବୁ ନାହିଁ ଏହି ଧାରାରେ ଚାଲିଛି । ବିଜେପିର ମିଶ୍ରଣ ଚାଲୁ ରହିଛି, ବିଜେଡିର ସେମିତି ନିଲମ୍ବନ ପ୍ରକ୍ରିୟା ଚାଲୁ ରହିଥିବ ।

ଉପାସନା ଙ୍କ କଥା ଉତ୍ତର ଦେଇଛନ୍ତି ବ୍ରହ୍ମଗିରିର ପୂର୍ବତନ ବିଧାୟକ ସଞ୍ଜୟ ଦାଶବର୍ମା। କହିଛନ୍ତି ବିଜେଡି କିଣାବିକାରେ ବିଶ୍ୱାସ କରେନି । ଆଗକୁ ନିର୍ବାଚନ ଆସୁଛି, ମତ ମନ୍ତବ୍ୟକୁ ଗୁରୁତ୍ୱର ସହ ବିଚାର କରାଯିବ। ତେବେ ଉପାସନାଙ୍କ ମାଙ୍କଡ ଉପାଖ୍ୟାନ କୁ ନେଇ ଚର୍ଚ୍ଚା ଜୋର ଧରିଛି । ବିଜେଡିରେ ଏହି ତିନି ମାଙ୍କଡ କିଏ ତାକୁ ନେଇ ସବୁଠି ଆଲୋଚନା । ଦୀର୍ଘ ଦିନର ରାଗ ଶୁଝାଇବକୁ ଯାଇ ବ୍ୟକ୍ତିଗତ ଉପାସନା ଉପକୂଳ ଦୁଇ ଟାଣୁଆ ନେତାଙ୍କୁ କଟାକ୍ଷ କରିଥିବା ବେଳେ ସଞ୍ଜୟଙ୍କ ପ୍ରତିକ୍ରିୟା ରାଜନୀତିରେ ରୋଚକ ହୋଇଛି । ଲୋକ କଥା ଅନୁସାରେ ମାଙ୍କଡ ହାତରେ ଶାଳାଗ୍ରାମ ନଚେଇ ନଚେଇ ନେଲା ପ୍ରାଣ । ତେବେ ଏହି ଉକ୍ତିକୁ ହୃଦୟଙ୍ଗମ କରି ଉପାସନା ଯେଉଁ କଟାକ୍ଷ କରିଛନ୍ତି ସତରେ ବିଜେଡ଼ିର ଶାସନ କଣ ମାଙ୍କଡଙ୍କ ଦ୍ଵାରା ପରିଚାଳିତ ହେଉଛି ବୋଲି ସୋସିଆଲ ମିଡ଼ିଆ ଠୁ ଆରମ୍ଭ କରି ଚା, ଖଟି ସବୁଠି ଚର୍ଚ୍ଚା ହେଉଛି ।

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories