ମଧ୍ୟପ୍ରାଚ୍ୟ ସଙ୍କଟ: ପ୍ରବାସୀ ଓଡ଼ିଆଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ତତ୍ପର; ଜାରି ହେଲା ଜରୁରୀକାଳୀନ ହେଲ୍ପଲାଇନ ନମ୍ବର

ଭୁନେଶ୍ବର: ମଧ୍ୟପ୍ରାଚ୍ୟ ରେ ଦେଖା ଦେଇଥିବା ଭୟଙ୍କର ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ସେଠାରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ (NROs) ସୁରକ୍ଷା ପାଇଁ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାର ଦିନ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ସ୍ଥିତିର ସମୀକ୍ଷା କରାଯସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଓ ସମୀକ୍ଷା

​ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଦେଶରେ ଥିବା ଓଡ଼ିଆମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବା ପାଇଁ ଆଲୋଚନା ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବରିଷ୍ଠ ଅଧିକାରୀମାନଙ୍କୁ ସଜାଗ ରହିବା ସହ ସେମାନଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ କିମ୍ବା ସହାୟତା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସହାୟତା ପାଇଁ ହେଲ୍ପଲାଇନ ନମ୍ବର

​ପ୍ରବାସୀ ଓଡ଼ିଆ ଏବଂ ସେମାନଙ୍କ ପରିବାରବର୍ଗଙ୍କ ସହାୟତା ପାଇଁ ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (MEA) ଏବଂ ଓଡ଼ିଶା ସରକାରଙ୍କ ପକ୍ଷରୁ ନିମ୍ନଲିଖିତ ନମ୍ବରଗୁଡ଼ିକ ଜାରି କରାଯାଇଛି:

  • ​ଭାରତ ସରକାରଙ୍କ ଟୋଲ୍-ଫ୍ରି ନମ୍ବର: 80046342
  • MEA ହ୍ୱାଟ୍ସଆପ୍ (WhatsApp) ନମ୍ବର: +971543090571
  • ​ଓଡ଼ିଶା ପରିବାର ନୋଡାଲ ଅଫିସରଙ୍କ ନମ୍ବର: 9583321964

ମିଳିତ ୱାର୍କିଂ ଗ୍ରୁପ୍ ଗଠନ

​କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି ଯେ, ସ୍ଥିତିର ମୁକାବିଲା ପାଇଁ ଏକ ଯୁଗ୍ମ ୱାର୍କିଂ ଗ୍ରୁପ୍ (Working Group) ଗଠନ କରାଯାଇଛି। ଏଥିରେ ‘ଓଡ଼ିଶା ପରିବାର’ ନିର୍ଦ୍ଦେଶାଳୟ, ରାଜ୍ୟ ଗୃହ ବିଭାଗ, ଶ୍ରମ ନିର୍ଦ୍ଦେଶାଳୟ ଏବଂ ପ୍ରବାସୀ କଲ୍ୟାଣ ସଙ୍ଗଠନଗୁଡ଼ିକ ସାମିଲ ଅଛନ୍ତି। ଯୁଦ୍ଧାଞ୍ଚଳରେ ଫସିଥିବା ଓଡ଼ିଆମାନଙ୍କ ସହ ଯୋଗାଯୋଗ ରଖିବା ଏହି ଗ୍ରୁପର ମୁଖ୍ୟ କାମ ହେବ।

ବିମାନ ଚଳାଚଳ ବାଧାପ୍ରାପ୍ତ

​ମଧ୍ୟପ୍ରାଚ୍ୟରେ ଆକାଶମାର୍ଗରେ କଟକଣା ଯୋଗୁଁ ଭୁବନେଶ୍ୱର-ଦୁବାଇ ବିମାନ ସେବା ବାତିଲ କରାଯାଇଛି। ଏୟାରପୋର୍ଟ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ପଶ୍ଚିମ ଏସିଆର ଅନେକ ସ୍ଥାନରେ ଯୁଦ୍ଧ ପରିସ୍ଥିତି ଉଗ୍ର ରୂପ ନେଇଥିବାରୁ ସୁରକ୍ଷା ଦୃଷ୍ଟିରୁ ଏହି ନିଷ୍ପତ୍ତି ନିଆଯାଇଛି।

​ରାଜ୍ୟ ସରକାର ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ଏବଂ ବିଦେଶରେ ଥିବା ପ୍ରତ୍ୟେକ ଓଡ଼ିଆଙ୍କ ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରକାଶ କରିଛନ୍ତି।

Latest Stories